Masthead

ବରଗଡ଼ରେ ତେଜିଲା କ୍ୟାନସର ହସ୍ପିଟାଲ ଦାବି

ବରଗଡ଼ (ବଡ଼ ଖବର ବ୍ୟୁରୋ): ବରଗଡ଼ରେ ତେଜିଲା କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଏଣିକି ବରଗଡ଼ରେ କ୍ୟାନସର ହସ୍ପିଟାଲରେ ପାଇଁ ଆଉ ଦାବି ନୁହେଁ ବରଂ ଛଡ଼େଇନେବୁ ବୋଲି କହିଛନ୍ତି ବରଗଡ଼ କ୍ୟାନସର ହସ୍ପିଟାଲ ଆନ୍ଦୋଳନରେ ସାମିଲ ହୋଇଥିବା ଲୋକେ। ବରଗଡ଼ରେ ବଢୁଥିବା କ୍ୟାନସର ରୋଗୀ ଓ ସେମାନଙ୍କ ମୃତ୍ୟୁ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ଗତ ସାଧାରଣ ନିର୍ବାଚନ ସମୟରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପାଣିର ଗାର ପାଲଟିଛି। ଏହାର ପ୍ରତିବାଦରେ ଦୀର୍ଘଦିନ ହେବ ବରଗଡ଼ର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ, ଓକିଲ ସଂଘ ଓ ସାଧାରଣ ନାଗରିକ ଆନ୍ଦୋଳନ କରିଆସୁଛନ୍ତି। ତଥାପି କୌଣସି ପ୍ରଭାବ ପଡ଼ୁ ନ ଥିବାରୁ ତେଜିଛି ଆନ୍ଦୋଳନ। ମଙ୍ଗଳବାର କୋଶଳ ସେନାର ୨କର୍ମୀ ସ୍ଥାନୀୟ ଗାନ୍ଧୀଛକରେ ଅନଶନରେ ବସିଥିବା ବେଳେ ଆଜି ଫୋରମ ଫର୍‌ କ୍ୟାନସର ହସପିଟାଲ ଇନ ବରଗଡ଼ ଅନୁଷ୍ଠାନ ପକ୍ଷରୁ ଏକ ଚେତାବନୀ ଶୋଭାଯାତ୍ରା କରାଯାଇଥିଲା। ଏହି ସଂଗଠନ ନେତୃତ୍ୱରେ ବିଭିନ୍ନ ଅନୁଷ୍ଠାନର ଶତାଧିକ କର୍ମୀ ସ୍ଥାନୀୟ ମା’ ଶ୍ୟାମାକାଳୀ ମନ୍ଦିର ଛକରେ ସମବେତ ହୋଇଥିଲେ। ସେଠାରୁ ଚେତାବନୀ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ ଅଫିସରେ ପହଞ୍ଚିଥିଲେ। ପରେ ଆନ୍ଦୋଳନକାରୀମାନେ ବରଗଡ଼ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରିଛନ୍ତି।

ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାର ତୁରନ୍ତ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି କହିଛନ୍ତି ଆନ୍ଦୋଳନକାରୀ। କ୍ୟାନସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଆଉ ଏହାକୁ ଦୃଷ୍ଟିରେ ରଖି ରଖି ବରଗଡ଼ରେ କ୍ୟାନସର ହସ୍ପିଟାଲର ଅଵଶ୍ୟକତା ରହିଛି ବୋଲି କହିଛନ୍ତି ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ। ଅପରପକ୍ଷେ ଏକ ହାଇଲେଭଲ ଟିମ ବରଗଡ଼ ଆସି ହସ୍ପିଟାଲ ପାଇଁ ସ୍ଥାନ ନିରୂପଣ କରିସାରିଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା