Masthead

କରୋନା ପାଇଁ ବଢ଼ିବନି ସ୍ଥାବର ସମ୍ପତ୍ତିର ମୂଲ୍ୟ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଚଳିତ ବର୍ଷ ବୃଦ୍ଧି ହେବନିି ସ୍ଥାବର ସମ୍ପତ୍ତିର ମୂଲ୍ୟ । ଲାଗି ରହିଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଚଳିତ ବର୍ଷ ଜମି, ପ୍ଲଟ, ଓ ଫ୍ଲାଟର ମୂଲ୍ୟ ବୃଦ୍ଧି ହେବନି, ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ଲାଗୁ ହେବ । ବୁଧବାର ଏନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏକ ବିଜ୍ଞପ୍ତି ଜାରି କରିଛି । ଏହାଛଡ଼ା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ମୂଲ୍ୟାୟନ କମିଟିର ଅଧ୍ୟକ୍ଷ ଥିବା ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି ।

ବିଭାଗ ପକ୍ଷରୁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ୨୦୨୦-୨୧ ଆର୍ଥିକବର୍ଷରେ ଜମିବାଡ଼ି ପାଇଁ ଯେଉଁ ମୂଲ୍ୟ ଧାର୍ଯ୍ୟ କରାଯାଇଥିଲା ତାହା ଚଳିତ ବର୍ଷ ଆର୍ଥିକ ବର୍ଷରେ ଲାଗୁ ରହିବ । ଜମିବାଡ଼ି ବିକ୍ରୀ ପାଇଁ ପୂର୍ବରୁ ଥିବା ରେଜିଷ୍ଟ୍ରେସନ ଫି ଅପରିବର୍ତ୍ତିତ ରହିବ । ତେବେ ଗତବର୍ଷ କେବଳ ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲା ପାିଁ ଜମିର ବେଞ୍ଚ ମାର୍କ ମୂଲ୍ୟ ୧୦% ବୃଦ୍ଧି କରାଯାଇଥିଲା । ଯାହାକୁ ପରେ ପ୍ରତ୍ୟାହାର କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା