Masthead

ବାହାନଗା ଟ୍ରେନ ଟ୍ରାଜେଡି, ତ୍ରୁଟି ସତ୍ତ୍ୱେ ହୋଇନଥିଲା ଯାଞ୍ଚ

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ):   ବାହାନଗା ଟ୍ରେନ ଟ୍ରାଜେଡି । ଘଟଣାକୁ ପୂରିଲାଣି ୧୧ ଦିନ । ହେଲେ କାହିଁକି ଘଟିଲା ଦୁର୍ଘଟଣା ଏଯାଏଁ ବାହାରିପାରୁନି ନିଷ୍କର୍ଷ । ସେପଟେ ତଦନ୍ତ ଜୋରଦାର ଚଳାଇଛି ସିବିଆଇ । ସିବିଆଇ ଟିମ ଜଣେ ଷ୍ଟେସନ ମାଷ୍ଟର, ଜଣେ ଟେକ୍ନିସିଆନ ଓ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ ଉଠାଇ ନେଇ ଅଜ୍ଞାତ ସ୍ଥାନରେ ପଚରାଉଚରା କରୁଥିବା ସୂଚନା ମିଳିଛି । ଯାଞ୍ଚ ବେଳେ ସିବିଆଇ ହାତରେ ଲାଗିଛି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଜୁନ୍ ୨ ତାରିଖ ଦୁର୍ଘଟଣା ଦିନ ସକାଳେ ବାହାନଗା ବଜାର ଷ୍ଟେସନରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଏହି ତ୍ରୁଟି ବିଷୟରେ କର୍ମଚାରୀଙ୍କୁ ଅବଗତ କରାଇଥିଲେ । ପରେ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଟେକ୍ନିସିଆନଙ୍କୁ ଡାକିଥିଲେ । ହେଲେ ସେ ଆସିବାକ ବିଳମ୍ବ କରିବାରୁ ସିଗନାଲ ବ୍ୟବସ୍ଥା ଠିକ୍ କରିବାକୁ କହିଥିଲେ । ଦିନ ପ୍ରାୟ ୧୧ଟା ବେଳେକୁ ଟେକ୍ନିସିଆନ ସିଗନାଲ ବ୍ୟବସ୍ଥାକୁ ଠିକ୍ କରି ଦେଇଥିଲେ ।ପରେ ସିଗନାଲିଂ ବ୍ୟବସ୍ଥା ଠିକ୍ ଭାବେ କାମ କରୁଛି କି ନାହିଁ ଆସିଷ୍ଟାଣ୍ଡ ଷ୍ଟେସନ ମାଷ୍ଟର ଆଉ ଯାଞ୍ଚ କରିନଥିଲେ । ଆଉ ଯେଉଁଥିପାଇଁ ସନ୍ଧ୍ୟାରେ ବଡ଼ ଦୁର୍ଘଟଣା ଘଟିଥିଲା ବୋଲି ସିବିଆଇ ହାତରେ ପ୍ରମାଣ ଲାଗିଥିବା ଜାଣିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ