ଲାଞ୍ଚ ନଦେଲେ ମିଳୁନି ପାଣି, ପ୍ରତିବାଦରେ ରାସ୍ତା ଅବରୋଧ

ବାସୁଦେବପୁର(ବଡ଼ ଖବର ବ୍ୟୁରୋ): ସାତ ଦିନ ହେବ ମିଳୁନି ପାନୀୟ ଜଳ। ପ୍ରତିବାଦରେ ରାସ୍ତା ଅବରୋଧ। ସରକାର ଵସୁଧା ଯୋଜନାରେ ଯୋଗାଇ ଦେଉଛନ୍ତି ପ୍ରତିଘରକୁ ପାନୀୟ ଜଳ। ହାଲେ ଏହି ସୁବିଧାରୁ କାହିଁକି ବଞ୍ଚିତ ଗ୍ରାମବାସୀ । ରସିଦରେ ଲେଖା ଅଛି ୪୦ ଟଙ୍କା ହେଲେ ଵାଵୁ ମାନେ ନେଉଛନ୍ତି ୬୦ ଟଙ୍କା। ଶେଷରେ ପାଣିରେ ଵି ପଶିଛି ପିସି। ବାସୁଦେବପୁର ବ୍ଲକ ଵିଦେଇପୁର ଗ୍ରାମ ପଞ୍ଚାୟତର ପ୍ରଧାନ ସାହି, ଗୋପାଳ ସାହି, ସେଠୀ ସାହି, ମହାନ୍ତି ସାହି, ଠାକୁରାଣୀ ସାହିକୁ ଦୀର୍ଘ ୭ ଦିନ ହେଵ ମିଳୁନି ପାନୀୟ ଜଳ। ଗାଁରେ ଥିବା ଏକ ମାତ୍ର ନଳକୂପରୁ ଵାହାରୁଛି ଲୁଣି ପାଣି। ଵଞ୍ଚିବାର ମୌଳିକ ଆବଶ୍ୟକତା ଟୋପାଏ ପାଣି ପାଇଁ ଲୋକମାନେ ହେଉଛନ୍ତି ହନ୍ତସନ୍ତ। ମାତ୍ର ସେଥିପ୍ରତି କାହାର ନିଘା ନାହିଁ। ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୭ ଦିନ ହେଲା ଵସୁଧା ଯୋଜନାରେ ଯୋଗାଇ ଦିଆଯାଉଥିବା ପାନୀୟ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍ ହୋଇଛି । ଯାହାକୁ ନେଇ ତାତିଛନ୍ତି ସାଧାରଣ ଜନତା ।

ଵିଦେଇପୁର ମଙ୍ଗଳା ଛକ ନିକଟରେ ବାଲଟି ଓ ଗରା ରଖି ଶହଶହ ମହିଳା ମାନେ ରାସ୍ତା ଅବରୋଧ କରିଛନ୍ତି । ଲୋକ ମାନଙ୍କର କହିବା କଥା ପ୍ରତିମାସ ଆମକୁ ୪୦ ଟଙ୍କାର ରସିଦ୍ ଦେଇ ଜଳ ଯୋଗାଉଥିବା ଵେଳେ ନେଉଥିଲେ କିନ୍ତୁ ୬୦ ଟଙ୍କା। ଏହାର ପ୍ରତିବାଦ କରିବାରୁ ସମ୍ପୂର୍ଣ୍ଣ ଜଳ ଯୋଗାଣ ବନ୍ଦ କରିଦିଆଯାଇଛି। ଅନ୍ୟପଟେ ବାସୁଦେବପୁର ଜଳ ଓ ପରିମଳ ବିଭାଗୀୟ ଅଧିକାରୀଙ୍କୁ ଏ ନେଇ ପଚାରିବାରୁ ସେ କୈାଣସି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ। ଫଳରେ ଲୋକ ମାନଙ୍କର ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିଲା। ଏଵେ ପ୍ରଶ୍ନ ଉଠୁଛି କିଛି ଦୁର୍ନିତି ଗ୍ରସ୍ତ କର୍ମଚାରୀ ଙ୍କ ପକେଟ୍ ଗରମ ପାଇଁ ପାନୀୟ ଜଳ ଯୋଗାଣ ରେ ଚାଲିଛି କି ମହାଘୋଟାଲା। ଟୋପାଏ ଜଳ ବିନା ସାଧାରଣ ଲୋକ ବିପଦ ମୁହଁ କୁ ଠେଲି ହୋଇଯିବା ପୂର୍ବରୁ ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ