Masthead

୬୦ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ସୁବର୍ଣ୍ଣପୁର (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ପୋଲିସକୁ ବଡ ସଫଳତା  । ବିପୁଳ ପରିମାଣରେ ଗଞ୍ଜେଇ ଆନ୍ତଃ ରାଜ୍ୟ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏହି ଚାଲାଣକୁ ରୋକିବାରେ ସଫଳ ହୋଇଛି । ଗଞ୍ଜେଇ ଚୋରାଚାରଲାଣ ହେବା ଖବର ପୋଲିସ ପାଇବା ପରେ ପୋଲିସର ସ୍ବତନ୍ତ୍ର ସ୍କାର୍ଡ ବେଶ ତତ୍ପର ହୋଇ ପଡିଥିଲେ । ସଦର ଏସଡିପିଓଙ୍କ ନେତୃତ୍ୱରେ ଆଇଆଇସି ଓ ସ୍ବତନ୍ତ୍ର ସ୍କାର୍ଡର ପୋଲିସ କର୍ମଚାରୀ ମାନେ ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଏକ କଣ୍ଟେନର ଉପରେ ଚଢାଉ କରିଥିଲେ । କଣ୍ଟେନରରୁ ଜରି ବସ୍ତାରେ ପ୍ୟାକେଟିଂ କରାଯାଇଥିବା ୭ କ୍ବିଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରିଥିଲେ । ତେବେ ପୋଲିସ ଗଂଜେଇ ବୋଝେଇ କଣ୍ଟେନର ଜବତ କରିବା ସହିତ ଆନ୍ତଃ ରାଜ୍ୟ ଚୋରା ଚାଲାଣକାରୀ ଦୁଇ ଜଣ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ।

ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ପ୍ରଦେଶର ଶୈଳେଶ କୁମାର ମିଶ୍ର ଓ ଉତ୍ତର ପ୍ରଦେଶର ଉମାଶଙ୍କର ପାଣ୍ଡେ । ବୌଦ୍ଧ ଜିଲ୍ଲା ଶଗଡା ଅଂଚଳରୁ ଏହି ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଉଭୟ ଗଞ୍ଜେଇ ମାଫିଆ ଗିରଫ କରିବାରେ ପୋଲିସ ସକ୍ଷମ ହୋଇଛି । ବେଳେ ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ତାର ପୋଲିସ ଅନୁସନ୍ଧାନ କରୁଥିବା ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଗଂଜେଇ ବରଗଡ ଜିଲ୍ଲା ଦେଇ ଉତ୍ତର ପ୍ରଦେଶକୁ ଚାଲାଣ କରୁଥିବା ପୋଲିସ ଜାଣି ପାରିଛି । ଜବତ ହୋଇଥିବା ଗଂଜେଇର ବ୍ୟବସାୟୀକ ମୂଲ୍ୟ ପ୍ରାୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ଅନୁମାନ କରାଯାଇଥିବାବେଳେ ଗାଡିର ମୂଲ୍ୟ ପ୍ରାୟ ୬୦ ଲକ୍ଷ ଟଙ୍କା ହେବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼