Masthead

ଚିଟଫଣ୍ଡକୁ ନେଇ ବଡ଼ଖବର, ‘ଖୁବଶୀଘ୍ର ଫେରିବ ଟଙ୍କା’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମଙ୍ଗଳବାର ଚିଟଫଣ୍ଡକୁ ନେଇ ଚିନ୍ତା ପ୍ରକଟ କଲେ ମୁଖ୍ୟମନ୍ତ୍ରୀ । ପୁଣି କ୍ଷତିଗ୍ରସ୍ତଙ୍କ ଭିତରେ ଅର୍ଥ ଫେରିପାଇବାର ବଢିଲା ଆଶା । ବୁଧବାର ଜୋର ଧରିଲା ରାଜ୍ୟ ରାଜନୀତି । ବିରୋଧୀ-ଶାସକ ହେଲେ ମୁହାମୁହିଁ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପୂର୍ବ ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି । ଟଙ୍କା ଫେରାଇବାର ଦାୟିତ୍ୱ ପୂର୍ବ ସରକାରର ଥିଲା । ଯାହା ସେ କରିପାରିଲେନି । ଟଙ୍କା ଫେରସ୍ତ ନେଇ ଚିନ୍ତନ ଚାଲିଛି । ଶୀଘ୍ର ନିଷ୍ପତ୍ତି ନିଆଯାଇ ଅର୍ଥ ଦେବା କାର୍ଯ୍ୟକ୍ରମକୁ ଆରମ୍ଭ କରି ଶେଷ କରାଯିବ । ତଦନ୍ତର ରିପୋର୍ଟ ସାର୍ବଜନୀନ ବାବଦରେ ସରକାର ଅନୁଧ୍ୟାନ କରୁଛନ୍ତି । ଚିଟଫଣ୍ଡକୁ ନେଇ ବିଜେପି ସରକାରର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।

ସବୁ କାର୍ଯ୍ୟକୁ ପୂର୍ବ ସରକାର ଦାୟିତ୍ୱ କହି କେତେଦିନ ଫାଙ୍କା ମାରିବ । ଚିଟଫଣ୍ଡ କଥା ବିଚାର କରୁ କରୁ ସରକାର ଶେଷ ହୋଇଯାଇଥିବ । ଭାଷଣ ଦେଲେ ଡୁ୍ୟଟି ସରେନି । ସରକାର ଆଇନର ପ୍ରୟୋଗ କରନ୍ତୁ । ୨୦୨୪ ସାଧାରଣ ନିର୍ବାଚନରେ ଚିଟଫଣ୍ଡ ପ୍ରସଙ୍ଗ ରାଜନୈତିକ ଦଳକୁ ଦେଇଥିଲା ବଳ । ସରକାରକୁ ଆସିଲେ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରାଇବା ସହ ଦୋଷୀକୁ ଦଣ୍ଡ ଦେବୁ କହି କମ୍ପାଉ ଥିଲେ ପ୍ରଚାର ମଇଦାନା । ହେଲେ ଏହାରି ଭିତରେ ନୂଆ ସରକାର ଗଠନ ହେବାକୁ ପୂରିଲାଣି ଛଅ ମାସରୁ ଅଧିକ ସମୟ । କିନ୍ତୁ ଏବେ ବି ନିରାଶ ହୋଇ ବସିଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ । ଅପେକ୍ଷା ରହିଲା କେବେ ସେମାନଙ୍କ ଦୁଃଖ ଶୁଣୁଛନ୍ତି ସରକାର ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା