Masthead

ତାଇୱାନ ଉପରେ ଚୀନ୍ କରିପାରେ ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ବଳରେ ବଳିୟାନ୍ ତାଇୱାନ୍ । ତାଇୱାନ ଏବେ ଆମେରିକାଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର କିଣୁଛି । ଚୀନକୁ ସମୁଚିତ ଶିକ୍ଷା ଦେବା ପାଇଁ ତାଇୱାନ ଆମେରିକାର ସହାୟତା ଲୋଡୁଥିବାରୁ ଚୀନ ଅସନ୍ତୁଷ୍ଟ । ତାଇୱାନର ଭୟ । ଚୀନ୍ ହଠାତ୍ କରିପାରେ ଆକ୍ରମଣ । ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରୀ ଚିଉ କୁଓ ଚେଙ୍ଗ କହିଛନ୍ତି ଯେ ଚୀନ୍ ସେନା ହଠାତ୍ ତାଇଓ୍ଵାନ ଅଞ୍ଚଳରେ ଅନୁପ୍ରବେଶ କରିପାରେ । ଏଥିପାଇଁ ତାଇୱାନବାସୀଙ୍କୁ ସତର୍କ ରହିବାକୁ ପଡ଼ିବ। ପ୍ରତିରକ୍ଷା ମନ୍ତ୍ରୀଙ୍କ ମନ୍ତବ୍ୟ ପରେ ସମଗ୍ର ତାଇୱାନରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ତେଣେ ତାଇଓ୍ଵାନକୁ ଭୟଭୀତ କରିବା ପାଇଁ ଚୀନର ଆକାଶ ବାହିନୀ ଓ ନୌସେନା ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

ତାଇଓ୍ଵାନର ଏୟାର ଡିଫେନ୍ସ ସେକ୍ଟରରେ ପ୍ରାୟ ପ୍ରତିଦିନ ହେବ ଚୀନ ବାୟୁସେନା ଅନୁପ୍ରବେଶ କରିଛି । ତାଇଓ୍ଵାନ ନିକଟରେ ଚୀନ୍ ନିଜର ସାମରିକ କାର୍ୟ୍ୟକଳାପକୁ ତୀବ୍ର କରିଛି । ତାଇଓ୍ଵାନର କୌଣସି ଅଞ୍ଚଳରେ ଚୀନ କୌଣସି ସାମରିକ କାର୍ୟ୍ୟକଳାପ କରିନାହିଁ ବୋଲି ତାଇୱାନ ସ୍ପଷ୍ଟ କରିଛି । ଚୀନ ମଧ୍ୟ ଏ ସମ୍ପର୍କରେ କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ । ତାଇଓ୍ଵାନର ବାୟୁସୀମା ତାଇଓ୍ବାନ ଉପକୂଳଠାରୁ ୨୪ ନଟିକାଲ ମାଇଲ ଅର୍ଥାତ୍ ୪୪.୪ କିଲୋମିଟର ଦୂରରେ ଅବସ୍ଥିତ । ଗତବର୍ଷ ଏହାର ସୀମାନ୍ତ ଅଞ୍ଚଳରେ ଚୀନର ଏକ ବେସାମରିକ ଡ୍ରୋନକୁ ତାଇୱାନ ଖସାଇ ଦେଇଥିଲା । ଅନ୍ୟପକ୍ଷରେ ତାଇଓ୍ଵାନର ସଂସଦକୁ ସମ୍ବୋଧିତ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ତାଇଓ୍ଵାନର ବାୟୁସୀମା ଓ ଜଳସୀମାରେ ପ୍ରବେଶ କରିବା ପାଇଁ ଚୀନ୍ ସେନା ଏକ ବାହାନା ଖୋଜିପାରେ। ଯଦି ତାଇୱାନ ବିରୋଧରେ ଚୀନ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ଆମେରିକା ନୀରବ ରହିବ ନାହିଁ । ତାଇୱାନକୁ ସହଯୋଗର ହାତ ବଢାଇବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ