ମୁମ୍ବାଇ(ବଡ଼ ଖବର ବ୍ୟୁରୋ) : ମହିଳାଙ୍କ ପାଇଁ ପ୍ରଥମ ବ୍ୟାଙ୍କ । ଆପଣ ଭାବୁଥିବେ ଭାରତୀୟ ମହିଳା ବ୍ୟାଙ୍କ କଥା । କିନ୍ତୁ ତୃଣମୂଳ ସ୍ତରରେ ଏହା ଯେ, କେତେ ପ୍ରତିଶତ ମହିଳାଙ୍କୁ ସକ୍ଷମ କରିପାରିଛି ତାକୁ ବି ନେଇ ଉଠିଛି ଅନେକ ପ୍ରଶ୍ନବାଚୀ । ମହିଳାଙ୍କ ପାଇଁ ଅନେକ ଯୋଜନା ତ ରହିଛି କିନ୍ତୁ ଏହାର କାର୍ଯ୍ୟକାରୀ ସଠିକ ହେଉଛି କି ନା ତଦାରଖ ବହୁ କମ ହୁଏ । ଏବେ ବି ଗ୍ରାମୀଣ ମହିଳା ମାନେ ବ୍ୟାଙ୍କରେ ଅର୍ଥ ସଞ୍ଚୟ କିପରି କରିବେ ସେ ବିଷୟରେ ଅଜ୍ଞ । କିନ୍ତୁ ଜଣେ ଏପରି ମହିଳା ଅଛନ୍ତି ଯିଏ କି ଗ୍ରାମୀଣ ଗରିବ ମହିଳା ମାନଙ୍କ ପାଇଁ ଖୋଲିଛନ୍ତି ଦେଶର ପ୍ରଥମ ଗ୍ରାମାଞ୍ଚଳ ମହିଳା ବ୍ୟାଙ୍କ । ଗ୍ରାମାଞ୍ଚଳରେ ଲୋକଙ୍କୁ ସୁବିଧା ସୁଯୋଗ ଯୋଗାଇବାକୁ ରହିଛି ଗ୍ରାମ୍ୟ ବ୍ୟାଙ୍କ । ବିଶେଷ କରି ମହିଳା ମାନଙ୍କୁ ମଧ୍ୟ ସୁବିଧା ସୁଯୋଗ ଯୋଗାଇବାକୁ କାର୍ଯ୍ୟକାରୀ ହେଉଛି ଭାରତୀୟ ମହିଳା ବ୍ୟାଙ୍କ । କିନ୍ତୁ ତଥାପି ସେମାନଙ୍କ ପାଖରେ ପହଞ୍ଚି ପାରୁନି ସୁବିଧା ।

ଏବେ ବି ଗ୍ରାମାଞ୍ଚଳରେ ଏପରି ମହିଳା ରହିଛନ୍ତି ଯେଉଁମାନେ ଏସବୁରୁ ବଞ୍ଚିତ । ମହିଳା ମାନେ ଏବେ ବି ବ୍ୟାଙ୍କରେ କିପରି ଆକାଉଣ୍ଟ ଖୋଲାଯିବ ସେ ନେଇ ଅଜ୍ଞ । ଅନ୍ୟପକ୍ଷେ କିଛି ମହିଳା ଏପରି ମଧ୍ୟ ଅଛନ୍ତି ଯେଉଁମାନେ କମ୍ ଶିକ୍ଷା ଗ୍ରହଣ କରି ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି । କଠିନ ପରିଶ୍ରମ କରନ୍ତି, କିନ୍ତୁ ସେମାନଙ୍କ ଆୟ ସ୍ୱଳ୍ପ । ଯେଉଁ କାରଣରୁ ସେମାନଙ୍କୁ କିଛି ବ୍ୟାଙ୍କରେ ଋଣ ମିଳି ନଥାଏ । ତେବେ ଆମେ ଆଜି ଏମିତି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କି ଏକ ବ୍ୟାଙ୍କ କରି ଏଭଳି କମ ଅର୍ଥ ଉପାର୍ଜନ କରୁଥିବା ମହିଳାଙ୍କ ପାଇଁ ଆଉ କେବଳ ମହିଳା କର୍ମଚାରୀଙ୍କୁ ନେଇ ଖୋଲିଛନ୍ତି ମନ ଦେଶୀ ମହିଳା ବ୍ୟାଙ୍କ । ସେ ହେଲେ ଚେତନା ଗାଲା ସିହ୍ନା । ଯିଏ କି ଭାରତର ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବାକୁ ଏକ ଛୋଟ ପ୍ରୟାସ ଆରମ୍ଭ କରିଥିଲେ । ତାଙ୍କ ଜନ୍ମ ମୁମ୍ବାଇରେ । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସ୍ନାତ୍ତକୋତର ଶେଷ କରି ମହାରାଷ୍ଟ୍ରର ଏକ ଛୋଟ ଗାଁ ମସ୍ୱାଦକୁ ଚାଲିଗଲେ ।

ସେଠାରେ ସେ ଦେଖିବାକୁ ପାଇଥିଲେ ଯେ ମହିଳା ମାନେ କିପରି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବଂ ମହିଳାଙ୍କ ସହ ହେଉଥିବା ଅସମାନତା ତାଙ୍କୁ ସେମାନଙ୍କ ପାଇଁ କିଛି କରିବାକୁ ପ୍ରେରଣା ଯୋଗାଇଥିଲା । ଯେଉଁ କାରଣରୁ ସେ ୧୦୯୭ ମସିହାରେ ପ୍ରତିଷ୍ଠା କଲେ ମନ୍ ଦେଶୀ ମହିଳା ବ୍ୟାଙ୍କ । ତେବେ ଏହି ବ୍ୟାଙ୍କ ପ୍ରତିଷ୍ଠା କରିବା ଚେତନାଙ୍କ ପାଇଁ ସହଜ ନଥିଲା । ଗ୍ରାମୀଣ ଅଞ୍ଚଳର କିଛି ମହିଳାଙ୍କୁ ଏକାଠି କରି ପ୍ରଥମେ ସେ ବ୍ୟାଙ୍କ ପ୍ରତିଷ୍ଠା କରିବା ପାଇଁ ଲାଇସେନ୍ସ ଆବେଦନ କରିଥିଲେ । କିନ୍ତୁ ଏହାକୁ ରିଜେକ୍ଟ କରାଯାଇଥିଲା । କାରଣ ତାଙ୍କ ଟିମରେ କିଛି ମହିଳା ରହିଥିଲେ ଯେଉଁମାନେ କି ଲେଖି ପଢ଼ି ମଧ୍ୟ ଶିଖି ନଥିଲେ । ଏହାପରେ ସେହି ମହିଳାଙ୍କୁ ଶିକ୍ଷା ଦେବା କଥା ଚିନ୍ତା କରିଥିଲେ । ୫ ମାସ ପରେ ସେ ପୁଣି ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ତାଙ୍କ ଟିମର ସଦସ୍ୟଙ୍କୁ ଗଣନା କରିବାକୁ କୁହାଯାଇଥିଲା ଓ ଆଶ୍ଚର୍ଯ୍ୟଜନକ ଭାବେ ସେମାନେ ସେଠାରେ ଉପସ୍ଥିତ ଥିବା ଅଫିସର ମାନଙ୍କଠାରୁ ମଧ୍ୟ ଶୀଘ୍ର ଗଣନା କରିଥିଲେ । ଏବଂ ଚେତନାଙ୍କ ବ୍ୟାଙ୍କ ଲାଇସେନ୍ସକୁ ଅନୁମୋଦନ ମିଳିଥଲା । ମନଦେଶୀ ଫାଉଣ୍ଡେସନର ଉଦ୍ଦେଶ୍ୟ ପୂରଣ କରିବାକୁ ଚେତନା ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ । ଗ୍ରାମାଞ୍ଚଳ ମହିଳା ମାନେ କିପରି ଆର୍ଥିକ, ବ୍ୟବସାୟ ଆଦି କ୍ଷେତ୍ରରେ ସଫଳ ହେବେ, ଆର୍ଥିକ ସ୍ୱାଧୀନତା ପାଇପାରିବେ ସେଥିପାଇଁ ଚେତନା ଦିନ ରାତି କାର୍ଯ୍ୟରତ ।

Chetana Gala Sinha

ଚେତନାଙ୍କ ସଫଳତା ପାଇଁ ଜାନୁଆରୀ ୨୦୦୮ରେ ସ୍ୱିଜରଲ୍ୟାଣ୍ଡର ଡାଭୋସ କୋଷ୍ଟର୍ସରେ ହୋଇଥିବା ବିଶ୍ୱ ଅର୍ଥନୈତିକ ଫେରାମର ୪୮ତମ ବାର୍ଷିକ ବୈଠକରେ ଅଧ୍ୟକ୍ଷତା କରିଥିଲେ । । ଦୀର୍ଘ ୨୦ବର୍ଷର ସଂଘର୍ଷ ପରେ ଚେତାଙ୍କ ବ୍ୟାଙ୍କ ସଫଳତା ପାଇଥିଲା । ବର୍ତ୍ତମାନ ମନଦେଶୀ ବ୍ୟାଙ୍କରେ ମୋବାଇଲ ବ୍ୟାଙ୍କିଙ୍କ ମଧ୍ୟ କରାଯାଉଛି । ବର୍ତ୍ତମାନ ମନ୍ ଦେଶୀ ମହିଳା ବ୍ୟାଙ୍କର ୧୭୦ହଜାର ଆକାଉଣ୍ଟଧାରୀ ଅଛନ୍ତି । ମାଇକ୍ରୋ ଉଦ୍ୟୋଗୀଙ୍କ ସହାୟତା ପାଇଁ ଚେତନାଙ୍କ ବ୍ୟାଙ୍କ ୫୦ମିଲିଅନ ଡଲାର ଋଣ ଦେଉଛି । ପ୍ରାୟ ଅଢ଼େଇ ଲକ୍ଷରରୁ ଉଦ୍ଧ୍ୱର୍ ମହିଳା ଏହାଦ୍ୱାରା ଉପକୃତ ହେଉଛନ୍ତି । ଆଉ ସବୁଠୁ ବଡ଼ କଥା ହେଉଛି ଏହି ବ୍ୟାଙ୍କରେ କେବଳ ମହିଳା କର୍ମଚାରୀ ହିଁ କାର୍ଯ୍ୟ କରୁଛନ୍ତି । ମହିଳାଙ୍କୁ କେବଳ ବ୍ୟାଙ୍କରେ ନୁହେଁ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସାହାଯ୍ୟ କରୁଛି ମନ୍ ଦେଶୀ ଫାଉଣ୍ଡେସନ । କିପରି ବ୍ୟବସାୟ କରିବେ ସେ ନେଇ ମଧ୍ୟ ଶିକ୍ଷା ଦିଆଯାଉଛି । ଯେତେବେଳେ ଅନ୍ୟାନ୍ୟ ବ୍ୟାଙ୍କ ମହିଳାଙ୍କ ଆର୍ଥିକ ଦୃଷ୍ଟିକୁ ଦେଖି ସେମାନଙ୍କ ଦ୍ୱାର ବନ୍ଦ କରିଦେଉଛନ୍ତି । ଚେତନା ସିହ୍ନା ସେମାନଙ୍କୁ ସୁଯୋଗ ଦେବା ସହ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ଆଉ ଏଭଳି କାର୍ଯ୍ୟ ଯଦି ସମସ୍ତେ କରିପାରନ୍ତେ ତେବେ ପ୍ରତ୍ୟେକ ଦେଶ ଦୁଃଖ ଦାରିଦ୍ର୍ୟ ମଧ୍ୟରୁ ବାହାରି ପାରନ୍ତା ।

Leave a Reply

Your email address will not be published. Required fields are marked *