Masthead

ବ୍ରିଟେନ ଏବଂ କାନାଡାରେ କରୋନା ଟିକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ଟିକା ପାଇଁ ବ୍ରିଟେନ ଏବଂ କାନାଡାରେ ଅପେକ୍ଷାର ଅନ୍ତ ଘଟିଛି । ଭାରତରେ ମଧ୍ୟ ଖୁବ ଶୀଘ୍ର ଏହି ଟୀକା ଆସିବ ବୋଲି ବିଶ୍ୱାସ କରାଯାଉଛି । ତେବେ ଏହା ଲୋକମାନଙ୍କର ଶରୀର ଉପରେ କିଭଳି ପ୍ରଭାବ ପକାଇବ ତାହା ଜାଣିବା ବାକି ରହିଲା । ଏଥିପାଇଁ ଲୋକମାନଙ୍କ ମନରେ ପ୍ରଶ୍ନ ଉଠୁଛି । ବୈଜ୍ଞାନିକଙ୍କ କହିବାନୁଯାୟୀ ଜଣେ ନିଜର ରକ୍ତ ପରୀକ୍ଷା କରିବା ପରେ ଏହାର ପ୍ରଭାବ ଜାଣିପାରିବ ।

ହାୱାର୍ଡ଼ ଏବଂ ଏମଆଇଟି ଇନଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଏହି ଟୀକାର ପ୍ରୟୋଗ ପ୍ରଥମେ ମାଙ୍କଡ ଉପରେ କରିଥିଲେ । ପରେ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । କରୋନା ଭାଇରସ୍ ସହ ତାଙ୍କ ଶରୀର ଲଢିପାରିବ କି ନାହିଁ ସେଥିପାଇଁ ଇମ୍ୟୁନିଟି ସିଷ୍ଟମ ଯାଂଚ କରାଯାଇଥିଲା । ଶେଷରେ ପରୀକ୍ଷା ସଫଳ ହୋଇଥିଲା ।ଠିକ ଏହିପରି ଭାବେ ମଣିଷ ମାନଙ୍କ ଉପରେ ମଧ୍ୟ ଏହିି ଟୀକା ପ୍ରୟୋଗ କରାଯିବ । ସେମାନଙ୍କ ଇମ୍ୟୁନିଟି ସିଷ୍ଟମ ଯାଂଚ କରାଯିବ । ବୋଷ୍ଟନ୍ ୟୁନିଭରସିଟିର ଟିକା ବିଶେଷଜ୍ଞ ଡକ୍ଟର ଡାନ୍ ବାରୁଚ୍ ମାଙ୍କଡ ଉପରେ ପରୀକ୍ଷା କରି ବଡ଼ ସଫଳତା ପାଇଛନ୍ତି ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ