Masthead

କୋଲକାତା ମାମଲା: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋଲକାତା ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଏହି ମାମଲାର ଶୁଣାଣି କରିବେ ୩ ଜଣିଆ ଖଣ୍ଡପୀଠ। ଏହି ଯାଚିକାକୁ ପ୍ରଥମେ ମାମଲା ରୂପରେ ସୂଚୀବଦ୍ଧ କରାଯାଇଛି । ଆଜି ୨୦ ଅଗଷ୍ଟ ଦିନ ୧୦ ଟା ୩୦ ସମୟରେ ଏହି ମାମଲାର ଶୁଣାଣି ହେବ । ଭାରତର ମୁଖ୍ୟ ନ୍ୟାୟାଧିଶ ଡି.ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ପୀଠ ଏହି ମାମଲାର ଶୁଣାଣି କରିବାକୁ ଯାଉଛନ୍ତି । ମାମଲାରେ ସ୍ୱତଃ ସଂଜ୍ଞାନ ନେଇ ଦାୟର ହୋଇଥିବା ମାମଲାର ଶୀର୍ଷକ ରହିଛି । ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ, କୋଲକାତାରେ ଏକ ପ୍ରଶିକ୍ଷୁ ଡାକ୍ତରଙ୍କ ସାଥିରେ ବଳାତ୍କାର ଓ ହତ୍ୟା ଘଟଣା ଓ ସମ୍ବନ୍ଧିତ ମୁଦ୍ଦା । ଏହି ଯାଚିକା ମାମଲାରେ ନ୍ୟାୟିକ ଯାଞ୍ଚ କରିବା ପାଇଁ ଦାବି ଜୋର ଧରିଥିଲା ।

ଏହା ଉପରେ କୋଲକାତା ଉଚ୍ଚ ନ୍ୟାୟାଳୟ ପ୍ରଥମରୁ ହିଁ କାର୍ଯ୍ୟାନୁଷ୍ଠାନ ନେଇଛି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) କୁ ମାମଲାର ଯାଞ୍ଚ କରିବା ଦାୟିତ୍ୱ ପ୍ରଦାନ କରିଛି । ଯାଚିକାରେ ମେଡିକାଲ କଲେଜରେ ସ୍ନାତକୋତ୍ତର ଛାତ୍ରୀଙ୍କ ଭୟାନକ ହତ୍ୟା ସମ୍ବନ୍ଦୀୟ ଭୟାନକ ହତ୍ୟା ସମ୍ବନ୍ଧରେ ଦେଶବ୍ୟାପୀ ଆକ୍ରୋଶ ଦେଖିବାକୁ ମିଳୁଛି । ସାରା ଦେଶରେ ଡାକ୍ତର ବିରୋଧ ପ୍ରଦର୍ଶନ କରୁଛନ୍ତି ତଥା ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି ଉଠିଛି । ଏହି ମାମଲାରେ ଫେଡେରେଶନ ଅଫ ଆସୋସିଏଶନ ଅଫ ମେଡିକାଲ କନସଲଟେନସ ଅଫ ଇଣ୍ଡିଆ ( ଏଫଏମଏମସିଆଇ) ଓ ଫେଡେରେଶନ ଅଫ ରେଜିଡେଣ୍ଟ ଡାକ୍ତରର୍ସ ଆସୋସିଏଶନ (ଏଫଓଆରଡିଏ ) ଓ ଓକିଲ ବିଶାଳ ତିୱାରୀ ସ୍ୱତଃ ଅନ୍ତରୀଣ ଆବେଦନ କରିଥିଲେ ସୁପ୍ରିମକୋର୍ଟରେ । ଯାହାର ଶୁଣାଣି ଆଜି ଦିନରେ ହେବାକୁ ଯାଉଛି । ଦେଖିବାକୁ ରହିଲା ସୁପ୍ରିମକୋର୍ଟ ଯାଚିକାକୁ ନେଇ କ’ଣ ରାୟ ପ୍ରଦାନ କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା