Masthead

ମହାରାଷ୍ଟ୍ରରେ ବିଆରଏସର ସମାବେଶ

ମହାରାଷ୍ଟ୍ର  (ବଡ଼ ଖବର ବ୍ୟୁରୋ): ବଳ ସଂଗ୍ରହ କରି ଆଗକୁ ବଢୁଛି ଭାରତ ରାଷ୍ଟ୍ର ସମିତି ବା ବିଆରଏସ୍ । ଜାତୀୟସ୍ତରରେ କାୟା ବିସ୍ତାର କରିବାକୁ ଲାଗିଛି ବିଆରଏସ୍ । ମହାରାଷ୍ଟ୍ରରେ ଆଜି ଆୟୋଜିତ ହେଉଛି ବିଶାଳ ସମାବେଶ । ମହାରାଷ୍ଟ୍ରର ଲୋହାସ୍ଥିତ ବେଲବଜାର ମଇଦାନରେ ଆୟୋଜିତ ହେବ ଏହି ବିଶାଳ ସମାବେଶ । ଅବକି ବାର କିସାନ ସରକାର ନାରା ଦେଇ ବିଆରଏସ୍ ଦେଶର କୋଟି କୋଟି କୃଷକଙ୍କ ଆସ୍ଥାଭାଜନ ହେବାରେ ଲାଗିଛି ।

ତେଲେଙ୍ଗାନା ମଡେଲରେ କୃଷକମାନଙ୍କ ସମସ୍ୟାର ସମାଧାନ ଲକ୍ଷ୍ୟରେ ବିଆରଏସ୍ ତା’ର କାର୍ଯ୍ୟଧାରା ଜାରି ରଖିଛି । ଚାଷୀଙ୍କ ସମସ୍ୟା ଦୂର କରି କ୍ଷମତାର ଶୀର୍ଷସ୍ତରରେ ସେମାନଙ୍କୁ ବସାଇବା ଲକ୍ଷ୍ୟରେ କାର୍ଯ୍ୟପନ୍ଥାକୁ ଜୋରଦାର କରିଛି ବିଆରଏସ୍ । ମହାରାଷ୍ଟ୍ରରେ ହେବାକୁ ଥିବା ବିଶାଳ ସମାବେଶରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ଯୋଗ ଦେଇ ଦଳର ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ହଜାର ହଜାର କୃଷକଙ୍କୁ ଅବଗତ କରାଇବେ । ତାଙ୍କ ସହ ଦଳର ଛାମୁଆ ସଙ୍ଗଠକ ଓ ନେତା ମଧ୍ୟ ଯୋଗ ଦେବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ