ଚଳନ୍ତା ବସ ଉପରେ ପଡିଲା ଗଛ,ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ସମ୍ବଲପୁର (ବଡ଼ ଖବର ବ୍ୟୁରୋ): ଚଳନ୍ତା ଯାତ୍ରୀବାହୀ ବସ ଉପରେ ଖସିପଡ଼ିଲା ଏକ ବଡ଼ଗଛ । ଅଳ୍ପକେ ବର୍ତ୍ତିଲେ ବସ କର୍ମଚାରୀ । ବସଟି ସିନ୍ଦୁରପଙ୍କଛକ ଆଡକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିଲା। ବସରେ କୌଣସି ଯାତ୍ରୀ ନଥିଲେ। ବସରେ ୩ ଜଣ କର୍ମଚାରୀ ରହିଥିବା ବେଳେ ସେମାନଙ୍କ କିଛି କ୍ଷତି ହୋଇନାହିଁ । ଏନଏଚଏଆଇ ପକ୍ଷରୁ ଏକ ଠିକା ସଂସ୍ଥା ଗଛ କାଟୁଛି । ଗଛ ତଳେ ୧୧ କେଭି ତାର ଯାଇଛି। ଠିକା ସଂସ୍ଥା ପକ୍ଷରୁ କୌଣସି ନିରପତ୍ତା ବ୍ୟବସ୍ଥା କରାଯାଇନାହିଁ । ଘଟଣାକୁ ନେଇ ସେସ୍କୋ ଅଧିକାରୀ ସମସ୍ତ ଦୋଷ ଠିକା ସଂସ୍ଥା ଉପରେ ଲଦି ଦେଇଛନ୍ତି। ରାସ୍ତା ବଢାଇବା ପାଇଁ ଏହି ଗଛ କଟା ଯାଉଥିଲା। । ସେହି ସମୟରେ ଗଛଟି ଚଳନ୍ତା ବସ ଉପରେ ପଡ଼ି ଯାଇଥିଲା। ଗଛଟି ପଡ଼ିବା ସମୟରେ ବିଦ୍ୟୁତ କଟା ଯାଇନଥିଲା । ପାଖରେ ଥିବା ଜନବସତି ବିଦ୍ୟୁତ ତାର ଯୋଗୁଁ ହୋଇଥିବା ଅଗ୍ନିକାଣ୍ଡରେ କୌଣସି କ୍ଷତି ହୋଇନଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ