Masthead

ସମନ ରଖୁନି ରିପବ୍ଲିକ୍ ଟିଭି

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ରିପବ୍ଲିକ୍ ଭାରତ ଚ୍ୟାନେଲ ଦେଶରେ ନଂ-୧ ବୋଲି ଡିଣ୍ଡିମ ପିଟୁଛି । ଟେଲିଭିଜନ ରେଟିଙ୍ଗ ପଏଣ୍ଟ (ଟିଆରପି) ବୃଦ୍ଧି ପାଇଁ ଏହି ଗଣମାଧ୍ୟମର କର୍ତ୍ତୃପକ୍ଷମାନେ ଅସାଧୁ ଉପାୟ ଅବଲମ୍ବନ କରିଥିବା ଚର୍ଚ୍ଚା ହେଉଛି । ଏଥିପାଇଁ କୁଆଡେ ମୋଟା ଅଙ୍କର ଅର୍ଥ କାରବାର ହୋଇଛି । ଟିଆରପି ବୃଦ୍ଧି ପାଇଁ ହୋଇଥିବା ଲାଞ୍ଚ କାରବାର ସମ୍ପର୍କିତ ଏକ ମାମଲାରେ ମୁମ୍ବାଇ ପୋଲିସ ରିପବ୍ଲିକ୍ ଟିଭି କର୍ତ୍ତୃପକ୍ଷଙ୍କୁ ଶୁକ୍ରବାର ସମନ ଜାରି କରିଥିଲା । ଶନିବାର ଦିନ ବିପବ୍ଲିକ୍ ଟିଭିର ମୁଖ୍ୟ ଫାଇନାନ୍ସ ମ୍ୟାନେଜର ଶିବ ସୁବ୍ରମଣ୍ୟମ ସୁନ୍ଦରମ୍ ଙ୍କୁ ଥାନାରେ ହାଜର ହେବା ପାଇଁ ସମନରେ ନିର୍ଦ୍ଦେଶ ଦିଆଯାଇଥିଲା କିନ୍ତୁ ମୁଖ୍ୟ ଫାଇନାନ୍ସ ମ୍ୟାନେଜର ପୋଲିସ ସମନକୁ ଫୁ କରି ଉଡାଇ ଦେଇଛନ୍ତି ।

ଟିଆରପି ବୃଦ୍ଧି ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ ହୋଇଛି । କୋର୍ଟ ଏହି ମାମଲା ଶୁଣାଣି ନକରିବା ପର୍ଯ୍ୟନ୍ତ ପୋଲିସ କୌଣସି ବୟାନ ରେକର୍ଡ ନକରିବାକୁ ଶିବ ସୁବ୍ରମଣ୍ୟମ୍ କହିଛନ୍ତି । ସେ ତାଙ୍କର ମତାମତ ପୋଲିସକୁ ଶୁଣାଇ ଦେଇଛନ୍ତି । କିନ୍ତୁ ଏହି ଚ୍ୟାନେଲର ଜଣେ ଅଧିକାରୀ ଶନିବାର ପୋଲିସ ତଦନ୍ତର ସମ୍ମୁଖୀନ ହୋଇଛନ୍ତି । ପରେ ପୋଲିସ ଚ୍ୟାନେଲର ସିଇଓ ବିକାଶ ଆଞ୍ଚନଦାନୀ, ସିଇଓଓ ହର୍ଷ ଭଣ୍ଡାରୀ ଓ ପ୍ରିୟା ମୁଖାର୍ଜୀଙ୍କୁ ସମନ ଜାରି କରିଛନ୍ତି ।

ଟିଆରପି ବୃଦ୍ଧି ମାମଲାରେ କେବଳ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ପୋଲିସ ସମନ ଜାରି କରିନାହିଁ, ବରଂ ବିଜ୍ଞାପନ ଏଜେନ୍ସି ମାଡିସନ ୱାଲର୍ଡ ଆଣ୍ଡ ମାଡିସନ କମ୍ୟୁନିକେସନଙ୍କୁ ମଧ୍ୟ ପୋଲିସ ଜେରାର ସମ୍ମୁଖୀନ ହେବାକୁ ପଡିଛି । ଶନିବାର ଏହି ସଂସ୍ଥାର ମୁଖ୍ୟ ସାନ୍ ବାଲସରାଙ୍କୁ ପୋଲିସ ଦୀର୍ଘ ସମୟ ଜେରା କରିଛି । ସେପଟେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ରିପବ୍ଲିକ୍ ଟିଭି ପଛରେ ଛାଇ ଭଳି ଲାଗିରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ 🔴 ଆଶା ଭୋସ୍‌ଲେଙ୍କ ପରଲୋକ 🔴 ଜାମ୍ମୁକାଶ୍ମୀରରେ ଭୂକମ୍ପ ଝଟକା  🔴 ବିଫଳ ହେଲା ଆଲୋଚନା, ଫେରିଗଲେ ଭାନ୍ସ 🔴 ତାତି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପାକିସ୍ତାନ ଲିଙ୍କ୍, ଯୁବକଙ୍କୁ ଉଠାଇନେଲା ପୋଲିସ 🔴 ଫେରିଲା ଆର୍ଟେମିସ୍ -୨ 🔴 ୫୦ ଫୁଟ ତଳକୁ ଖସିଲା OSRTC ବସ୍‌ 🔴 ଆଜିଠୁ କଲବଲ କରିବ ତାତି 🔴 ହର୍ମୁଜ ପ୍ରଣାଳୀକୁ ନେଇ ଇରାନର ବଡ ଘୋଷଣା 🔴 ଆଜି ବି ରାଜ୍ୟରେ ରହିବ କାଳବୈଶାଖୀ ପ୍ରଭାବ