Before Header

ବସ୍ ଓ କାରରେ ଅଭିନବ ଭାବେ ଚାଲିଛି ଗୋରୁ ଚାଲାଣ

0 33

ସୋର(ବଡ଼ ଖବର ବ୍ୟୁରୋ): ବାରମ୍ବାର ବେଆଇନ ଗୋଚାଲାଣକୁ ଗୋସୁରକ୍ଷା କର୍ମୀ ଓ ବଜରଙ୍ଗ ଦଳ ଏବଂ ପୋଲିସ ଚଢ଼ାଉ କରୁଥିବା ବେଳେ ଗୋ ମାଫିଆ ମାନେ ଅଭିନଵ ଉପାୟରେ ଗୋଚାଲାଣ କରୁଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ଖନ୍ତାପଡ଼ା ନିକଟରେ ଖୋର୍ଦ୍ଧାରୁ ପଶ୍ଚିମବଙ୍ଗ ଅଭିମୁଖେ ଏକ ବସ ଓ ଇନୋଭା ଭିତରେ ଗୋରୁ ଚାଲାଣ ହେଉଥିବା ବେଳେ ଗୋସୁରକ୍ଷା କର୍ମୀ ଓ ବଜରଙ୍ଗ ଦଳର କର୍ମୀ ଖବର ପାଇ ବସ ଓ ଇନୋଭାଟିକୁ ଅଟକାଇଥିଲେ ।

ସେଥିରେ ଗୋରୁ ଚଲାଣ ହେଉଥିବା ଦେଖି ସ୍ଥାନୀୟ ଲୋକେ ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲେ । ଖନ୍ତାପଡ଼ା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ବସ ଓ ଇନୋଭାକୁ ଥାନାକୁ ଆଣି ତଦନ୍ତ କରୁଥିବା ବେଳେ ଡ୍ରାଇଭର ଫେରାର ହୋଇଯାଇଛି । ତେବେ ଇନୋଭାରେ ୬ ଟି ଓ ବସରେ ୩୦ ଟି ଗୋରୁ ଚାଲାଣ ହେଉଥିବା ସୂଚନା ମିଳିଛି ।

 

Leave A Reply

Your email address will not be published.