Masthead

ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି

ପାରାଦୀପ (ବଡ଼ ଖବର ବ୍ୟୁରୋ): ଆଇଓସିଏଲ ଗେଟରେ ଯୁବକଙ୍କ ବ୍ୟାଗରୁ ମିଳିଲା ଗୁଳି । ତଲାସି ବେଳେ ବ୍ୟାଗରୁ ଗୁଳି ଜବତ କଲା ସିଆଇଏସ‌ଏଫ। ଯୁବକ ଜଣଙ୍କ ଆଇଓସିଏଲରେ ଠିକା କାମରେ ନିଯୁକ୍ତ ଥିବା ଟେକନୋମାଉଣ୍ଟ କମ୍ପାନୀର ସୁପରଭାଇଜର ଦେବାଶିଷ ଦାସ । ପାରାଦୀପ ରିଫାଇନାରୀ ୨ନଂ ଗେଟ୍ ଦେଇ ରିଫାଇନାରୀ ଭିତରକୁ ଯିବା ସମୟରେ ସିଆଇଏସଏଫ ଯବାନଙ୍କ ତଲାସି ବେଳେ ବ୍ୟାଗରୁ ବାହାରିଥିଲା ଗୁଳି।

ଦେବାଶିଷ ଦାସକୁ ଅଟକ ରଖି ଅଧିକ ପଚରାଉଚରା କରୁଛି ଅଭୟଚାନ୍ଦପୁର ପୋଲିସ। ଆଇଓସିଏଲ ଏକ ସମ୍ବେଦନଶୀଳ କମ୍ପାନୀ ହୋଇଥିବାରୁ ଏହା ଭିତରକୁ ମୋବାଇଲ, ଇଲୋକ୍ଟ୍ରୋନିକ୍ସ ଡିଭାଇସ୍ ସମେତ କୌଣସି ସାମଗ୍ରୀ ନେବା ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। କାରଣ ଆଇଓସିଏଲ ଭିତରେ ଗ୍ୟାସ, ପେଟ୍ରୋଲ, ଡିଜେଲ ପ୍ରଭୃତି ସାମଗ୍ରୀ ରହିଛି। ମାତ୍ର ସୁପରଭାଇଜର ଜଣଙ୍କ କଣ୍ ପାଇଁ ନିଜ ବ୍ୟାଗରେ ଗୋଟିଏ ଗୁଳି ନେଇଥିଲେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୋଲିସ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ