Masthead

ମୁମ୍ବାଇ କ୍ରୁଜ ପାର୍ଟି ମାମଲା: ଏନସିବି ପଞ୍ଜାରେ ଡ୍ରଗ୍ସ ସପ୍ଲାୟର

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):  ମୁମ୍ବାଇ କୃଜ ଡ୍ରଗ୍ସ ପାର୍ଟି ମାମଲାରେ ବଢୁଛି ଅଡୁଆ । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗତ ଶନିବାର ଏନସିବି ଆର୍ଯ୍ୟନ ଖାନଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଡ୍ରଗ୍ସ ସପ୍ଲାଏ କରୁଥିବା ବ୍ୟକ୍ତିକୁ ଏନସିବି ଗିରଫ କରିଛି । ଡ୍ରଗ୍ସ କେସରେ ଏନସିବି ୧୯ ଜଣଙ୍କୁ ଗିରଫ କରିସାରିଲାଣି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାଁ ରାମଦାସ ।

ସୂଚନା ଅନୁସାରେ ରାମଦାସ ହିଁ ଅରବାଜଙ୍କୁ ଡ୍ରଗ୍ସ ସପ୍ଲାଏ କରିଥିଲା । ଏହା ପରେ ଅରବାଜ ଆର୍ଯ୍ୟନଙ୍କୁ ଦେଇଥିବା ଜଣାପଡିଛି । କୃଜ ଡ୍ରଗ୍ସ ପାର୍ଟି ମାମଲାରେ ଏନସିବି ଆର୍ଯ୍ୟନଙ୍କ ସମେତ ୧୯ ଜଣଙ୍କୁ ଗିରଫ କରିସାରିଲାଣି । ଗତକାଲି ଏନସିବି ଶାହାରୁଖ ଖାନଙ୍କ ଡ୍ରାଇଭରଙ୍କୁ ଜେରା କରିଥିଲା । ଡ୍ରାଇଭର ରାଜେଶ ମିଶ୍ରାଙ୍କୁ ପଚରାଉଚରା କରି ସପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ଚେଷ୍ଟା ଚଳାଇଛି ଏନସିବି । ଆର୍ଯ୍ୟନଙ୍କ ଗାଡିରେ କିଏ କିଏ ଯାଇଥିଲେ? ତାଙ୍କ ସହ ଆଉ କିଏ କିଏ ଥିଲେ ? ଏହି ସବୁ ପ୍ରଶ୍ନ ଆର୍ଯ୍ୟନଙ୍କ ଡ୍ରାଇଭରକୁ ପଚାରିଥିଲା ଏନସିବି ।

ଜେରା ପରେ ଶାହାରୁଖଙ୍କ ଡ୍ରାଇଭରକୁ ଏନସିବି ଛାଡି ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୁମ୍ବାଇ ରେଭ ପାର୍ଟି ମାମଲାରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇ ଏବେ ଜେଲରେ ଅଛନ୍ତି । ଗତ ୮ ତାରିଖରେ ଆର୍ଯ୍ୟନକୁ ଜେଲ ପଠାଯାଇଥିଲା । କୋର୍ଟରେ ତାଙ୍କର ଜାମିନ ଆବେଦନ ଖାରଜ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି