Masthead

ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ଆଜି ଠାରୁ ତିନି ଦିନିଆ ଗୁଜରାଟ ଗସ୍ତରେ ଯିବେ। ସେଠାରେ ସେ ଚାରିଟି ସହର ପରିଦର୍ଶନ କରିବେ ଓ ଓଡ଼ିଶା ନିବେଶକ ସମ୍ମିଳନୀରେ ଭାଗ ନେବେ। ବୟନ, ରସାୟନ ଓ‌ ପେଟ୍ରୋକେମିକାଲ୍‌ସ, ଧାତବ ଓ ଆନୁଷଙ୍ଗିକ ଶିଳ୍ପ, ମେଡିକାଲ୍‌ ଡିଭାଇସ୍‌, ବୟନ ଓ ଫାର୍ମାସ୍ୟୁଟିକାଲ୍‌ କ୍ଷେତ୍ର ପାଇଁ ପୁଞ୍ଜିନିବେଶ ହାସଲ କରିବାକୁ ରାଜ୍ୟ ପ୍ରତିନିଧି ମଣ୍ଡଳୀ ଉଦ୍ୟମ କରିବେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ  ବିଜ୍‌ନେସ୍‌ ଲିଡର୍‌ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିବା କାର୍ଯ୍ୟକ୍ରମ ରହିବ। କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଗୁଜରାଟ ଯିବେ। ମେ ୭ ତାରିଖରେ ଓଡ଼ିଶାର ପ୍ରତିନିଧି ମଣ୍ଡଳୀ ମୁନ୍ଦ୍ରା ବନ୍ଦର ପରିଦର୍ଶନ କରି ଲଜିଷ୍ଟିକ୍ସ ଓ ବନ୍ଦର ଭିତ୍ତିକ ଶିଳ୍ପରେ ରହିଥିବା ସୁଯୋଗ ଜାଣିବାକୁ ପ୍ରୟାସ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ବଢିଲା ଯୁକ୍ତ ୩ ଆସନ ସଂଖ୍ୟା 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ