Masthead

ବୁଗୁଡ଼ା ବିଜେପି ପକ୍ଷରୁ ଶ୍ରମମନ୍ତ୍ରୀଙ୍କ ବହିଷ୍କାର ଦାବି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଶ୍ରମମନ୍ତ୍ରୀଙ୍କ କେଳେଙ୍କାରୀ ପ୍ରସଙ୍ଗକୁ ନେଇ ରାଜନୀତି ଜୋର ଧରିଛି । କଂଗ୍ରେସ ଓ ବିଜେପି ପୋଲିସର ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଥିବା ବେଳେ ବିଜେଡି କହିଛି ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ହେବ । ପୁଣି ବିବାଦରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ବିରୋଧୀ କଂଗ୍ରେସ ପୋଲିସ ଉପରେ ବର୍ଷିଛି । କହିଛି ପୋଲିସ ଆଖିରେ ସମସ୍ତେ ସମାନ । ଅଭିଯୋଗକାରିଣୀଙ୍କୁ ନିରାଶ କରିବା କଥା ନୁହେଁ । ପୋଲିସ ନିରପେକ୍ଷଭାବେ କାମ କରିବାକୁ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି । ତେଣେ ବିଜେପି ପ୍ରଶ୍ନ କରିଛି ଓଡିଶାରେ କେଉଁ ମହିଳା ନ୍ୟାୟ ପାଇଛି? ମମିତା, ସ୍ମିତାରାଣୀ, କୁନ୍ଦୁଲି ପୀଡିତା, ଇତିଶ୍ରୀ, ବେବିନା ନ୍ୟାୟ ପାଇଲେ କି ? ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କର ଓଡ଼ିଶା ପୋଲିସ ଉପରେ ଭରସା ନାହିଁ । ବାହାରୁ ସିକ୍ୟୁରୁଟି ଗାର୍ଡ ଆଣିଛନ୍ତି । ପୋଲିସ ମାମଲାକୁ ରଫାଦଫା କରିବାରେ ଲାଗିଛି ।  ବିରୋଧୀଙ୍କ ଅଭିଯୋଗର ପାଲଟା ଜବାବ ଦେଇଛି ବିଜେଡି । କହିଛି ଏଇଟା ଗୋଟେ ସେନସେଟିଭ ମ୍ୟାଟର । ଟ୍ରୁଥ୍ ୱିଲ୍ କମ୍ ଆଉଟ୍ । ଆଇନ ଅନୁଯାୟୀ ଯାହା ହେବା କଥା ହେବ । ଦଳ କାହାକୁ କହିନି ମିସ୍ ବିହେଭ କରିବା ପାଇଁ । ସେ କ’ଣ ଅଭିଯୋଗ ଦେଇଛନ୍ତି ସେ ହିଁ କହି ପାରିବେ । ଆଇନ ଅନୁଯାୟୀ ଯାହା କାର୍ୟ୍ୟାନୁଷ୍ଠାନ ହେବା କଥା ହେବ ।  ଶ୍ରମମନ୍ତ୍ରୀଙ୍କୁ ନେଇ ବିଜେଡିରେ ବଢୁଛି ଅଡୁଆ । ପୂର୍ବରୁ ତାଙ୍କ ବିରୋଧରେ ରହିଛି ଏଭଳି ଅନେକ ଅଭିଯୋଗ । ନ୍ୟାୟ ଦାବିରେ ଛାତ୍ର କଂଗ୍ରେସ ଘେରିଛି ମନ୍ତ୍ରୀଙ୍କ ବାସଭବନ ।

ଭୁବନେଶ୍ୱର ମହିଳା ଥାନାରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ବିଜେଡି ଦଳର ମହିଳା ନେତ୍ରୀ ଲିଖିତ ଅଭିଯୋଗ କରିବା ପରେ ବି ଆଜି ପର୍ୟ୍ୟନ୍ତ ପୋଲିସ କୌଣସି ଆଖିଦୃଷ୍ଟିଆ ପଦକ୍ଷେପ ଗ୍ରହଣ ହୋଇନଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ରାଜ୍ୟ ସରକାର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗରେ ବିଜେପି ଘୁମୁସର ସାଂଗଠନିକ ଜିଲ୍ଲା ଯୁବମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶ୍ରମମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ବିଜେପି ପକ୍ଷରୁ ପଦଯାତ୍ରା ବାରିଥିଲା । ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ସହର ସାରା ନାରାବାଜି କରାଯିବା ସହିତ ସ୍ଥାନୀୟ ହାଇସ୍କୁଲ ଛକରେ କୁଶପୁତ୍ତଳିକା ଦାହ କରାଯାଇଥିଲା । ବୁଗୁଡ଼ା ଥାନାରେ ବିଜେପି କର୍ମୀମାନେ ମନ୍ତ୍ରୀଙ୍କ ମଧ୍ୟ ଏତଲା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ