Masthead

ଜୁନ ସୁଦ୍ଧା ମିଳିବ ୧୦ କୋଟି ଟିକା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଜୁନରେ ମିଳିବ ୧୦କୋଟି କୋଭିଡ ଟିକା । ଟିକା ମିଳିବା ନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଜୁନ୍ ମାସରେ ପ୍ରାୟ ୧୦ କୋଟି କୋଭିସିଲ୍ଡ ମାତ୍ରା ତିଆରି କରିବା ସହ ଯୋଗାଣ ପାଇଁ ଏହା ସକ୍ଷମ ବୋଲି ସିରମ୍ ପକ୍ଷରୁ ଆଜି ସ୍ପଷ୍ଟ କରାଯାଇଛି। ଦେଶରେ କୋଭିଡ୍ ଟିକା ଯଥାସମ୍ଭବ ଅଧିକ ମାତ୍ରାରେ ଉପଲବ୍ଧ କରିବା ପାଇଁ କର୍ମଚାରୀମାନେ ଅହରହ କାମ କରୁଛନ୍ତି ବୋଲି ସିରମ୍ ଇନଷ୍ଟିଚ୍ୟୁଟ ତରଫରୁ କୁହାଯାଇଛି । ତେବେ ଆଗାମୀ ଦିନରେ ଦେଶରେ ଜାରି ରହିଥିବା ଗଣଟିକାକରଣ କାର୍ୟ୍ୟକ୍ରମ ଆହୁରି ଦ୍ରୁତ ଓ ବ୍ୟାପକ ହେବ ବୋଲି ଅନୁମାନ କରାଯାଉଛି। ଟିକାକରଣକୁ ବ୍ୟାପକ କରିବା ପାଇଁ ଜୁନ ମାସରେ ୧୨କୋଟି କୋଭିଡ ଟିକା ମିଳିବା ନେଇ ସ୍ଵାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ଦେଖାଦେଇଥିବା ଟିକା ଅଭାବ ଦୂରେଇ ଯିବା ସହ ଅଧିକରୁ ଅଧିକ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି। ସେପଟେ ଶନିବାର ସନ୍ଧ୍ୟା ୭ଟା ସୁଦ୍ଧା ଦେଶରେ ମୋଟ ୨୧.୧୮ କୋଟି ହିତାଧିକାରୀଙ୍କର ଟିକାକରଣ କରାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରୁ ଟିକାକରଣରେ ଚଳିତ ମାସ ପ୍ରାରମ୍ଭରେ ସାମିଲ ହୋଇଥିବା ୧୮ରୁ ୪୪ ବର୍ଷ ବୟସର ହିତାଧିକାରୀଙ୍କ ଭିତରୁ ୧୪.୧୫ ଲକ୍ଷ ସେମାନଙ୍କର ପ୍ରଥମ ମାତ୍ରା ନେଇଥିବା କେବଳ ଶନିବାର ୯,୦୭୫ ଜଣ ଏହି ବର୍ଗର ହିତାଧିକାରୀ ଦ୍ବିତୀୟ ମାତ୍ରା ନେଇଛନ୍ତି। ସେହିପରି ୯୮.୬୧ ଲକ୍ଷ ସ୍ବାସ୍ଥ୍ୟ କର୍ମୀ ପ୍ରଥମ ମାତ୍ରା ନେଇଥିବା ବେଳେ ୬୭.୭୧ ଲକ୍ଷ ଦ୍ବିତୀୟ ମାତ୍ରା ନେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ