Masthead

କାରଵାର କମିଲା, ହାର୍ଲେ ଡେଭିଡ଼ସନ ଭାରତ ଛାଡିଵ!

ଲକଜୁରି ବାଇକ ନିର୍ମାତା ଆମେରିକୀୟ କମ୍ପାନୀ ହାର୍ଲେ ଡେଭିଡ଼ସନ ଭାରତ ଛାଡିଵ। କମ୍ପାନୀ ଭାରତରେ ଏହାର ବ୍ୟବସାୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହାଫଳରେ ଦେଶରେ ହାର୍ଲେ ଡେଭିଡ଼ସନର ଗାଡି ଆଉ ଉତ୍ପାଦନ ହେବ ନାହିଁ। ବର୍ତ୍ତମାନ ସମୟରେ କମ୍ପାନୀ ଭାରତରେ ଏହାର ଉତ୍ପାଦନ କ୍ରମଶଃ କମ୍ କରି ଆସୁଛି। ବାଇକ ମୂଲ୍ୟ ଅତ୍ୟାଧିକ ରହିବା, ତ୍ରୁଟିପୂର୍ଣ୍ଣ ବଜାର ରଣନୀତି ସହ ଭୁଲ ଉତ୍ପାଦ ଡିଜାଇନ ଏସବୁର ମୁଖ୍ୟ କାରଣ ହୋଇଛି। ଦିନକୁ ଦିନ କମ୍ପାନୀର ବ୍ୟବସାୟିକ କ୍ଷତି ବଢ଼ିବାରେ ଲାଗିଥିବାବେଳେ ପ୍ରିମିୟମ ମୋଟର ସାଇକେଲ କ୍ଷେତ୍ରରେ ବଜାର ଅଂଶ ହ୍ରାସ ଘଟିବାର ଲାଗିଛି। ଫଳରେ ଦୀର୍ଘ ୧୧ ବର୍ଷ ପରେ କମ୍ପାନୀକୁ ଏଭଳି କଠୋର ନିଷ୍ପତ୍ତି ନେବାକୁ ପଡୁଛି।
ଅନ୍ତର୍ଜାତୀୟ ବ୍ୟବସାୟ ପୁନର୍ଗଠନ ଯୋଜନାର ଅଂଶସ୍ୱରୂପ ଏହି ନିଷ୍ପତ୍ତି ନେଇଥିବା କମ୍ପାନୀ ପକ୍ଷରୁ ଗତକାଲି କର୍ମଚାରୀମାନଙ୍କୁ କୁହାଯାଇଥିଲା। ଅଗଷ୍ଟରେ ହାର୍ଲେ ଡେଭିଡ଼ସନ କ୍ଷତି ହେଉଥିବା ଏହାର କେତେକ ବଜାର ଛାଡିବାକୁ ନିଷ୍ପତ୍ତି ନେଇଥିଲା। କମ୍ପାନୀ ସମ୍ପ୍ରତି ଆମେରିକା, ୟୁରୋପ ଏବଂ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ତାର କାରବାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ବିଚାର କରୁଛି। ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ଉତ୍ପାଦନ ୧୧,୭୩୫ ୟୁନିଟରୁ ୨୦୨୦-୨୧ରେ ୪୫୩୩ ୟୁନିଟକୁ ହ୍ରାସ ପାଇଛି। ସେହିଭଳି ୨୦୧୬-୧୭ରେ ଭାରତରେ କମ୍ପାନୀର ବାଇକ ବିକ୍ରି ୪୭୦୮ ୟୁନିଟରୁ ୨୦୨୦-୨୧ରେ ୨୪୭୦ ୟୁନିଟକୁ ଖସିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ