Masthead

ଜାଡେଜାଙ୍କ ଯାଦୁରେ ଜିତିଲା ଚେନ୍ନାଇ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ମାତ୍ ଦେଇ ଏକ ଦମଦାର ବିଜୟ ହାସଲ କରିଛି ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସୁପର କିଙ୍ଗସ । ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଏହି ମ୍ୟାଚକୁ ୨୮ ରନ୍ ରେ ବିଜୟୀ ହୋଇଛି ସିଏସକେ । ପ୍ରଥମ ଇନିଂସରେ ୪୩ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୩ଟି ୱିକେଟ ନେଇ ଚେନ୍ନାଇକୁ ବିଜୟୀ କରାଇଛନ୍ତି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା । ଏହି ବିଜୟ ସହ ଚେନ୍ନାଇ ଷଷ୍ଠ ସ୍ଥାନରୁ ଉଠି ସିଧାସଳଖ ତୃତୀୟ ସ୍ଥାନରେ ପହଞ୍ଚିଛି । ପ୍ରଥମେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ତେବେ ତାଙ୍କର ଏହି ନିଷ୍ପତ୍ତି ଦଳ ପାଇଁ ଉଚିତ୍ ମଧ୍ୟ ସାବ୍ୟସ୍ତ ହୋଇଥିଲା ।

ପଞ୍ଜାବର ବୋଲରଙ୍କୁ ସାମନା କରି ନ ପାରି ନିୟମିତ ଅନ୍ତରାଳରେ ୱିକେଟ ହରାଇଥିଲା ଚେନ୍ନାଇ । ତେବେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ମହତ୍ତ୍ୱପୂର୍ଣ୍ଣ ୪୩ ରନ୍ ବଳରେ ଚେନ୍ନାଇ ୨୦ ଓଭରରେ ୯ ୱିକେଟ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ରବିନ୍ଦ୍ର ଜାଡେଜାଙ୍କ ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ । ଦଳ ତରଫରୁ ଜାଡେଜାଙ୍କ ବ୍ୟତୀତ ଅଧିନାୟକ ଋତୁରାଜ ଗାଏକ୍ୱାଡ ୩୨ ଏବଂ ମିଚେଲ ୩୦ ରନ୍ କରି ପାଭିଲିୟନ୍ ଫେରିଥିଲେ । ତେବେ ମାତ୍ର ୧୬୮ ରନର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲେ ପଞ୍ଜାବ ପ୍ରଭସିମ୍ରନ ସିଂହ ଏବଂ ଜନି ବେୟାରଷ୍ଟୋ ଯୋଡ଼ି । କିନ୍ତୁ ଚେନ୍ନାଇକୁ ଏକ ଦମଦାର ଆରମ୍ଭ ଦେଇ ୱିକେଟ ନେବା ଆରମ୍ଭ କରିଥିଲେ ଷ୍ଟାର ବୋଲର ତୁଷାର ଦେଶପାଣ୍ଡେ । ନିଜର ପ୍ରଥମ ଓଭରରେ ହିଁ ତୁଷାର ପଞ୍ଜାବ କିଙ୍ଗସକୁ ଡବଲ ଝଟକା ଦେଇଥିଲେ ।

ପ୍ରଥମ ଓଭରର ତୃତୀୟ ବଲରେ ବ୍ୟାଟର ଜନି ବେୟାରଷ୍ଟୋ ଏବଂ ଶେଷ ବଲରେ ରିଲେ ରୁଷୋଙ୍କୁ ପାଭିଲିୟନ୍ ପଠାଇଥିଲେ ପଞ୍ଜାବର ଟପ୍ ଅର୍ଡରକୁ ଚକମା ଦେଇଥିଲେ ତୁଷାର । ଏହାପରେ ପଞ୍ଜାବ ମିଡିଲ ଅର୍ଡରକୁ ଧ୍ୱସ୍ତ କରି ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଚେନ୍ନାଇକୁ ବିଜୟର ଆହୁରି ନିକଟତର କରିଛନ୍ତି । ପଞ୍ଜାବର ଷ୍ଟାର ଓପନର ପ୍ରଭସିମ୍ରନ୍, ଅଧିନାୟକ ସାମ୍ କୁରାନ ଏବଂ ଆଶୁତୋଷ ଶର୍ମାଙ୍କ ୱିକେଟ ନେଇ ଚେନ୍ନାଇ ପାଇଁ ବିଜୟର ଦ୍ୱାର ଖୋଲି ଦେଇଥିଲେ ଜାଡେଜା । ଏହାପରେ ଇମ୍ପାକ୍ଟ ପ୍ଲେୟର ଭାବରେ ଦଳରେ ସାମିଲ ହୋଇଥିବା ସିମରଜିତ ସିଂହ ମଧ୍ୟ ଦମଦାର ବୋଲି କରିଛନ୍ତି । ୩ ଓଭରରେ ୧୬ ରନ୍ ଦେଇ ୨ଟି ସଫଳତା ହାସଲ କରିଥିଲେ ସିମରଜିତ୍ । ଏହାବ୍ୟତୀତ ଶାର୍ଦ୍ଦୁଳ ଠାକୁର ଏବଂମିଚେଲ ସାଣ୍ଟନର ମଧ୍ୟ ଗୋଟିଏ ଲେଖାଏଁ ୱିକେଟ ନିଜ ନାମରେ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା 🔴 ଝାଡାବାନ୍ତିରେ ଆଉଟ ପାଉଟ ଯାଜପୁର, ଛୁଟି ବାତିଲ 🔴 ଅଳ୍ପକେ ବର୍ତ୍ତିଲା ୧୫୬ ଜଣଙ୍କ ଜୀବନ 🔴 ଜୀବନର ମୂଲ୍ୟ ପାଣି ଫୋଟକା ନା? 🔴 କାଳ ସାଜିଲା ଜୁନ ୧୨ 🔴 ଲକି ନମ୍ବର ହୋଇଗଲା ଅନଲକି 🔴 ଜଳିଗଲା ବିମାନ..ଚାଲିଗଲା ଜୀବନ, ଅଧାରେ ରହିଗଲା ଲଣ୍ଡନରେ ଯିବା ସ୍ବପ୍ନ 🔴 ଅହମ୍ମଦାବାଦରେ ବିମାନ ଦୁର୍ଘଟଣା, ୧୧୦ ଯାତ୍ରୀଙ୍କ ମୃତ୍ୟୁ ! 🔴 “ଅପରେସନ ହନିମୁନ”କୁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣସମର୍ଥନ! 🔴 ମୋହନ ସରକାରଙ୍କୁ ପୂରିଲା ବର୍ଷେ 🔴 ଆଜିଠୁ କମିବ ତାତି, ବଢ଼ିବ ବର୍ଷା