Masthead

୧୦୦ଦିନରେ ଦୁହିଁଙ୍କ ଭୂମିକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଆସିଛି ବଡ ପରିର୍ବତ୍ତନ । ୨୦୨୪ ନିର୍ବାଚନରେ ବଦଳିଛି ପଟ୍ଟ । ଆସିଛି ବିଜେପି ସରକାର । ରାଜ୍ୟରେ ଚାଲିଛି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର । ପଦ୍ମ ଦଳର ମଙ୍ଗୁଆଳ ଧରିଛନ୍ତି ସଭାପତି ମନମୋହନ ସାମଲ । ଦଳ ଓ ସରକାର ଏକାଠି ହୋଇ ରାଜ୍ୟରେ ବିକାଶକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଚଳାଇଛନ୍ତି ଉଦ୍ୟମ । ପ୍ରଥମ ଥର ପାଇଁ ଓଡ଼ିଶା ମାଟିରେ ଗଠନ କରିଛି ଭାରତୀୟ ଜନତା ପାର୍ଟିର ସରକାର । ଆଉ ଦୁଇ ବ୍ୟକ୍ତି ସରକାରକୁ ନେଇ ଚାଲିଛନ୍ତି ଆଗେଇ । ଲୋକ ଏବଂ ସରକାର ମଧ୍ୟରେ ଥିବା ଦୂରତାକୁ କରିଛନ୍ତି ଉଚ୍ଛେଦ । ବନାଇଛନ୍ତି ଲୋକଙ୍କ ସରକାର । ଜନତା ବି ବେଶ ଖୁସ । ମୁଖ୍ୟମନ୍ତ୍ରୀ ହୁଆନ୍ତୁ କି ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ସମସ୍ତେ ଗ୍ରାଉଣ୍ଡକୁ ଯାଇ ଲୋକଙ୍କୁ ଦେଇଛନ୍ତି ସୁବିଧା ଓ ସହଯୋଗ ।

ବିଜେପି ୨୪ ଇଲେକ୍ସନରେ ମନମୋହନଙ୍କ ନେତୃତ୍ୱରେ ମଇଦାନକୁ ଯାଇ ଲଢେଇ କରିଥିଲା ଆଉ ଶେଷରେ ବି ବିଜୟ ହାସଲ କଲା । ଦଳ ଗଠନ କଲା ସରକାର । ମୁଖ୍ୟମନ୍ତ୍ରୀ ଭାବେ ଆଦିବାସୀ ପୁଅ ମୋହନ ମାଝୀଙ୍କୁ ବନାଇଲେ ରାଜ୍ୟର ମୁଖିଆ । ଆଉ ଆଜି ମୋହନଙ୍କ ସରକାରକୁ ପୁରିଛି ଶହେ ଦିନ । ଏହି ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଯାହା ପାଇଁ ଆଜି ମୋହନ ମାଝୀ ଓଡ଼ିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି । ଦଳ ଲୋକଙ୍କ ସମସ୍ୟାକୁ ନେଇ ଗୋଟି ଗୋଟି ପ୍ରସ୍ତାବ ନିଜ ସଂକଳ୍ପ ପତ୍ରରେ ଯାହା ରଖିଥିଲା ତା ମଧ୍ୟରୁ ପ୍ରମୁଖ ପଦକ୍ଷେପ ଏହି ୧୦୦ଦିନ ମଧ୍ୟରେ ପାଟି ଓ ଲୋକଙ୍କ ମତରେ ପୂରଣ କରିଚାଲିଛନ୍ତି ମୋହନ ମାଝୀଙ୍କ ସରକାର ।

ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା, ୫୦୦କୋଟିର କର୍ପସ ପାଣ୍ଠି ଗଠନ, ରତ୍ନ ଭଣ୍ଡାର ଖୋଲିବା, ମହିଳାଙ୍କୁ ସୁଭଦ୍ରା ଦେବା, ଚାଷୀଙ୍କୁ ସିଏମ କିଶନ, ଧାନର ମୁଲ୍ୟ ୩୧୦୦, ଭତ୍ତା ବୃଦ୍ଧି, ଓଡ଼ିଆ ଅସ୍ମିତା ସୁରକ୍ଷା ପାଇଁ ୨୦୦କୋଟି କର୍ପସ ପାଣ୍ଠି, ଜନ ଶୁଣାଣି କରି ସମସ୍ୟା ସମାଧାନ ଓ ଚିଟ୍ଫଣ୍ଡ ପାଇଁ କମିଟି ଗଠନ କରିବା ଭଳି ଅନେକ ପଦକ୍ଷେପ ନେବା ଦିଗରେ ଅଗେଇ ଚାଲିଛନ୍ତି ମୋହନ । ଯାହା ପାଇଁ ଧିରେ ଧିରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ନେଇ ସମସ୍ତେ ଏବେ ବେଶ ଖୁସ୍ । ଆଉ ତା ସାଙ୍ଗକୁ ବିରୋଧିଙ୍କ ଉପରେ ପଡିଲେଣି ଭାରି । ବିଜେଡି ଭଳି ଆଞ୍ଚଳିକ ଦଳକୁ ବାଏ ବାଏ କରି ଏବେ ଏହି ଦୁହିଁଙ୍କ ଯୋଡିକୁ ଭରଷା କରି ରାଜ୍ୟସଭାର ଗୋଟିଏ ପରେ ଗୋଟିଏ ସଦସ୍ୟ ଏବେ ବିଜେପି ମୁହାଁ । ଜଣଙ୍କର ସରକାରୀ ସ୍ତରର ନିଷ୍ପତ୍ତି ଆଉ ଅନ୍ୟପଟେ ଆଉ ଜଣଙ୍କ ରାଜନୀତିକ ଚାଲ ଏବେ ଏ ଦୁଇ ଯୋଡିଙ୍କୁ ନେଇ ଗାଁରୁ ସହର, ପୂର୍ବରୁ ପଶ୍ଚିମ-ଉତ୍ତରରୁ ଦକ୍ଷିଣରେ ଗୁଞ୍ଜରିତ ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?