Masthead

ଖୋଲୁନାହିଁ ନିରାମୟ: ହନ୍ତସନ୍ତ ରୋଗୀ

ନାଉଗାଁ(ବଡ଼ ଖବର ବ୍ୟୁରୋ): ସଠିକ୍ ସମୟରେ ଖୋଲୁନାହିଁ ନିରାମୟ । ଫେରୁଛନ୍ତି ଶତାଧିକ ରୋଗୀ। ଗ୍ରାମାଞ୍ଚଳରେ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସରକାର ଡିଣ୍ଡିମ ପିଟୁଥିବା ବେଳେ ତାହାର ଖୁଲମ୍ ଖୁଲା ଭାବେ ଉଲ୍ଳଘଂନ କରାଯାଉଅଛି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ବିନା ମୂଲ୍ୟରେ ଉତ୍ତମ ମାନର ଔଷଧ ମାଗଣାରେ ଯୋଗାଇଦେବା ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଖୋଲାଯାଇଛି ନିରାମୟ କେନ୍ଦ୍ର। କିନ୍ତୁ ଦୁଃଖର ବିଷୟ ସରକାର ଖୋଲିଥିବା

ଏହି ନିରାମୟ କେନ୍ଦ୍ରଟି ମନଇଚ୍ଛା ଖୋଲୁଛି ମନଇଚ୍ଛା ବନ୍ଦ ହେଉଛି। ଯାହା ଫଳରେ ରୋଗୀମାନେ ଔଷଧ ନେବା ପାଇଁ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ନିୟମ ଅନୁସାରେ ଏପ୍ରିଲ ମାସଠାରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସକାଳ ୭ ଘଟିକା ଠାରୁ ଦିବା ୧୧ ଘଟିକା ଏବଂ ଅପରାହ୍ନ ୪ ଘଟିକା ଠାରୁ ସଂନ୍ଧ୍ୟା ୬ ଘଟିକା ଓ ଅକ୍ଟୋବର ମାସ ଠାରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ସକାଳ ୮ ଘଟିକା ଠାରୁ ୧୨ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ ଘଟିକା ଠାରୁ ସଂନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଖୋଲା ଯିବା ପାଇଁ ସରକାରଙ୍କ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି।

କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଆଜି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ। କିନ୍ତୁ ଶୁକ୍ରବାର ଦିନ ସମୟ ୪ଟା ୧୫ ମିନିଟ୍ ସମୟରୁ ଅଧିକା ସମୟ ହୋଇଥିଲେ ମଧ୍ୟ ନିରାମୟ କେନ୍ଦ୍ରରେ ତାଲା ଝୁଲୁଥିଲା ଯାହା ଫଳରେ ରୋଗୀମାନେ ଡାକ୍ତରଙ୍କ ଠାରୁ ପ୍ରେସକିପ୍ସନ ଆଣି ଔଷଧ ନେବା ପାଇଁ ନିରାମୟ କେନ୍ଦ୍ର ବାହାରେ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳିଥିଲା। ଏହିଭଳି ଭାବେ ଚାଲିଛି ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ