Masthead

ମୋହନ ସରକାରକୁ ପୂରିଲା ୧୦୦ ଦିନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଆଜି ବିଜେପି ସରକାରକୁ ପୂରିଲା ୧୦୦ ଦିନ । ୧୦୦ ଦିନ ଭିତରେ ରାଜ୍ୟ ସରକାରଙ୍କ ସଫଳତାକୁ ନେଇ ରାଜ୍ୟବାସୀଙ୍କୁ ରିପୋର୍ଟ କାର୍ଡ ଦେବେ ରାଜ୍ୟ ସରକାର । ଏଥିପାଇଁ ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଉପସ୍ଥିତ ରହିବେ। ଆସନ୍ତା ୨୦ରୁ ୨୩ ଯାଏଁ ଜିଲ୍ଲାସ୍ତରରେ ମଧ୍ୟ ଅନେକ କାର୍ଯ୍ୟକ୍ରମ କରାଯିବ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ରାଜ୍ୟ ସରକାରଙ୍କ ୧୦୦ ଦିନର ସଫଳତା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ । ନୂଆ ସରକାର ଆସିବା ମାତ୍ରେ ଶ୍ରୀମନ୍ଦିର ଚାରିଦ୍ବାର ସହ ରତ୍ନଭଣ୍ଡାର ଖୋଲିଛନ୍ତି ।

ଓଡ଼ିଆ ଅସ୍ମିତା ପାଇଁ ୨୦୦ କୋଟିର ପାଣ୍ଠି ଗଠନ କରାଯାଇଛି । ନିର୍ମାଣ ଶ୍ରମିକଙ୍କ ପାଇଁ ମୃତ୍ୟୁକାଳୀନ ସହାୟତା ରାଶି ସହିତ ବୃଦ୍ଧାଙ୍କ ପେନ୍‌ସନ ବୃଦ୍ଧି କରାଯାଇଛି । ଚାଷୀଙ୍କୁ ୩୧୦୦ ଟଙ୍କାର ବୋନସ୍ ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ରାଜ୍ୟରେ ଯୁଗାନ୍ତକାରୀ ସୁଭଦ୍ରା ଯୋଜନା କାର୍ୟ୍ୟକାରୀ ହୋଇଛି । ଯେଉଁଥିରେ ୧ କୋଟିରୁ ଅଧିକ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ମିଳିବ । ରାଜ୍ୟରେ ୧୬ ହଜାର ଶିକ୍ଷକ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କେନ୍ଦ୍ରର ବିଜେପି ସରକାର ଓଡ଼ିଶାକୁ ଦେଇଥିବା ଆର୍ଥିକ ସହାୟତା ଓ ଅନୁଦାନ ସଂପର୍କରେ ମଧ୍ୟ ତଥ୍ୟ ରଖିଛନ୍ତି ମନମୋହନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା