Before Header

ନକ୍ସଲଙ୍କ ଉନ୍ମତ୍ତ କାଣ୍ଡ

0 45

ରାୟପୁର (ବଡ ଖବର ବ୍ୟୁରୋ): ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଗତ ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲୁହାପ୍ଲେଟ ରଖି ଲାଇନଚ୍ୟୁତ କରାଇଛନ୍ତି।ଏଥିରେ ୩୦ଜଣ ଯାତ୍ରୀଥିବା ଜଣା ପଡିଛି । ତେବେ ସୁରକ୍ଷା ବାହିନୀ ସେମାନଙ୍କୁ ସରକ୍ଷିତ ଭାବେ ଉଦ୍ଧାର କରିଛନ୍ତି । ନକ୍ସଲ ମାନେ ଜଣେ ପୋଲିସ୍ ଏସଆଇଙ୍କୁ ହତ୍ୟା କରିବା ପରେ ଏପରି କାଣ୍ଡ ଘଟାଇଥିବା ଜଣା ପଡିଛି । ଏହି ଘଟଣା ଭାନ୍ସି ଓ ବଚେଲି ମଧ୍ୟବର୍ତ୍ତୀ ସ୍ଥାନରେ ଏହି ଘଟଣା ଘଟିଥିଲା ଜ୍ଝ ତେବେ ସେଥିରେ ଯାତ୍ରା କରୁଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ଏ ସମ୍ପର୍କରେ ଖବର ମିଳିବାପରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଯବାନମାନେ ସେଠାରେ ପହଞ୍ଚି ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରି ନିରାପଦ ଭାବରେ ସେମାନଙ୍କ ଘରକୁ ପଠାଇଛନ୍ତି । ଏନେଇ ଦନ୍ତେୱାଲା ଏସପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି ।

ସେପଟେ ପ୍ରଜା କୋର୍ଟରେ ଯବାବନଙ୍କୁ ନିର୍ମମ ହତ୍ୟା କରିଛନ୍ତି ମାଓବାଦୀ । ଛତିଶଗଡ ବିଜାପୁରରେ ଏଭଳି ନାରକିୟ କାଣ୍ଡ ଘଟାଇଛନ୍ତି ମାଓବାଦୀ । ଏପ୍ରିଲ ୨୧ତାରିଖରେ ବିଜାପୁରରୁ ମାଓବାଦୀମାନେ ଯବାନ ମୁରଲୀ ତାତିଙ୍କୁ ଅପହରଣ କରିଥିଲେ । ଯବାନ ମୁରଲି ତାତି ନିଜ ଘରକୁ ଆସିଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ତାଙ୍କ ପରିବାର ପକ୍ଷରୁ ବାରମ୍ବାର ଅନୁରୋଧ ସତ୍ୱେ ମାଓବାଦୀମାନେ ମୁରଲିଙ୍କୁ ପ୍ରଜାକୋର୍ଟରେ ହାଜର କରାଇଥିଲେ । ମୁରଲିଙ୍କ ଶବ ବିଜାପୁର ଜିଲ୍ଲା ଗଙ୍ଗାଲୁର ଥାନା ପୁଲସୁମପାରା ଗାଁ ନିକଟରେ ଫୋପାଡି ମାଓବାଦୀମାନେ ପଳାଇଛନ୍ତି । ବିଜାପୁର ଏଏସପି ପଙ୍କଜ ଶୁକ୍ଲା ଏ ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.