Masthead

ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):    ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ଅରୁଣାଚଳ ପ୍ରଦେଶ ଗସ୍ତକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଏବେ ଲଢେଇ ଆରମ୍ଭ ହୋଇଯାଇଛି । ଭେଙ୍କାୟଙ୍କ ଗସ୍ତକୁ ନେଇ ଚାଇନା ଏବେ ଆପତ୍ତି ଉଠାଇଛି । ଯାହାର କଡା ଜବାବ ଦେଇଛି ଭାରତ । ଚାଇନାକୁ ଜବାବ ଦେଇ ବୈଦଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଭାରତର ଅନ୍ୟ ରାଜ୍ୟଗୁଡିକ ପରି ଭାରତୀୟ ନେତାମାନେ ଅରୁଣାଚଳକୁ ନିୟମିତ ଗସ୍ତ କରୁଛନ୍ତି । ଅରୁଣାଚଳ ପ୍ରଦେଶ ଭାରତର ଗୋଟିଏ ରାଜ୍ୟ । ତେଣୁ ଭାରତୀୟମାନେ ଏଠାକୁ ଯାଇପାରିବେ । ଏଥିରେ ବିରୋଧ କରିବାର କିଛି କଥା ନାହିଁ ।

ତେବେ ଚାଇନା ଅଯଥା କଥାକୁ ଛାଡି ଲଦାଖ ଏଲଏସିରେ କେମିତି ଶାନ୍ତି ଫେରବ ସେବିଷୟରେ ଚିନ୍ତା କରିବା ଉଚିତ । ଅଯଥା ପ୍ରସଙ୍ଗକୁ ଭିତ୍ତି କରି ଚାଇନା ବିବାଦ ସୃଷ୍ଟି କରିବାକୁ ଚେଷ୍ଟା ନକରୁ । ଏ ନେଇ ବୈଦଶିକ ମନ୍ତ୍ରାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି । ସେପଟେ ନାଇଡୁ ଅରଣାଚଳ ଗସ୍ତ କରିଥିବାରୁ ଏହାକୁ ଚାଇନା ବିରୋଧ କରିଥିଲା । ଚାଇନାର ବୈଦଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ, ସୀମାନ୍ତକୁ ନେଇ ଚାଇନାର ଆଭିମୁଖ୍ୟ ସବୁବେଳେ ସ୍ତିର ରହିଛି । ଭାରତ ଏହାକୁ ବେଆଇନ ଭାବେ ଦଖଲ କରିଛି ବୋଲି ଚାଇନା କହିଛି । ଭାରତ ଦୁଇ ଦେଶର ସୀମାନ୍ତରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଚିତ ପଦକ୍ଷେପ ନେବା ଦରକାର । ଏହା ସହ ସୀମାର ବିକାଶ ପାଇଁ ଚାଇନା-ଭାରତ ସମ୍ପର୍କକୁ ଫେରାଇ ଆଣିବାକୁ ନୂଆଦିଲ୍ଲୀ ଚେଷ୍ଟା କରୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ