Masthead

୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୪ ଗିରଫ

ଜଳେଶ୍ବର(ବଡ଼ ଖବର ବ୍ୟୁରୋ): ୬୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ୪ ଗିରଫ । ଜଳେଶ୍ବର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ବ୍ରାଉନସୁଗାର ବେପାରୀଙ୍କ ଉପରେ ଚଢଉ । ଜଳେଶ୍ୱର ସହରରେ ଥିବା ଝାଡେଶ୍ୱର ପୁର ଏବଂ ରାଜପୁର ବସ୍ତିରେ ପୃଥକ ପୃଥକ ଭାବେ ଚଢଉ କରି ୫୬୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ବେଳେ ୪ ଜଣ ବେପାରୀକୁ ମଧ୍ୟ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬୦ ଲକ୍ଷ ଟଙ୍କାରୁ ଅଧିକ ହେବ ।

ତେବେ ଅବକାରୀ ହାତରେ ଧରାପଡି ୨୪୦ ଗ୍ରାମ ବ୍ରାଉନସୁଗାର ସହ ଗିରଫ ହୋଇଥିବା ବେପାରୀ ମୟୁରଭଞ୍ଜ କରଞ୍ଜିଆ ଅଞ୍ଚଳର ଅନୀଲ ମହାନ୍ତ । ସେହିପରି ପାଖାପାଖି ୩୨୦ ଗ୍ରାମ ବ୍ରାଉନସୁଗାର ଜଳେଶ୍ୱର ପୋଲିସ ଜବତ କରିବା ସହ ଗିରଫ କରିଥିବା ୩ ଜଣ ବେପାରୀ ହେଉଛନ୍ତି ଜଳେଶ୍ୱର ଝାଡେଶ୍ୱର ପୁର ବସ୍ତିର । ତେବେ ଏହି ବେପାରୀଙ୍କ ସହ ଜଳେଶ୍ୱର ପୋଲିସର ଭିତିରି ବୁଝାମଣା ରହିଥିବା ଫଳରେ ବେପାର ଓ ବେପାରୀଙ୍କ ଉପରେ ଯେତେ ଚଢଉ କଲେ ମଧ୍ୟ ଦିନକୁ ଦିନ ଜଳେଶ୍ବର ସହରରେ ବ୍ରାଉନସୁଗାର ବେପାରୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା