Masthead

ପଦ୍ମ ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ତୃତୀୟା ତିଥିରେ ଶ୍ରୀମନ୍ଦିରରେ ଦାରୁବ୍ରହ୍ମଙ୍କ ପଦ୍ମବେଶ ଅନୁଷ୍ଠିତ ହେବ । ଦୁର୍ଲ୍ଲଭ ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ । ବଡ଼ଛତା ମଠ ଯୋଗାଇବ ଏହି ବେଶ । ଏଣୁ ମଠ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଠାକୁରଙ୍କ ସନ୍ଧ୍ୟା ଧୂପ ସରିଲା ପରେ ବେଶ ପହଞ୍ଚିବ ବଡ଼ଦେଉଳରେ । ବଡ଼ସିଂହାର ବେଶରେ ଠାକୁରେ ପଦ୍ମ ବେଶରେ ବିଭୂଷିତ ହେବେ । କଳାଘୋଡ଼ ସହ ପଦ୍ମଫୁଲରେ ସଜ୍ଜିତ ହେବେ କାଳିଆ ସାଆନ୍ତ । ବଡ଼ଭାଇ ଶ୍ରୀବଳଭଦ୍ର ଓ ଭଗିନୀ ମା’ ସୁଭଦ୍ରା ବି ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ବିଧି ଅନୁଯାୟୀ, ମାଘମାସ ଅମାବାସ୍ୟାଠାରୁ ଶ୍ରୀପଞ୍ଚମୀ ଭିତରେ ପଡ଼ୁଥିବା ବୁଧବାର ଅବା ଶନିବାର ଦିନ ବଡ଼ସିଂହାର ବେଶରେ ଏହି ବେଶ ଲାଗି ହୋଇଥାଏ ।

ମାଘମାସ ଅର୍ଥାତ୍‌ ଶୀତଦିନରେ ବୁଧବାର ନୀଳ ଘୋଡ଼ ଓ ଶନିବାର କଳାଘୋଡ଼ ଲାଗି ସମୟରେ ଶ୍ରୀଜିଉ ପଦ୍ମବେଶ ହୋଇଥାନ୍ତି । ନୀଳ ଅବା କଳା ଘୋଡ଼ ଲାଗି ସମୟରେ ପଦ୍ମବେଶ ହେଲେ ଗଭୀର ଜଳରାଶିରେ ପଦ୍ମ ଫୁଟିଲା ଭଳି ଦିଶିବା ସହ ମହାପ୍ରଭୁ ଆହୁରି ସୁନ୍ଦର ଦେଖାଯାଆନ୍ତି। ବଡ଼ସିଂହାର ବେଶରେ କିଛି ଭକ୍ତ ଏହି ବେଶ ଦର୍ଶନ କରିଥାନ୍ତି ।
ସେହିଦିନ ରାତ୍ର ପହୁଡ଼ ପରେ ଭକ୍ତମାନେ ପରଦିନ ମଙ୍ଗଳ ଆଳତୀ ପରେ ପରେ ଏହି ବେଶ ଦର୍ଶନ କରିଥାନ୍ତି। ଅବକାଶ ପରେ ପଦ୍ମବେଶ ଓଲାଗି କରି ଦିଆଯାଏ । ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ବଢ଼ିଥାଏ। ପଦ୍ମବେଶରେ ମହାପ୍ରଭୁଙ୍କୁ ସ୍ବତନ୍ତ୍ର ଅମାଲୁ, କ୍ଷୀରି ଭୋଗ କରାଯାଇଥାଏ । କୋଠ ଭୋଗରେ ଲାଗି ହେଉଥିବା ଏହି କ୍ଷୀରି, ଅମାଲୁ ପାଇଁ ବଡ଼ଛତା ମଠ ପକ୍ଷରୁ ଚାଉଳ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଥାଏ ।

ବେଶ ପ୍ରସ୍ତୁତି ପାଇଁ ସୋଲ, ବାଉଁଶ, ସନ୍ତରା ପଟ, ପଇତା, କନା, ଜରି, ଡୋରି, କଇଁଥ ଅଠା ଆଦି ଆବଶ୍ୟକ ପଡ଼ିଥାଏ। ଏଥିପାଇଁ ବହୁ ପୂର୍ବରୁ ଆବଶ୍ୟକ ସାମଗ୍ରୀ ବଡ଼ଛତା ମଠ ପକ୍ଷରୁ ଯୋଗାଡ଼ କରାଯାଇଥାଏ। ଏହି ବେଶ ସାମଗ୍ରୀ କାରିଗରଙ୍କ ଜିମାରେ ଦିଆଯିବା ପରେ ପଣ୍ଡୁ ପୂର୍ଣ୍ଣିମାରୁ ବେଶ କାମ ଆରମ୍ଭ ହୋଇଥାଏ। ଏଥିସହ ମହାପ୍ରଭୁଙ୍କ ପଣ୍ଡୁ ପୂର୍ଣ୍ଣିମା ଠାରୁ ବେଶ ଅନୁକୂଳ ଆରମ୍ଭ ହୋଇଥିବା ବେଳେ ଅତ୍ୟନ୍ତ ନିଷ୍ଠାର ସହ ମହାପ୍ରଭୁଙ୍କ ସେବାକରି ନିଜକୁ ଧନ୍ୟ ମନେ କରିଛନ୍ତି ବେଶ କାରିଗର ମାନେ। ଭଗବାନ ଏହି ଦୁର୍ଲଭ ବେଶରେ ସଜ୍ଜିତ ହୋଇ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥିବାର ଦୃଷ୍ଟାନ୍ତ ରହିଥିବା ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ମତ ରଖିଛନ୍ତି କ୍ଷ ଏହି ବେଶରେ ମହାପ୍ରଭୁଙ୍କୁ ପଦ୍ମ ଚାଉଳରେ ଖିରି ଭୋଗ କରାଯିବାର ଵିଧି ରହିଛି । ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ