Masthead

ଭାରତରେ ବଢୁଛି ବ୍ରିଟେନ ଷ୍ଟ୍ରେନ: ସଂକ୍ରମିତଙ୍କ ସଂଖ୍ୟା ୫୮କୁ ବୃଦ୍ଧି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ଚିହ୍ନଟ ହେବାରେ ଲାଗିଛି ନୂଆ ବ୍ରିଟେନ ଷ୍ଟ୍ରେନ । ପୁଣି ୨୦ ଜଣ ବ୍ରିଟେନ୍‌ କୋଭିଡ୍‌-୧୯ ଷ୍ଟ୍ରେନ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ଭାରତରେ ସମୁଦାୟ ୫୮ ଜଣ ବ୍ରିଟେନ୍‌ ଷ୍ଟ୍ରେନ୍‌ ଦ୍ୱାରା ଏପର୍ଯ୍ୟନ୍ତ ସଂକ୍ରମିତ ହୋଇଛନ୍ତି। ତେବେ ସଂକ୍ରମିତଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ପୃଥକ ଆବାସରେ ରଖାଯିବ । ସେମାନଙ୍କ ସସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏବେ ସୁଦ୍ଧା ଭାରତ ବ୍ୟତୀତ ଡେନମାର୍କ, ନେଦରଲ୍ୟାଣ୍ଡ, ଫ୍ରାନ୍ସ, ଇଟାଲି, ସ୍ପେନ୍, ସ୍ୱିଜରଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ସ୍ୱିଡେନ, କାନାଡା, ଜର୍ମାନୀ, ଜାପାନ, ସିଙ୍ଗାପୁର ଏବଂ ଲେବାନନ୍ ରେ ଷ୍ଟ୍ରେନ ଚିହ୍ନଟ ହୋଇଛନ୍ତି । ଏଥିପାଇଁ ଭାରତ ସରକାର ଉପଯୁକ୍ତ ରଣନୀତି ପ୍ରସ୍ତୁତ କରିଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ତେବେ ଭାରତ ସରକାର ଡିସେମ୍ବର ୨୩ ତାରିଖ ମଧ୍ୟରାତ୍ରରୁ ଜାନୁଆରି ୭ ତାରିଖ ମଧ୍ୟରେ ବ୍ରିଟେନ୍‌ ରୁ ଭାରତ ଆସିବାକୁ ଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବାତିଲ୍‌ କରାଯିବା ସହ ଡିସେମ୍ବର ୯ରୁ ୨୨ ତାରିଖ ମଧ୍ୟରେ ବିଟ୍ରେନ୍‌ ଫେରନ୍ତାଙ୍କ ପାଇଁ ବାଧ୍ୟତାମୂଳକ ଆର୍‌ଟି-ପିସିଆର୍‌ ପରୀକ୍ଷାର ନିୟମ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା