୪୩ ବର୍ଷରେ ପାଦ ଥାପିଲେ ସେହୱାଗ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ବେଶ ପରିଚିତ ବିରେନ୍ଦ୍ର ସେହୱାଗ । ବିଶ୍ୱର ଅନେକ ପ୍ରସିଦ୍ଧ ବୋଲରଙ୍କୁ ନିଜ ବ୍ୟାଟିଂ ଫଳରେ ଚିତ କରିଦେଇଛନ୍ତି ସେହୱାଗ । ପ୍ରଥମରୁ ହିଁ କିପରି ବୋଲରଙ୍କୁ ବ୍ୟାଟ୍ସମ୍ୟାନ ଉପରେ ହାବି ହେବାକୁ ଦିଆଯାଏ ନାହିଁ, ତାହା ସାରା ବିଶ୍ୱ ତାଙ୍କ ପାଖରୁ ଶିଖିଛି । ସେପଟେ ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ ଥିଲେ ସେହୱାଗ । ତାଙ୍କ ସହ ସାଥ ଦେଉଥିଲେ ମାଷ୍ଟରବାଷ୍ଟର ସଚିନ ତେନ୍ଦୁଲକର ।

ତାଙ୍କ ଯୋଡ଼ି ଏତେ ପପୁଲାର ଥିଲା ଯେ ଉଭୟଙ୍କୁ ଜୟ ଓ ଭୀରୁର ଆଖ୍ୟା ଦିଆଯାଇଥିଲା । ଏହା ମଧ୍ୟରେ ବିରେନ୍ଦ୍ର ସେହୱାଗ ନିଜର ୪୩ ତମ ଜନ୍ମଦିନ ପାଳନ କରିଛନ୍ତି । ଏନେଇ ସାରା ବିଶ୍ୱରୁ ତାଙ୍କ ପାଇଁ ଶୁଭେଚ୍ଛାର ଶୁଅ ଛୁଟିବାରେ ଲାଗିଛି । ଯେତେବେଳେ ସେହୱାଗ ଦେଶ ପାଇଁ ଖେଳୁଥିଲେ ସେ ଅନେକ ରେକର୍ଡ ସ୍ଥାପନ କରିଛନ୍ତି । ୧୦୪ ଟେଷ୍ଟରୁ ମୋଟ ୮,୫୮୬ ରନ ସଂଗ୍ରହ କରିଥିଲେ । ସେହିପରି ୨୫୧ ଦିନିକିଆ ମ୍ୟାଚରୁ ୮,୨୭୩ ରନ ସଂଗ୍ରହ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ