Masthead

ଡେଲଟା ଭାରିଆଣ୍ଟ: ବୁଷ୍ଟର ଡୋଜ ଦେବାକୁ ମନା କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

(ବଡ଼ ଖବର ବ୍ୟୁରୋ) କରୋନା ଭୂତାଣୁ ପରେ ଏବେ କରୋନାର ଡେଲାଟା ଭୂତାଣୁ ବିଶ୍ୱର ୧୩୨ଟି ଦେଶରେ ମାଡି ଚାଲିଛି । ଏହି ସଂକ୍ରମଣକୁ ରୋକିବା ପାଇଁ ଟିକାର ବୁଷ୍ଟର ଡୋଜ୍ ଉପରେ ଗୁରୁତ୍ୱ ଦେଉଛନ୍ତି ଅଧିକାଂଶ ଦେଶ । ହେଲେ ଆଗାମୀ ସେପ୍ଟେମ୍ବର ପର୍ୟ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଜର୍ମାନୀରେ ଆଗାମୀ ସେପ୍ଟେମ୍ବରରୁ ଆରମ୍ଭ ହେବ ବୁଷ୍ଟର ଡୋଜ୍ ।

ୟୁଏଇରେ ମଧ୍ୟ ଟିକାର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ୩ ମାସ ମଧ୍ୟରେ ବୁଷ୍ଟର ଡୋଜ୍ ଦିଆଯିବ । ଇସ୍ରାଏଲ ରାଷ୍ଟ୍ରପତି ବୁଷ୍ଟର ଡୋଜ୍ ନେଇ ଦେଶରେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ୍ ଟିକାକରଣର ଶୁଭାରମ୍ଭ କରିଥିଲେ । କିନ୍ତୁ ଆଗାମୀ ସେପ୍ଟେମ୍ବର ପର୍ୟ୍ୟନ୍ତ ଏହାକୁ ବନ୍ଦ ରଖିବା ପାଇଁ କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

କାରଣ ବିଶ୍ୱର ଧନୀ ଦେଶଗୁଡିକ ସେମାନଙ୍କ ଜନସଂଖ୍ୟାର ପ୍ରାୟ ୫୦ ପ୍ରତିଶତ ଟିକାକରଣ ଶେଷ କରିଥିବାବେଳେ ଗରିବ ରାଷ୍ଟ୍ରଗୁଡିକରେ ମାତ୍ର ଦେଢ ପ୍ରତିଶତ ଟିକାକକଣ ହୋଇପାରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର 🔴 ନୂଆପଡ଼ା ଉପନିର୍ବାଚନ ପ୍ରଚାରର ଆଜି ଶେଷଦିନ 🔴 ନୂଆପଡ଼ାରେ ପୁଣି ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ 🔴 ଆଜିଠୁ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ 🔴 ପୁଣି ଶ୍ରୀମନ୍ଦିରକୁ ହିଡେନ୍‌ କ୍ୟାମେରା ନେଇ ପ୍ରବେଶ 🔴 ମାରିଦେଲେ..ଇଟା ବାନ୍ଧି ଭସାଇ ଦେଲେ 🔴 କଳିଙ୍ଗା ଘାଟିରେ ଓଲଟିଲା ବସ, ଜଣେ ମୃତ 🔴 ନୂଆପଡା ଯିବେ ନବୀନ, କରିବେ ରୋଡ ସୋ 🔴 ଓସ୍ତପୁର-କୋଟପଲ୍ଲା ବଜାରରେ ପୁଣି ୧୬୩ 🔴 ଆରଆଇ ପରୀକ୍ଷାରେ ବଡ଼ ବିଭ୍ରାଟ 🔴 ନୂଆପଡ଼ାରେ ହାଇଭୋଲଟେଜ ପ୍ରଚାର