Masthead

ମୁମ୍ବାଇ କ୍ରୁଜ ପାର୍ଟି ମାମଲା: ଏନସିବି ପଞ୍ଜାରେ ଡ୍ରଗ୍ସ ସପ୍ଲାୟର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମୁମ୍ବାଇ କୃଜ ଡ୍ରଗ୍ସ ପାର୍ଟି ମାମଲାରେ ବଢୁଛି ଅଡୁଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଶନିବାର ଏନସିବି ଆର୍ଯ୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଛି । ଡ୍ରଗ୍ସ କେସରେ ଏନସିବି ୧୯ ଜଣଙ୍କୁ ଗିରଫ କରିସାରିଲାଣି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ରାମଦାସ ।

ସୂଚନା ଅନୁସାରେ ରାମଦାସ ହିଁ ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରିଥିଲା । ଏହା ପରେ ଅରବାଜ ଆର୍ଯ୍ୟନଙ୍କୁ ଦେଇଥିବା ଜଣାପଡିଛି । କୃଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିସାରିଲାଣି । ଗତକାଲି ଏନସିବି ଶାହାରୁଖ ଖାନଙ୍କ ଡ୍ରାଇଭରଙ୍କୁ ଜେରା କରିଥିଲା । ଡ୍ରାଇଭର ରାଜେଶ ମିଶ୍ରାଙ୍କୁ ପଚରାଉଚରା କରି ସପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଚେଷ୍ଟା ଚଳାଇଛି ଏନସିବି । ଆର୍ଯ୍ୟନଙ୍କ ଗାଡିରେ କିଏ କିଏ ଯାଇଥିଲେ? ତାଙ୍କ ସହ ଆଉ କିଏ କିଏ ଥିଲେ ? ଏହି ସବୁ ପ୍ରଶ୍ନ ଆର୍ଯ୍ୟନଙ୍କ ଡ୍ରାଇଭରକୁ ପଚାରିଥିଲା ଏନସିବି ।

ଜେରା ପରେ ଶାହାରୁଖଙ୍କ ଡ୍ରାଇଭରକୁ ଏନସିବି ଛାଡି ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୁମ୍ବାଇ ରେଭ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଗତ ୮ ତାରିଖରେ ଆର୍ଯ୍ୟନକୁ ଜେଲ ପଠାଯାଇଥିଲା । କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା