Before Header

ବିଦ୍ୟୁତ ଆଘାତରେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ

0 37

କେନ୍ଦ୍ରପଡା(ବଡ଼ ଖବର ବ୍ୟୁରୋ): କେନ୍ଦ୍ରପଡା ରାଜକନିକା ମହୁରୀ ଗାଁରେ ବିଦ୍ୟୁତ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ସମୟରେ ଜଣେ ବିଦ୍ୟୁତ କର୍ମଚାରୀଙ୍କର ମୃତ୍ୟୁ ହୋଇଛି । ତେବେ ମୃତ ବିଦ୍ୟୁତ କର୍ମଚାରୀ ହେଉଛନ୍ତି ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସନ୍ତୋଷ ବେହେରା ବୋଲି ଜଣାପଡିଛି ।

ସୂଚନା ମୁତାବକ ଟାଟା ପାୱାରଠାରୁ ଫ୍ରାଞ୍ଚଆଇଜ ନେଇ ମିଟର ରିଡିଙ୍ଗ ଓ ବିଦ୍ୟୁତ ସଂଯୋଗ କାର‌୍ୟ୍ୟରେ ନିୟୋଜିତ ଥିବା ଡି ଆଣ୍ଡ ବି କମ୍ପାନିର କର୍ମଚାରୀ ସନ୍ତୋଷ କୁମାର ବେହେରା ଆଜି ମହୁରୀ ଗାଁରେ ଖୁଣ୍ଟରେ ଚଢି ବିଦ୍ୟୁତ ସଂଯୋଗ କରୁଥିବା ବେଳେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସି ତଳକୁ ଖସି ପଡ଼ିଥିଲେ । ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

 

Leave A Reply

Your email address will not be published.