Masthead

ନୂଆ ଭୂତାଣୁ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ଏହା ସହ କୋଭିଡ଼ ମଧ୍ୟ ସାମିଲ ହୋଇଛି । ସତର୍କ ରହିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ନୂଆ ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ୫ ସୂତ୍ରୀ ଗାଇଡଲାଇନ ପାଳନ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଏଚ୩ଏନ୨ ଭାଇରସ ଯୋଗୁଁ ଦେଶରେ ମୋଟ ୩୬୧୮ ଜଣ ଆକ୍ରାନ୍ତ ହେଲେଣି । ଗୋଟିଏ ଦିନରେ ୫୨୪ ଜଣ ସଂକ୍ରମିତ ହୋଇଥିବାରୁ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି । ୧୧୩ ଦିନ ବ୍ୟବଧାନରେ ଏତେ ସଂଖ୍ୟକ ପଜିଟିଭ କେସ ମିଳିବା ଚିନ୍ତାଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ବିଭିନ୍ନ ରାଜ୍ୟରେ ନୂଆ ପଜିଟିଭ ସଂଖ୍ୟା ବଢୁଥିବାବେଳେ ଏଚ୩ଏନ୨ ଇନଫ୍ଲୁଏନଞ୍ଜା ସହିତ କୋଭିଡ ଡର ବୟସ୍କ ଓ ଗର୍ଭବତୀମାନଙ୍କୁ ସମସ୍ୟାରେ ପକାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ବୟସ୍କ ଓ ଗର୍ଭବତୀମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ କେନ୍ଦ୍ରସରକାର ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ଟେଷ୍ଟ , ଟ୍ରାକ, ଟ୍ରିଟ ଭ୍ୟାକ୍ସିନେସନ ଭଳି କୋଭିଡ ନିୟମ ପାଳନ ଉପରେ କେନ୍ଦ୍ର ଗୁରୁତ୍ୱ ଦେଇଛି । ଟକାକରଣ , ମେଡିସିନ, ଅକ୍ସିଜେନ ଓ ହସ୍ପିିଟାଲ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ନୂଆ ଭୂତାଣୁକୁ ମୁକାବିଲା କରିବା ପାଇଁ କେନ୍ଦ୍ର ୫ ସୂତ୍ରୀ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା! 🔴 ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା 🔴 ଅନାସ୍ଥା ପୂର୍ବରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ 🔴 ବି.ସୁଦର୍ଶନ ରେଡ୍ଡୀ INDIA ବ୍ଲକ୍‌ ଉପରାଷ୍ଟ୍ରପତି ପ୍ରାର୍ଥୀ 🔴 ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର 🔴 ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ 🔴 ପୁଣି ଚର୍ଚ୍ଚାରେ ବଳଙ୍ଗା ପୀଡିତାଙ୍କ ମୃତ୍ୟୁ ଘଟଣା! 🔴 କାଠୁଆରେ ବାଦଲ ଫଟା ବର୍ଷା! 🔴 ପାକିସ୍ତାନରେ ବନ୍ୟାର ବୀଭିଷିକା, ମୃତ୍ୟୁ ସଂଖ୍ୟା ୩ଶହ ପାର୍ 🔴 ୨୦ ତାରିଖ ଯାଏଁ ପ୍ରବଳ ବର୍ଷା!