Before Header

ପଢ଼ନ୍ତୁ ଆଞ୍ଚଳିକ ଖବର ସଂକ୍ଷେପରେ

0 60

(ବଡ଼ ଖବର ବ୍ୟୁରୋ): (୧) ଜମିବାଡ଼ି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ପାରାଦୀପ ଲକ୍ ଥାନା ଫୁଲବେଲାରୀ ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ଗୋଟିଏ ପରିବାରର ଆକ୍ରମଣରେ ପଡୋଶୀ ପରିବାରର ୨ ଜଣ ଆହତ ହୋଇଛନ୍ତି ।
(୨)ଭୁତମୁଣ୍ଡାଇ ଫୁଲବେଲାରୀ ଗ୍ରାମର ଅଜୟ ବିଶ୍ବାଳଙ୍କ ପରିବାର ସହ ପଡୋଶୀ ତୋଫାନ ବିଶ୍ବାଳଙ୍କର ଝଗଡ଼ା ହୋଇଥିଲା । ଫଳରେ ମାରପିଟ ହେବରୁ ଅଜୟ ଓ କୁନା ଗୁରୁତର ଆହତ ହୋଇ ଅଠରବାଙ୍କୁ ମେଡିକାଲକୁ ଚିକିତ୍ସା ପାଇଁ ଯାଇଥିଲେ ।
(୩) ଆକ୍ରମଣକୁ ନେଇ ଅଜୟ ପାରାଦୀପଗଡ଼ ଲକ୍ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୋଲିସ ଏତଲା ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ କୋର୍ଟ ଫରୱାର୍ଡ ଲାଗି ଅଜୟଙ୍କ ପରିବାର ଲୋକେ ଦାବି କରିଛନ୍ତି ।
(୪) କେନ୍ଦୁଝର ଜିଲ୍ଲା ଶୁଆକାଟି ଫାଣ୍ଡି ଉପର ଉରୁମୁଣ୍ଡାର ଅନାମ ମୁଣ୍ଡ ପୋଖରୀରେ ବୁଡିଯିବାରୁ ମୃତ୍ୟୁ ଘଟିଛି । ସେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରିନଥିଲେ। ଆଜି ସକାଳୁ ଅନାମଙ୍କ ଶବ ଭାସୁଥିବା ଦେଖିବାକୁ ମିଳିଥିଲା ।
(୫) ଦଶରଥପୁର ବ୍ଲକ ଦତ୍ତପୁର ଠାରେ ବନ୍ୟା ପୀଡ଼ିତାଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି, ଯାଜପୁର ଜିଲ୍ଲା ଇଣ୍ଡିଆନ ଗ୍ୟାସ ଆସୋସିଏସନର ସଭାପତି ବିଜୟ କୁମାର ବାଗରୀୟା ଏବଂ ଏଆଇସିସି ସଭ୍ୟ ପୁଲିନ ପୁହାଣଙ୍କ ନେତୃତ୍ୱରେ ଲୋକଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରାଯାଇଛି ।
(୬) ଦଶରଥପୁର ବ୍ଲକର ଲୋକେ ଚାଷ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପ୍ରତିବର୍ଷ ନଦୀରେ ବନ୍ୟା ହେବାର ୁକ୍ଷେତ ନଷ୍ଟ ହେଉଛି । ସରକାର ବନ୍ଧ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ଠିକାଦାର ଓ ବଡ଼ ବାବୁ ମିଳିମିଶି ନିମ୍ନମାନର କାମ କରି ଅର୍ଥ ହରିଲୁଟ କରୁଛନ୍ତି ।
(୭) ବନ୍ୟା ସମୟରେ ସାଧାରଣ ଲୋକେ ଜୀବନ ହରାଇବା ସହ ବାସଗୃହ, ଧନ ସମ୍ପତି ହରାଉଛନ୍ତି । ଏଥିପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଇ ନଦୀର ବନ୍ଧକୁ ସୁଦୃଢ ଭାବେ ମରାମତି କରିବାକୁ ଏଆଇସିସି ସଭ୍ୟ ପୁଲିନ ପ୍ରକାଶ ପୁହାଣ ଦାବୀ କରିଛନ୍ତି ।
(୮) ବାରକୋଟ ଥାନା ବମପରଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଗ୍ରସ୍ତ । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ଚାଳକର ମୃତ୍ୟୁ ଘଟିଥିଲା । ପାଲଲହଡା ଯାଉଥିବା ଟ୍ରକଟି ବମପରଡ଼ା ଗାଁର ଫୁଟବଲ ପଡିଆ ନିକଟରେ ପୋଲରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
(୯) ବାଲିପାଟଣା ବ୍ଲକରେ କାର୍ୟ୍ୟରତ ଖବରଦାତାଙ୍କୁ ଅଗ୍ନିଶମ ବିଭାଗ ଅଧିକାରୀ ଅଶାଳୀନ ବ୍ୟବହାର । ଯାହାକୁ ନେଇ ଅଡୁଆରେ ପଡିଛନ୍ତି ଅଗ୍ନିଶମ ବିଭାଗ ଅଧିକାରୀ । ଅନ୍ୟପଟେ ଏହାର ଦୃଢ ପ୍ରତିବାଦ କରାଯିବ ବୋଲି ବାଲିପାଟଣା ପ୍ରେସ କ୍ଲବ ସଭାପତି କହିଛନ୍ତି ।
(୧୦) ବାଲିପାଟଣାର ଜନୈକ ଖବରଦାତା କିଛି ତଥ୍ୟ ଜାଣିବାକୁ ବାଲିପାଟଣା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରହଲ୍ଲାଦ ରାୟଙ୍କୁ ଫୋନ କରିଥିଲେ । ୨ବର୍ଷ ପରେ ଏହା କାହିଁକି ପଚାରୁଛ ବୋଲି ସେ ପାଲଟା ଜବାବ ରଖିଥିଲେ । ଯାହାକୁ ନେଇ ତାଙ୍କ ନାମରେ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ ହୋଇଛି।
(୧୧) ବିଦ୍ୟୁତ ଖୁଣ୍ଟି ବସେଇବାକୁ ନେଇ ଗୋଷ୍ଠି ସଙ୍ଘର୍ଷ । ଉଭୟ ପକ୍ଷରୁ ୧୦ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି । ବାହାନଗା ବ୍ଲକ୍ ରେ ବାତ୍ୟା ୟାସ ପାଇଁ କିଛି ଦିନ ହେବ ବିଦ୍ୟୁତ୍ ସରବରାହ ଠପ୍ ହୋଇଯାଇଥିଲା ।
(୧୨) ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ କଲ୍ୟାଣି ଗାଁରେ ବାତ୍ୟା ଯୋଗୁଁ ବିଦ୍ୟୁତ ଖୁଣ୍ଟି ଗଡି ପଡିଥିଲା । ଏଣୁ ବିଦ୍ୟୁତ କର୍ମଚାରୀ ଖୁଣ୍ଟ ବସାଉଥିବା ବେଳେ ଗ୍ରାମର ୨ଗୋଷ୍ଠି ମଧ୍ୟରେ ମାଡଗୋଳ ହୋଇଥିଲା । ଏପରିକି ଆହତଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସ ଅଟକ ରଖିଥିଲେ ଗାଁ ଲୋକେ ।
(୧୩) ବିଦ୍ୟୁତ ଖୁଣ୍ଟି ପକାଇବାକୁ ନେଇ ବାହାନଗାରେ ହୋଇଥିଲା ଗଣ୍ଡଗୋଳ । ଏପରିକି ଉଭୟ ପକ୍ଷ ପରସ୍ପରକୁ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଥିଲେ । ଫଳରେ ୧୦ ଜଣରୁ ଉର୍ଦ୍ଧ୍ବ ଆହାତ ହୋଇଥିଲେ । ଖବର ପାଇ ଖନ୍ତାପଡା ପୋଲିସ୍ ପହଞ୍ଚି ତଦନ୍ତ କରୁଛନ୍ତି ।
(୧୪) ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ନାଇଡୁପେଟା ଠାରେ ଜଣେ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ଗ୍ରାମବାସୀ ମାନେ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ରାଜପଥ ଉପରେ ଯାନବାହନ ଚଳାଚଳ ଠପ ହୋଇଛି।
(୧୫)ଜେକେପୁର କୋଭିଡ ମେଡିକାଲରେ ନାଇଡୁପେଟା ଗ୍ରାମର ଜି. ତ୍ରୀବେଣି ଚିକିତ୍ସିତ ହେଉଥିଲେ । ମାତ୍ର ରୋଗୀଙ୍କ ଠିକ ଚିକିତ୍ସା ନହେବାରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏନେଇ ୩୨୬ ନମ୍ବର ଜାତୀୟ ରାଜପଥ ଅବରୋଧ ସହ ପରିବାରକୁ ସହାୟତା ଦେବାକୁ ଦାବି ହୋଇଛି।
(୧୬) ଜେକେପୁର କୋଭିଡ ମେଡିକାଲରେ ଭର୍ତ୍ତି ହୋଇଥିଲେ ଜି. ତ୍ରୀବେଣି । ଗତକାଲି ସକାଳୁ ତାଙ୍କର ଚିକିତ୍ସା ଚାଲିଥିଲା। ମାତ୍ର ରାତିରେ ମୃତ୍ୟୁ ହୋଇଥିଲା। ଉତ୍ତେଜନା ହେବାରୁ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।
(୧୭) ବାଂଶଡା ଥାନା ଅଧିନ ଗାରଡ଼ପୁର ଗାଁରେ ବଧୂହତ୍ୟା । ଅଭିଯୋଗ ନରେନ୍ଦ୍ରପୁର ଗାଁର ବିଜୟ ନାୟକଙ୍କ ଝିଅ ପଦ୍ମଲତା ଗାରଡ଼ପୁର ଗାଁ ଗାଣ୍ଡୁଆ ବିଶ୍ୱାଳଙ୍କୁ ବିବାହ କରିଥିଲେ । ବଧୂହତ୍ୟା ଘଟଣାକୁ ଚପାଇ ଦେବାକୁ ଉଦ୍ୟମ ହେଉଛି ।
(୧୮) ସମ୍ପତି ଲୋଭରେ ଗାଣ୍ଡୁଆ ବିଶ୍ୱାଳଙ୍କ ଭାଇ ପପୁ ବିଶ୍ୱାଳ ପଦ୍ମଲତାଙ୍କୁ ମାରି ଦେଇଛନ୍ତି । ଏଭଳି ଅଭିଯୋଗ କରଛନ୍ତି ମୃତ ପଦ୍ମଲତାର ମା ମଲ୍ଲୀ ନାୟକ । ପଦ୍ମଲତାଙ୍କ ୧୨ ବର୍ଷର ପୁଅ ଓ ୮ ବର୍ଷର ଝିଅ ଅଛି ।
(୧୯)ଅଭିଯୁକ୍ତ ପପୁ ବିଶ୍ୱାଳ ମୃତକ ପଦ୍ମଲତାଙ୍କ ବାପ ଘର ଲୋକଙ୍କୁ ଧରି କେଶଟିକୁ ଚାପଇ ଦେବାକୁ ଉଦ୍ୟମ କରୁଛନ୍ତି । ଅନ୍ୟପଟେ ଖବର ପାଇ ବଂଶଡା ଥାନାଧକାରୀ ଓ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି ।
(୨୦) ନିଆଳି ଅଙ୍ଗନବାଡ଼ିରେ ଚାଉଳ ହେରଫେର । ଗାଡି ଅଟକ ରଖିଲେ ଗ୍ରାମବାସୀ। ନିଆଳି ବ୍ଲକର ନିଭରଣ ଗ୍ରାମପଞ୍ଚାୟତ ସୁନିନ୍ଦା ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ବଣ୍ଟନରେ ହେରଫେରର ଅଭିଯୋଗ ଆଣିଛନ୍ତି ସୁନିନ୍ଦା ଗ୍ରାମବାସୀ ।
(୨୧) ନିଆଳି ଅଙ୍ଗନବାଡ଼ିରେ ଚାଉଳ ହେରଫେର । ଗାଡି ଅଟକ ରଖିଲେ ଗ୍ରାମବାସୀ। ନିଆଳି ବ୍ଲକର ନିଭରଣ ଗ୍ରାମପଞ୍ଚାୟତ ସୁନିନ୍ଦା ଅଙ୍ଗନବାଡ଼ି କେନ୍ଦ୍ରରେ ଚାଉଳ ବଣ୍ଟନରେ ହେରଫେରର ଅଭିଯୋଗ ଆଣିଛନ୍ତି ସୁନିନ୍ଦା ଗ୍ରାମବାସୀ ।
(୨୨)ନିଆଳି ଅଙ୍ଗନବାଡ଼ିକୁ ଶିଶୁ ଓ ମାଙ୍କ ପାଇଁ ଆସୁଥିବା ଚାଉଳକୁ ଅଙ୍ଗନବାଡ଼ି ଦିଦି ୩/୪ ମାସ ହେବ ବାଟମାରଣା କରୁଥିବା ଅଭିଯୋଗ ହୋଇଛି। ଆଜି ଆସିଥିବା ଚାଉଳକୁ କେନ୍ଦ୍ରରେ ନରଖି ଅନ୍ୟ ଲୋକଙ୍କ ଘରେ ଅନଲୋଡ଼ ହେଉଥିବା ବେଳେ ଗାଁ ଲୋକ ଗାଡିକୁ ଅଟକ ରଖିଥିଲେ।
(୨୩) ଅଙ୍ଗନବାଡ଼ି ଚାଉଳ ଅନଲୋଡ଼ ବେଳେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଏନେଇ ସ୍ଥାନୀୟ ସରପଞ୍ଚ ଓ ଗାଁକମିଟିର ହସ୍ତକ୍ଷେପ ପରେ ଚାଉଳକୁ ଅଙ୍ଗନବାଡ଼ି କେନ୍ଦ୍ରରେ ରଖାଯାଇଛି ।
(୨୪)ବାଣପୁର ବ୍ଲକ ଖାରିଆପଲ୍ଲି ଗାଁରେ ନାବାଳକର ମୃତ୍ୟୁ । ଖଲ୍ଲିକୋଟ ବ୍ଲକ ଖଣ୍ଡିଆ ନାଳ ଗ୍ରାମର ସହଦେବ ଶବରଙ୍କ ପୁଅ ପ୍ରଦୀପ ନିଜ ମାଉସୀ ଘର ଖାରିଆପଲ୍ଲି ଆସିଥିଲା । ଗାଁର ୨ ଛୋଟ ଝିଅଙ୍କ ସହ ଗାଧୋଇବା ବେଳେ ପାଣିରେ ବୁଡିଯାଇଥିଲେ ।
(୨୫) ବାଣପୁର ବ୍ଲକ ଖାରିଆପଲ୍ଲି ଗାଁ ନିକଟସ୍ଥ ନେହେରୁ ସେବାସଂଘ ଡ୍ୟାମରେ ଗାଧୋଉଥିଲା ପ୍ରଦୀପ । ପ୍ରଦିପ ପହଁରିବା ଜାଣି ନଥିବା ବେଳେ ହଠାତ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲା। ଦମକଳ ବାହିନୀ ପହଞ୍ଚି ପ୍ରଦୀପକୁ ଉଦ୍ଧାର କରି ବାଣପୁର ସ୍ବାସ୍ଥ୍ୟକେନ୍ଦ୍ର ହସ୍ତାନ୍ତର କରିଥିଲେ।
(୨୬) ଗରିବଙ୍କ ପାଇଁ ମାଳ ମାଳ ଯୋଜନା ରହିଛି । କୋଟି କୋଟି ଟଙ୍କା ବି ମଞ୍ଜୁର ହେଉଛି। ସରକାର କହୁଛନ୍ତି କେହି କଚ୍ଚା ଘରେ ରହିବେନି । ମାତ୍ର ତପ୍ତଝରଣ ଗାଁର ରଞ୍ଜନ ବେହେରାଙ୍କ କାହାଣୀ ଯାହାର ହେଉଛି ନମୁନା ।
(୨୭) ପାଲଲହଡ଼ା ବ୍ଲକ୍, ନମପଶି ପଞ୍ଚାୟତ ତପ୍ତଝରଣ ଗାଁର ରଞ୍ଜନ ବେହେରା । ସମସ୍ତଙ୍କୁ ଗୁହାରି କରି କରି ଥକି ପଡ଼ିଲେଣି । ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କୁ କହିଲେଣି । ହେଲେ କେହି ବୁଝୁନାହାନ୍ତି ତାଙ୍କ ଦୁଃଖ । କି ମିଳୁନି ପକ୍କା ଘର ।
(୨୮) କେନ୍ଦୁଝର ଜିଲ୍ଲା ପାଟଣା ଥାନା ସାହାରପଡା ବ୍ଲକ ଦମାହୁଦା ଛକରେ ବେଆଇନ ଚୋରା ମଦ ବିକ୍ରି । ମଦ ବିକ୍ରି ଅଭିଯୋଗରେ ପାଟଣା ପୋଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମଦ ବେପାରୀ ଗୋଜାପଥର ଗ୍ରାମର ଶତ୍ରୁଘନ ମହାନ୍ତ।
(୨୯) ସାହାରପଡା ବ୍ଲକ ଦମାହୁଦା ଛକରୁ ପୋଲିସ ଜବତ କରିଛି ୯୦ ବୋତଲ ମଦ । ଯାହାର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ । ଏହି ଚଢ଼ାଉରେ ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କ ସହ ଏସ. ଆଇ ରଞ୍ଜିତ ପଟନାୟକ ସାମିଲ ଥିଲେ। ଅଭିଯୁକ୍ତକୁ କୋର୍ଟ ଚାଳାଣ କରାଯାଇଛି ।
(୩୦) ପିଲାଙ୍କ ଷ୍ଟାଇପେଣ୍ଡ ଟଙ୍କାକୁ ପ୍ରଧାନ ଶିକ୍ଷକ ହଡ଼ପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଏଭଳି ଘଟଣା ଲମତାପୁଟ ବ୍ଲକ ସଦର ମହକୁମା ସରକାରୀ ଉଚ୍ଚ ବିଦ୍ୟାଳୟରେ । ତାହା ପୁଣି ଜଣେ କି ୨ଜଣ ଛାତ୍ର ଛାତ୍ରୀ ଙ୍କ ନୁହେଁ ୧୫୦ ସହ ପିଲାଙ୍କ ଟଙ୍କା।
(୩୧) ୩ ମାସର ଷ୍ଟାଇପେଣ୍ଡ ଟଙ୍କା ୨୫୦୦/- ଟଙ୍କା ପ୍ରଦାନ କରି ଘରକୁ ପଠାଇବା କଥା । କିନ୍ତୁ ପ୍ରଧାନଶିକ୍ଷକ କାହାକୁ କିଛି ସୂଚନା ନ ଦେଇ ବିଦ୍ୟାଳୟକୁ ଛୁଟି କରିବା ସହ ଟଙ୍କା ଉଠାଇ ଚୁପ୍ ରହିଛନ୍ତି। ଅନ୍ୟପଟେ ଛାତ୍ରଛାତ୍ରୀ ଟଙ୍କା ପାଇନଥିବା କହିଛନ୍ତି ।
(୩୨) ପଦାରେ ପଡିଲା ପ୍ରଶାସନର ପାରିଆ ପଣିଆ । ବାତ୍ୟା ପରେ ମାତ୍ର ୨୪ ଘଂଟାରେ ବିଦ୍ୟୁତ ସେବା ଓ ପାନୀୟ ଜଳ ଯୋଗାଣ ଯୋଗାଇ ଦେବାଲାଗି ଡିଣ୍ଡିମ ପିଟୁଥିବା ବେଳେ ଆଜିକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ସେବାରୁ ବଂଚିତ ।
(୩୩) କରୋନା କାଳରେ ବିଜୁଳି ବିଭ୍ରାଟ । ଘରେ ରୋଗୀ ସେବା , ଅନ୍ୟପଟେ ଅସହ୍ୟ ଗୁଳୁଗୁଳି ଓ ପିଲାଙ୍କ ପାଠପଢାରେ ଘୋର ବ୍ୟାଘାତ । ଏନେଇ ବାରମ୍ବାର ଦାବି ଓ ପ୍ରତିବାଦ ପରେ ବି ବିଦ୍ୟୁତ ବିଭାଗର ନିଦ ଭାଙ୍ଗୁନି ।
(୩୪) ବାତ୍ୟାର ୬ ଦିନ ପରେ ମିଳିନି ବିଜୁଳି । ଯାହାକି ପ୍ରଶାସନିକ ଅଧିକାରୀଙ୍କ ପାରିଆ ପଣିଆ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଯାହାକୁ ନେଇ ଭଦ୍ରକ ଜିଲ୍ଲା ପୀରହାଟ ଥାନା ସନ୍ଥପୁରା ଓ ଆରୁହା ଗ୍ରାମବାସୀ ଶନିବାର ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ କରିଥିଲେ ।
(୩୫) ଭୋଗରାଇ ବାତ୍ୟା ଅଂଚଳ ବୁଲିଲେ ବାତ୍ୟା ୟାସ ଟାସ୍କ ଫୋର୍ସ କମିଟିର ସଭାପତି ପ୍ରଦୀପ ମାଝୀ । ସେହିପରି ଦଳର ରାଜ୍ୟ ପିସିସ ମୁଖ୍ୟପାତ୍ର ସୁଦର୍ଶନ ଦାସ ଓ ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନେତା ନବଜ୍ୟୋତି ପଟ୍ଟନାୟକ ,ଭୋଗରାଇର କଂଗ୍ରେସ ନେତା ସତ୍ୟଶିବ ଦାସ ଥିଲେ ।
(୩୬) ସମୁଦ୍ର ତଟବର୍ତ୍ତୀ କୁମ୍ବରୀଗଡିରେ ଏକର ଏକର ଜମିର ଚୁଙ୍ଗୁଡ଼ି ଝିଲ ସମୁଦ୍ରର ଲୁଣିପାଣିରେ ନଷ୍ଟ ହୋଇଛି । ଯାହାକୁ ବୁଲି ଦେଖିଥିଲେ .କଂଗ୍ରେସର ଦଳୀୟ ନେତା । ବାତ୍ୟା ବିପନ୍ନଙ୍କୁ କିପରି ଯଥାଶୀଘ୍ର ସରକାରୀ ସହାୟତା ମିଳିବ ସେଥିପାଇଁ କଂଗ୍ରସ ଦଳ ତତ୍ପର ଅଛି ବୁଲି କଂଗ୍ରସ ଦଳ କହିଛି ।
(୩୭) ବାତ୍ୟା ଅଞ୍ଚଳ ବୁଲିଲେ ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ବାତ୍ୟାରେ ଜୀବନ ଜୀବିକା ପ୍ରଭାବିତ ହୋଇଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଭୋଗରାଇ ବ୍ଲକର ବିଭିନ୍ନ ପ୍ରଭାବିତ ଅଞ୍ଚଳ ବୁଲି କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଥିଲେ ।
(୩୮) ୟାଶ ଚାଲିଗଲା ଦେଇଗଲା ଅସରନ୍ତି ଦୁଃଖ । ଏବେ ଆମ୍ବର ଋତୁ ଚାଲିଥିବାରୁ ବାତ୍ୟା ୟାସ ଫଳରେ ଆମ୍ବଚାଷୀଙ୍କ ଦୁଃଖ ବଢିଯାଇଛି । ଉଦଳା ବ୍ଲକର ଚୁଳିଆପୋଷିରେ ଏକ ଶହରୁ ଅଧିକ ଆମ୍ବ ଗଛ ଲଗାଇ ଆମ୍ବଚାଷ କରିଥିବା ଚାଷୀ ଏବେ ପୁରା ହତାଶ ।
(୩୯) ୟାଶ୍ ପ୍ରଭାବରେ ଆମ୍ବଚାଷରେ ହୋଇଛି ବ୍ୟାପକ କ୍ଷତି । ଗଛରୁ ଆମ୍ବ ଝଡି ପଡି ନଷ୍ଟ ହୋଇଥିବା ବେଳେ ଅନେକ ଆମ୍ବଗଛ ଉପୁଡି ପଡିଛି । ବାତ୍ୟା ଫଳରେ ପାଖାପାଖି ୩୦ – ୪୦ କୁଇଂଟାଲ ଆମ୍ବ ପଚି ଯାଇଛି । ଆମ୍ରପଲ୍ଲୀ, ଦଶେରୀ, ନିଲମ, ଗୋପାଳ ଭୋଗ ଆଦି ପ୍ରଜାତିର ଆମ୍ବଚାଷ ନଷ୍ଟ ହୋଇଛି ।
(୪୦) ଉଦଳା ବ୍ଲକ ଅଧିନ ୨ଟି ପଂଚାୟତର ଚାଷୀମାନେ ଚଳିତ ବର୍ଷ କ୍ଷତିଗ୍ରସ୍ତ ହୋଇଛନ୍ତି । ଆମ୍ବରୁ ୫ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଲାଭ କରିବାର ଆଶା ରଖିଥିଲେ ଚାଷୀ । ବାତ୍ୟା ୟାସ ଫଳରେ ଆମ୍ବ ସବୁ ମାଟିରେ ପଡି ପଚୁଛି । ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଆମ୍ବ ଚାଷୀ ।

 

Leave A Reply

Your email address will not be published.