Masthead

ଚେନ୍ନାଇକୁ ମାତ୍ ଦେଲା ବିରାଟ ବାହିନୀ

 

ଦୁବାଇ, (ବଡ଼ ଖବର ବ୍ୟୁରୋ) : ଆଇପିଏଲର ତ୍ରୟୋଦଶ ସିଜନର ୨୫ ତମ ମ୍ୟାଚକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତାର ନାଁ ରେ କରିଛି | ଶନିବାର ରାତିରେ ଦୁବାଇରେ ଆରସିବି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କୁ ୩୭ ରନରେ ପରାସ୍ତ କରିଛି। ୧୭୦ ରନର ଲକ୍ଷ୍ୟକୁ ପଛରେ ପକାଇ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଦଳ ନିର୍ଦ୍ଧାରିତ ଓଭରରେ ମାତ୍ର ୧୩୨/୮ ରନ୍ କରିଥିଲା । ଏହି ବିଜୟ ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଛଅଟି ମ୍ୟାଚ ଖେଳି ଚତୁର୍ଥ ବିଜୟ ହାସଲ କରିଛି | ବର୍ତ୍ତମାନ ସେ ୮ଅଙ୍କ ସହିତ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନରେ ଅଛନ୍ତି | ଅପରପକ୍ଷରେ ଚେନ୍ନାଇ ସୁପର କିଙ୍ଗସ ୭ଟି ମ୍ୟାଚରୁ ପାଞ୍ଚଟି ପରାଜୟ ସହ ସପ୍ତମ ସ୍ଥାନରେ ରହିଛି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସକୁ ପ୍ରଥମରୁ ଝଟକା ଲାଗିଥିଲା। ଆରୋନ ଫିଞ୍ଚ ୨ ରନ କରି ଦୀପକ ଚହରଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ଅନ୍ୟପଟେ ଅଧିନାୟକତ୍ଵ ଇନିଂସ ଖେଳିଥିବା କୋହଲି ଆଇପିଏଲରେ ୩୮ତମ ଅର୍ଦ୍ଧଶତକ ହାସଲ କରିଛନ୍ତି। ବିରାଟ କୋହଲି ୫୨ଟି ବଲରୁ ୪ ଚୌକା ଓ ୪ ଛକା ସହ ୯୦ ରନର ଅପରାଜିତ ଇନିଂସ ଖେଳିଥିଲେ। ଫଳରେ ବେଙ୍ଗାଲୁରୁ ନିର୍ଦ୍ଧାରିତ ଓଭରରେ ୪ ଓ୍ଵିକେଟ୍ ହରାଇ ୧୬୯ ରନ କରିଛି। ଚେନ୍ନାଇ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି, ଦୀପକ ଚହର ଓ ସାମ କରନ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
୧୭୦ ରନର ପିଛା କରୁଥିବା ଚେନ୍ନାଇ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା ହୋଇଥିଲା। ଚେନ୍ନାଇର ପ୍ରାରମ୍ଭିକ ଯୋଡ଼ି ଶୀଘ୍ର ଆଉଟ ହୋଇଗଲେ ଓ ପରେ ଚେନ୍ନାଇ ପକ୍ଷରୁ ଆଉ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରିଲେ ନାହିଁ । ଫଳରେ ନିର୍ଦ୍ଧାରିତ ଓଭରରେ ଚେନ୍ନାଇ ୮ ଓ୍ଵିକେଟ୍ ହରାଇ ୧୩୨ ରନ କରିପାରିଥିଲେ । ଚେନ୍ନାଇ ପକ୍ଷରୁ ରାୟୁଡୁ ୪୨ ଓ ଜଗଦୀଶନ୍ ୩୩ ରନ କରିଥିଲେ । ବାଙ୍ଗାଲୋର ପକ୍ଷରୁ କ୍ରିଷ୍ ମୋରିସ୍ ୩ଟ , ସୁନ୍ଦର ୨ଟି , ଚହଲ ଓ ଉଡାନା ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ