Masthead

କେବେ ମିଳିବ ସରକାରୀ ସହାୟତା

କଙ୍କଡ଼ାହାଡ଼, (ବଡ଼ ଖବର ବ୍ୟୁରୋ): ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯୋଜନା ଅସୁମାରି । ସମାଜରେ ଅବହେଳିତ ଉପେକ୍ଷିତଙ୍କ ପାଇଁ ସରକାର ଅନେକଗୁଡ଼ିଏ ଯୋଜନା କରିଛନ୍ତି । କିନ୍ତୁ ପ୍ରକୃତରେ ଏହି ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବା ପୂର୍ବରୁ ହୋଇଯାଉଛି ବାଟବଣା । ଅନେକ ସ୍ଥାନରେ ଅଯୋଗ୍ୟ ହିତାଧିକାରୀମାନେ କୁଜିନେତାଙ୍କୁ ହାତ କରି ଏହି ଯୋଜନାଗୁଡ଼ିକର ଭରପୂର ଫାଇଦା ଉଠାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ଗାଁରେ । ଗାଁର କୁଣ୍ଡିସାହିରେ ବାସ କରନ୍ତି ୮୦ ବର୍ଷୀୟ ବୃଦ୍ଧା ଜାହାଜ ଦେହୁରୀଙ୍କ ପରିବାର । ସ୍ୱାମୀ ଆରପାରିକୁ ଚାଲିଯିବା ପରେ ପୁଅ, ବୋହୂ ଓ ତିନି ନାତିଙ୍କୁ ନେଇ ତାଙ୍କ ପରିବାର । ତାଙ୍କର ଏକମାତ୍ର ପୁଅ ଓ ବୋହୂ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଏଯାବତ୍ ଫେରିନାହାନ୍ତି । ତିନି ନାତିଙ୍କୁ ନେଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଭଙ୍ଗା ଘରେ ପଡ଼ି ରହିଛନ୍ତି ଜାହାଜ ।

ସରକାରୀ ସାହାଯ୍ୟ ଭାବେ ଅନ୍ତ୍ୟୋଦୟ ଯୋଜନାରେ ମାସକୁ ୩୫ କେଜି ଚାଉଳ ଓ ୭୦୦ଟଙ୍କା ଭତ୍ତା ପାଉଛନ୍ତି । ଯାହା ପରିବାର ପ୍ରତିପୋଷଣ ପାଇଁ ଜଥେଷ୍ଟ ନୁହେଁ । ଘର କହିଲେ ଗୋଟିଏ ଭଙ୍ଗା ଝାଟିମାଟି ଘର । ଅସରାଏ ବର୍ଷା ହେଲେ ଘର ଭିତରେ ପାଣି ଭର୍ତ୍ତି ହୋଇଯାଏ । ଫଳରେ ରାତିସାରା ଅନିଦ୍ରା ହେବାକୁ ପଡ଼ିଥାଏ । ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ପାଖରେ ଗୁହାରି କରି କରି ନୟାନ୍ତ ହୋଇଗଲେଣି କିନ୍ତୁ ସରକାରୀ ବାବୁଙ୍କର ଏଯାଏ ନିଦ ଭାଙ୍ଗିନି । ଏ ସମ୍ପର୍କରେ ଆମେ କଙ୍କଡ଼ାହାଡ଼ ବିଡିଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା । ଶେଷରେ ନିରାଶ ହୋଇ ସରକାରୀ କିମ୍ବା ବେସରକାରୀ ସହାୟତାକୁ ଅନାଇ ବସିଛନ୍ତି ଜାହାଜ । କେବେ ତାଙ୍କ ଉପରେ ପଡ଼ିବ ପ୍ରଶାସନର ଦୃଷ୍ଟି ତାକୁ ହିଁ ଅପେକ୍ଷା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା