Masthead

ନୂଆ ଭୂତାଣୁ ପାଇଁ କେନ୍ଦ୍ରର ନୂଆ ଗାଇଡଲାଇନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଚିନ୍ତା ବଢାଉଛି ଏଚ୩ଏନ୨ ଭାଇରସ । ଏହା ସହ କୋଭିଡ଼ ମଧ୍ୟ ସାମିଲ ହୋଇଛି । ସତର୍କ ରହିବାକୁ ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଲେଖି ପରାମର୍ଶ ଦେଇଛନ୍ତି । ନୂଆ ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ୫ ସୂତ୍ରୀ ଗାଇଡଲାଇନ ପାଳନ କରିବାକୁ କେନ୍ଦ୍ର ପରାମର୍ଶ ଦେଇଛି । ଏଚ୩ଏନ୨ ଭାଇରସ ଯୋଗୁଁ ଦେଶରେ ମୋଟ ୩୬୧୮ ଜଣ ଆକ୍ରାନ୍ତ ହେଲେଣି । ଗୋଟିଏ ଦିନରେ ୫୨୪ ଜଣ ସଂକ୍ରମିତ ହୋଇଥିବାରୁ କେନ୍ଦ୍ର ସରକାର ଉଦବେଗ ପ୍ରକାଶ କରିଛନ୍ତି । ୧୧୩ ଦିନ ବ୍ୟବଧାନରେ ଏତେ ସଂଖ୍ୟକ ପଜିଟିଭ କେସ ମିଳିବା ଚିନ୍ତାଜନକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ବିଭିନ୍ନ ରାଜ୍ୟରେ ନୂଆ ପଜିଟିଭ ସଂଖ୍ୟା ବଢୁଥିବାବେଳେ ଏଚ୩ଏନ୨ ଇନଫ୍ଲୁଏନଞ୍ଜା ସହିତ କୋଭିଡ ଡର ବୟସ୍କ ଓ ଗର୍ଭବତୀମାନଙ୍କୁ ସମସ୍ୟାରେ ପକାଇପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି । ବୟସ୍କ ଓ ଗର୍ଭବତୀମାନଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ କେନ୍ଦ୍ରସରକାର ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି । ଟେଷ୍ଟ , ଟ୍ରାକ, ଟ୍ରିଟ ଭ୍ୟାକ୍ସିନେସନ ଭଳି କୋଭିଡ ନିୟମ ପାଳନ ଉପରେ କେନ୍ଦ୍ର ଗୁରୁତ୍ୱ ଦେଇଛି । ଟକାକରଣ , ମେଡିସିନ, ଅକ୍ସିଜେନ ଓ ହସ୍ପିିଟାଲ ପ୍ରସ୍ତୁତ ରଖିବାକୁ ପରାମର୍ଶ ଦିଆଯାଇଛି । ନୂଆ ଭୂତାଣୁକୁ ମୁକାବିଲା କରିବା ପାଇଁ କେନ୍ଦ୍ର ୫ ସୂତ୍ରୀ ଗାଇଡଲାଇନ ପାଳନ କରିବାକୁ ପରାମର୍ଶ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ