Masthead

ବ୍ୟୋମକେଶ ପଢିବେ ବହି, ବନ୍ଧୁ କହିଦେଲେ ଏମିତି…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବ୍ୟୋମକେଶ ରାୟ । ରାଜ୍ୟ ରାଜନୀତିରେ ଯେଉଁମାନେ ରୁଚି ରଖୁଛନ୍ତି ବ୍ୟୋମକେଶଙ୍କୁ ନିଶ୍ଚିତ ଭାବେ ଜାଣିଥିବେ । ବିଜେଡି ନେତା । ଚାନ୍ଦବାଲିର ବିଧାୟକ । ସେ ଏବେ ବହି ପଢିବାକୁ ଇଚ୍ଛୁକ । ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ ନା? ଯେତେବେଳେ ବିଜେଡି କ୍ଷମତାରେ ଥିଲା ବ୍ୟୋମକେଶ ବହୁତ ବ୍ୟସ୍ତ ଥିଲେ । ଏବେ ତାଙ୍କ ଦଳ ସରକାରରେ ଯେହେତୁ ନାହିଁ ତା’ ହେଲେ ବୋଧେ ବ୍ୟୋମକେଶକୁ ଏବେ ଅଧିକ ସମୟ ମିଳୁଛି । ନିର୍ବାଚନ ମଣ୍ଡଳୀର କଥା ବୁଝିବା ଛଡ଼ା ଆଉ କ’ଣ ଅଛି ଯେ । ଏବେ ଆସନ୍ତୁ ଅସଲ ପ୍ରସଙ୍ଗକୁ । ବ୍ୟୋମକେଶ ବହି ପଢିବେ । ଏ କଥା ଆମେ କହୁନାହୁଁ । ଖୋଦ ନିଜେ କହିଛନ୍ତି । ତାହା ପୁଣି ସୋସିଆଲ ମିଡିଆରେ ।

ଭଲ କରି ଦେଖିନିଅନ୍ତୁ ସୋସିଆଲ ମିଡିଆର ଏହି ପୋଷ୍ଟକୁ । ସେ ଲେଖିଛନ୍ତି ମୋ ପାଇଁ ପଠା ବୁକ୍ । ମାନେ ମୋ ପାଇଁ ବହି ପଠା । ପ୍ରଦର୍ଶନ ପଡ଼ିଆରେ ଚାଲିଛି କଳିଙ୍ଗ ପୁସ୍ତକ ମେଳା । ସେଠାକୁ ଯାଇଥିଲେ ଜଣେ ବ୍ୟକ୍ତି । ଯାହାଙ୍କ ନାଁ ହେଉଛି କମଲଜିତ୍ ଦାସ । ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଲା ଯେ ଯେ ଜଣେ ସରକାରୀ ବାବୁ । କମଲଜିତଙ୍କ ସହ ବ୍ୟୋମକେଶଙ୍କ ନିଶ୍ଚୟ ଭାବେ ଭଲ ସଂପର୍କ । ଏହି ପୋଷ୍ଟରୁ ଜଣାପଡୁଛି । କମଲଜିତ ପୁସ୍ତକ ମେଳାର କିଛି ଫୋଟ ସେୟାର କରିଛନ୍ତି । ପାଖରେ ଅଛନ୍ତି ତାଙ୍କର ଝିଅ । ସେ ଲେଖିଛନ୍ତି ଯେ ଆଜି ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ୨୭ତମ କଳିଙ୍ଗ ପୁସ୍ତକ ମେଳାରେ ମୋ ଝିଅ ଅପରାଜିତା ସହ…ଖାଲି ସେତିକି ନୁହେଁ ସେ ଆଉ ଏକ ଲାଇନ ଲେଖିଛନ୍ତି ଯେ ଏମିତି ଦିନେ ମୁଁ ବି ମୋ ବାପାଙ୍କ ସହ ପ୍ରଥମ କରି ପୁସ୍ତକ ମେଳା ଆସିଥିଲି । ଏହି ପୋଷ୍ଟରେ ବ୍ୟୋମକେଶ କମେଂଟକୁ ଯାଇ ଲେଖିଛନ୍ତି ଯେ ମୋ ପାଇଁ ପଠା ବୁକ୍ । ମାନେ ମୋ ପାଇଁ ବହି ପଠା ।

ଅତି ସୁନ୍ଦର ଭାବେ କମଲଜିତ ନିଜ ବନ୍ଧୁ ବ୍ୟୋମକେଶଙ୍କୁ ଉତ୍ତର ଦେଇଛନ୍ତି ଯେ ତୋ ପାଇଁ ଭଲ ବହି ଗୋଟେ ଦେବି, ପଢିଲେ ଏକଥା ବୁଝିହେବ କିପରି ସମୟ ବଦଳିଲେ ଚରିତ୍ରମାନେ ବଦଳିବା ଆରମ୍ଭ କରନ୍ତି । ଆଉ ବଦଳୁ ଥିବା ଚରିତ୍ର ମାନେ କ୍ଷଣସ୍ଥାୟୀ ଅଟନ୍ତି । ଆଉ ସେମାନେ ବିଶ୍ୱାସ ଯୋଗ୍ୟ ହୁଅନ୍ତି ନାହିଁ । ଯାହା ହେଉ ୧୯୯୬ ମସିହାରୁ ଆଜି ପର୍ଯ୍ୟନ୍ତ ତୋ ପାଖେ ବହି ପ୍ରତି ଥିବା ଭଲ ପାଇବା ସେମିତି ଅଛି । ସେମିତି ପାଇଁ ବନ୍ଧୁ ବହୁତ ଖୁସି ଲାଗିଲା । ବିଜେଡି ବିଧାୟକ ବ୍ୟୋମକେଶଙ୍କୁ ତାଙ୍କ ବନ୍ଧୁ ଉପଦେଶ ଦେଉଛନ୍ତି । ସମୟ ବଦଳିଲେ ଚରିତ୍ର କେମିତି ବଦଳି ଯାଆନ୍ତି ଏହି ପୋଷ୍ଟରେ ସେ ବର୍ଣ୍ଣନା କରିଛନ୍ତି । ବ୍ୟୋମକେଶଙ୍କୁ କମଲଜିତ ଯାହା କହିଛନ୍ତି ଏଥିରୁ ଜଣାପଡୁଛି ଯେ ସେମାନେ ଦୁଇ ଜଣ ଉତ୍ତମ ବନ୍ଧୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର