Masthead

ପକ୍ଷୀ ପ୍ରେମରେ ପରିବାର, ଭାଇ ଭାବି ହାତରେ ରାକ୍ଷୀ ବାନ୍ଧୁଛି ଭଉଣୀ

ସୋର (ବଡ଼ ଖବର ବ୍ୟୁରୋ): ପକ୍ଷୀ ପ୍ରେମରେ ପରିବାର । ବାଦୁଡିକୁ କରିଛନ୍ତି ପୁଅ । ଭାଇ ଭାବି ଭଉଣୀ ହାତରେ ରାକ୍ଷୀ ବାନ୍ଧୁଛି । ବାଲେଶ୍ୱର ଖଇରା ଅଂଚଳରେ ଦେଖିବାକୁ ମିଳିଛି ପକ୍ଷୀ ସହ ଏଭଳି ନିଆରା ଭଲପାଇବା । ବାଦୁଡ଼ି ସାଜିଛି ପରିବାରର ସଦସ୍ୟ । ପରିବାର ସହିତ ଲଗାଇଦେଇଛି ଅତ୍ମୀୟତା । ୧୨ ବର୍ଷ ହେବ ଅମୂଲ୍ୟଙ୍କ ପୁଅ ପରି ରହିଛି ଘରେ ଆଉ ଭାଇ ଭାବି ଝିଅ ବାନ୍ଧୁଛି ରାକ୍ଷୀ । ସମାଜରେ ଏବେ ଆତ୍ମୀୟଙ୍କ ମଧ୍ୟରେ ସମ୍ପର୍କ ହଜିଯାଉଥିବା ବେଳେ ଏ ପରିବାର କହୁଛି ସମ୍ପର୍କର ଅର୍ଥ । ମଣିଷ ପ୍ରେମରେ ପକ୍ଷୀ ବାଦୁଡ଼ି ଆଉ ବାଦୁଡ଼ି ପ୍ରେମରେ ପୁରା ପରିବାର । ପିଉଛି ମୃଦ୍ୟୁ ପାନୀୟ ଆଉ ଖାଉଛି ଫଳ ।

ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଅଞ୍ଚଳରେ । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଓଷଙ୍ଗ ଗାଁର ଅମୂଲ୍ୟ ବେହେରା । ସେ ଆଜିକୁ ୧୨ବର୍ଷ ତଳେ ଗୋଟିଏ ଛୋଟ ବାଦୁଡ଼ି ଘର ଅଗଣାରୁ ପାଇଥିଲେ । ସେହି ଦିନ ଠାରୁ ବାଦୁଡ଼ି ହୋଇଯାଇଛି ପରିବାରର ସଦସ୍ୟ । ଅମୂଲ୍ୟ ଧାନଚାଷ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ ଅମୂଲ୍ୟ କେବେ ବି ବାଦୁଡି ପ୍ରତି ଅବହେଳା କରିନାହାଁନ୍ତି । ଆଉ ଖାଇବା ବିଳମ୍ବ ହେଲେ ପରିବାରରେ ଝଗଡା ହୋଇଥାଏ । ନିଜ ପିଲାଙ୍କ ପ୍ରତି ଯେତିକି ଯତ୍ନ ନେଇଥାନ୍ତି ବାଦୁଡି ପ୍ରତି ମଧ୍ୟ ସେତିକି ଯତ୍ନ ନେଇଥାନ୍ତି । ଅମୂଲ୍ୟଙ୍କର ପକ୍ଷୀ ବାଦୁଡ଼ି ପ୍ରତି ଭଲପାଇବା ସମାଜ ପାଇଁ ଉଦାହରଣ ସାଜିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ