Masthead

ସରକାରୀ କାମରେ ଶିଶୁ ଶ୍ରମିକ

ଦେବଗଡ଼ (ବଡ଼ ଖବର ବ୍ୟୁରୋ): ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ ବଲଣ୍ଡା ଗ୍ରାମପଞ୍ଚାୟତ ହିଞ୍ଜିଳିତା ଗ୍ରାମରେ ଓଏମବିଏଡିସି ପ୍ରୋଜେକ୍ଟରେ ଶିଶୁ ଶ୍ରମିକ ନିୟୋଜିତ ହେବାର ଦେଖିବାକୁ ମିଳିଛି | ଏଠାରେ ଏମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଛି | ଖୋଦ ସରକାରୀ କଳରେ ନିୟୋଜିତ ଅଛନ୍ତି ୧୮ ବର୍ଷରୁ କମ ନାବାଳକ ଏବଂ ନାବାଳିକା | ଗୋଟେ ପଟେ ସରକାରଙ୍କ ମାଳ ମାଳ ଯୋଜନା ଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲାରେ |

ମୁଖ୍ୟମନ୍ତ୍ରୀ ଓଡ଼ିଶାର ନମ୍ବର ୱାନ ବୋଲି ଡ଼ିଣ୍ଡିମ ପିଟୁଥିବା ବେଳେ ସତେ ଯେମିତି ତାଙ୍କର ସମସ୍ତ ଯୋଜନା ଫେଲ ମାରିଛି ଦେବଗଡ଼ ଜିଲ୍ଲାରେ | କମ ଟଙ୍କାରେ ଅଧିକ ଲାଭ ଆଶା ରଖି ନାବାଳକ ଏବଂ ନାବାଳିକାଙ୍କୁ କାମରେ ଲଗାଉଛନ୍ତି ବାରକୋଟ ରେଞ୍ଜର ଶ୍ରୀମତୀ ଜୟଶ୍ରୀ ମୁର୍ମୁ | ସାଧାରଣତଃ ନାବାଳକଙ୍କୁ କୌଣସି ସରକାରୀ କାର୍ଯ୍ୟରେ ନିୟୋଜିତ ନକରିବାକୁ ଅନେକ ସରକାରୀ ଆଇନ ରହିଛି | ତେବେ ଆଇନ ଆଖିରେ ଧୂଳି ଦେଇ ଦିନ ଦ୍ୱିପ୍ରହରେ କାମ କରୁଛନ୍ତି ନାବାଳକ | ଚାରିଆଡେ ମହାମାରୀର ପ୍ରକୋପ ଥିବା ବେଳେ ବିନା ମାସ୍କ ଏବଂ କୋଭିଡ଼ ନିୟମକୁ ସମ୍ପୂର୍ଣ ବେଖାତିର କରି ସରକାରୀ କାମ ଚାଲୁଛି |

ବାରକୋଟ ରେଞ୍ଜ ଏବଂ ବାରକୋଟ ରେଞ୍ଜରଙ୍କ ଆଖି ସାମ୍ନାରେ ଏସବୁ ହେଉଥିବା ବେଳେ ନିଜ ଊପରୁ ଦୋଷ ଏଡ଼ାଇବାକୁ ସେ ଏବିଷୟରେ କିଛି ଜାଣିନାହାନ୍ତି ବୋଲି କହିଛନ୍ତି । ସାଧାରଣରେ ଶୁଣିବାକୁ ମିଳୁଛି ପରସେଣ୍ଟ ଅନୁସାରେ ନିଜ ଲାଭ ଟଙ୍କା ହେରଫେର ହେଉଛି | ନିରୀହ ଗରିବ ନାବାଳକ ନାବାଳିକାଙ୍କୁ କାମରେ ନିୟୋଜିତ କରି ଅଧିକ ଲାଭ ନେଉଛନ୍ତି ଏବଂ ମାଲେମାଲ ହେଉଛନ୍ତି ସରକାରୀ କର୍ମଚାରୀ | ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ସତ ସମସ୍ତଙ୍କ ସାମ୍ନାକୁ ଆସିପାରନ୍ତା | ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ଭାବେ ନେଇ ଏହି ନିରୀହ ଗରିବ ନାବାଳକ ନାବାଳିକାଙ୍କୁ ଉଚିତ ପ୍ରାପ୍ୟ ଦେବାସହ ନ୍ୟାୟ ଦେବାପାଇଁ ଏବଂ ପ୍ରକୃତ ଦୋଷୀଙ୍କୁ ଖୋଜି ତାଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି |

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା