Masthead

କୁଏତ-ଭାରତ ସମ୍ପର୍କ ଐତିହାସିକ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୁଏତ ରାଜା ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କ ମୃତ୍ୟୁରେ ଭାରତ ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକବାର୍ତ୍ତା ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ୧୧ ତାରିଖରୁ ଦୁଇଦିନିଆ କୁଏତ ଗସ୍ତରେ ଯାଇଥିଲେ । ସେ କୁଏତର ପୂର୍ବତନ ଅମିରଙ୍କୁ ଭାରତ ସରକାରଙ୍କ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସୋମବାର ଅଲ-ସାବ ପରିବାର, କୁଏତ ସରକାର ଏବଂ ଦେଶବାସୀ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ପରେ ସେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଚିଠିକୁ କୁଏତ ସରକାରଙ୍କୁ ପ୍ରଦାନ କରିଛନ୍ତି । ର ନେତୃତ୍ୱଙ୍କୁ ଏହି ଚିଠି ଦିଆଯିବ। ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବା ଆମେରିକାର ଏକ ଡାକ୍ତରଖାନାରେ ୨୯ ସେପ୍ଟେମ୍ବରରେ ମୃତ୍ୟୁବରଣ କରିଥିଲେ। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।

ଭାରତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ କୁଏତର ନୂତନ ଏମିର ଶେଖ ନୱାଫ ଅଲ-ଅହମ୍ମଦ ଅଲ-ଜାବର ଅଲ-ସାବ ଏବଂ କ୍ରାଉନ ପ୍ରିନ୍ସ ଶେଖ ମିଶାଲ ଅଲ-ଅହମ୍ମଦ ଅଲ-ଜବର ଅଲ-ସବାଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତର ଶକ୍ତି ଉତ୍ସ ତାଲିକାରେ କୁଏତ ଷଷ୍ଠ ସ୍ଥାନରେ ରହିଛି। ୨୦୧୫-୧୬ରେ ଦୁଇଦେଶ ମଧ୍ୟରେ ୬୨ ମିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ହୋଇଥିଲା। ଏଥିସହ କୁଏତ ୨୦୧୭ଠାରୁ ଭାରତରେ ୨୦୦ ମିଲିୟନ ଡଲାର ବିନିଯୋଗ କରିଛି। କୁଏତର ପୂର୍ବତନ ଅମିରଙ୍କ ଦେହାନ୍ତରେ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ଗତ ୧ ତାରିଖରେ ଭାରତର ବୈ ଦେଶିକ ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ନୂଆଦିଲ୍ଲୀରେ ଥିବା କୁଏତ ଦୂତାବାସରେ ପହଞ୍ଚିଥିଲେ। ଏଥି ସହିତ ଅକ୍ଟୋବର ୪ ରେ ଭାରତ ମଧ୍ୟ ଜାତୀୟ ଶୋକ ଘୋଷଣା କରିଥିଲା।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଏପଟେ ଶୀତ ଥରାଉଛି ସେପଟେ ଖରା ଜାଳୁଛି 🔴 କମିଲା ଶୀତ, ବଢିବ ରାତି ତାପମାତ୍ରା