Masthead

ଶିମିଳିପାଳରେ କେନ୍ଦ୍ରୀୟ ଟିମ

ମୟୁରଭଞ୍ଜ (ବଡ଼ ଖବର ବ୍ୟୁରୋ): ଶିମିଳିପାଳରେ ପହଂଚିଛି କେନ୍ଦ୍ରୀୟ ଟିମ । ଗୁରୁବାର ନିଆଁ ଲାଗିବା କାରଣ ଅନୁଧ୍ୟାନ କରିବା ସହ ଜଙ୍ଗଲ ନିଆଁର ସ୍ଥିତି ପରଖିଛନ୍ତି । କାଲି ଶିମିଳିପାଳର କିଛି ଅଂଚଳ ବୁଲି ଦେଖିଥିବା ବେଳେ ଆଜି କୋର ଏରିଆ ପରିଦର୍ଶନ କରିବେ । ନୂଆ ଦିଲ୍ଲୀରୁ ଏନଟିସିଏ ଆଇଜି ଅମିତ ମଲ୍ଲିକ ପହଂଚିବା ପରେ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଉପ ମହାନିର୍ଦ୍ଦେଶକ ସୁବ୍ରତ ମହାପାତ୍ରଙ୍କ ସହ ଅପରାହ୍ନରେ ଶିମିଳିପାଳରେ ପହଂଚିଥିଲେ । ଏହାପରେ କରଞ୍ଜୀଆ, ଠାକୁରମୁଣ୍ଡା, ଅପର ବାରହାକାମୁଡା ବନାଂଚଳ ବୁଲି ଦେଖିଛନ୍ତି । ଏବେବି ଶିମିଳିପାଳର ଅନେକ ସ୍ଥାନରେ ନିଆଁ ଲାଗିଛି । ଡୁକୁରା, ଭଞ୍ଜବସା, ପୋଡିଡିହାରେ ଏବେ ଜଙ୍ଗଲ ଜଳୁଥିବା କୁହାଯାଉଛି ।

ଅପର ପକ୍ଷରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା ଗୁରୁବାର ରାତିରେ ଶିମିଳିପାଳରେ ପହଞ୍ଚି ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଆଜି ସେ କୋର ଏରିଆ ସମେତ ଏକାଧିକ ବନାଗ୍ନି ପ୍ରଭାବିତ ସ୍ଥାନ ପରିଦର୍ଶନ କରିବେ । କିଛି ଦିନ ତଳେ ଯେଉଁ ନିଆଁ ଲାଗିଥିଲା, ତାହା କେବଳ ଜଙ୍ଗଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଲାଗିଥିଲା । ତେବେ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିମିଳିପାଳରେ ଆଉ ନିଆଁ ନଥିବା କହିଥିଲେ ମଧ୍ୟ ଏବେ ବି କିଛି ସ୍ଥାନରେ ନିଆଁ ଜଳୁଥିବା ଦାବି କରିଛନ୍ତି ପରିବେଶବିତ୍ ସେହିପରି କୋର ଏରିଆକୁ ନିଆଁ ଆଦୌ ଯାଇନଥିବା ତଥ୍ୟ ସତ ନୁହେଁ ବୋଲି ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା