Masthead

ଓଡ଼ିଶାର ସରପଞ୍ଚଙ୍କ ଉପରେ ନିର୍ମିତ ହେଲା ବଲିଉଡ୍ ଫିଲ୍ମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶାର ସରପଞ୍ଚଙ୍କ ଉପରେ ନିର୍ମିତ ହେଲା ବଲିଉଡ୍ ଫିଲ୍ମ । ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ । ଜଣେ ଉଚ୍ଚ ଶିକ୍ଷିତା। ବ୍ୟାଙ୍କ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରି ୨୦୧୨ରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଟିପ ନୁହେଁ ଦସ୍ତଖତ ଦିଅ, ନାରୀ ଶିକ୍ଷା ଭଳି କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚିତ୍ର ମୁକ୍ତିଲାଭ କରିଛି ।

ଚଳଚ୍ଚିତ୍ରର ନାମ ‘ସାର ମ୍ୟାଡାମ ସରପଞ୍ଚ’ । ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ରୋଲରେ ହଲିଉଡ୍ ଷ୍ଟାର ଆରୟାନା ସଜନାନୀ ଓ ସୀମା ବିଶ୍ୱାସଙ୍କ ଭଳି ଅଭିନେତ୍ରୀ ଅଭିନୟ କରିଛନ୍ତି। ଓଡ଼ିଆ ଭାଷାରେ ଓଡ଼ିଶାରେ ଚଳଚ୍ଚିତ୍ର ଖୁବଶୀଘ୍ର ନିର୍ମାଣ ହୋଇ ମୁକ୍ତିଲାଭ ହେବାକୁ ଯାଉଛି।

ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ ନିର୍ମାଣ ହୋଇଛି । ଫିଲ୍ମଟି ମହିଳା ସଶକ୍ତି କରଣ ଓ ଶିକ୍ଷା ଉପରେ ପର୍ଯ୍ୟବେଶିତ । ରାଜ୍ୟରେ ମହିଳା ମାନେ କିଭଳି ଶିକ୍ଷାରେ ପଛରେ ରହିଛନ୍ତି ସେନେଇ ଫିଲ୍ମର ଦର୍ଶାଯାଇଛି । ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଫିଲ୍ମ ମୁକ୍ତିଲାଭ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ