Masthead

ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଅଧିର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ପୁଣି ଥରେ ଟିଏମସି ସୁପ୍ରିମୋ ମମତାଙ୍କ ଉପରେ ଗର୍ଜିଛନ୍ତି । ମିଡିଆ ସହ ଆଲୋଚନା ସମୟରେ ଅଧୀର ରଞ୍ଜନ କହିଛନ୍ତି ସେହି ମହିଳା କେତେ ବେଇମାନ କେତେ ଅହଂକାରୀ ଏହା କାହାକୁ ଅଛପା ନାହିଁ । ଯେଉଁମାନେ ତାଙ୍କୁ ରାଜନୀତିରେ ଛିଡା କରିଛନ୍ତି ସେ ସେହିମାନଙ୍କୁ ନିଜର ଅହଂକାର ଦେଖାଉଛନ୍ତି । ଆସନ ବୁଝାବଣା ନେଇ ଇଣ୍ଡିଆ ମେଣ୍ଟର ବୈଠକ ବସିବାକୁ ଥିବାବେଳେ ଟିଏମସି ଯୋଗ ଦେଇନାହିଁ ।

ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି କି, ମମତା ହେଉଛନ୍ତି ଜଣେ ବେଇମାନ ଏବଂ ଅହଂକାରୀ ନେତା । ସେ ଆହୁରି ମଧ୍ୟ କହିଛନ୍ତି ଏହି ମହିଳା ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ନେତା ବନିଛନ୍ତି । ଯେଉଁମାନେ ତାଙ୍କୁ ନେତା ବନାଇଛନ୍ତି ସେମାନଙ୍କ ସହ ବେଇମାନି କରୁଛନ୍ତି । କେବଳ ଏତିକି ନୁହେଁ, ଅଧିର ଆହୁରି କହିଛନ୍ତି କି, ସୋନିଆ ଗାନ୍ଧୀ ତାଙ୍କୁ ଭିକ ମାଗୁ ନାହାନ୍ତି ।

ତମେ ମୋଦୀଙ୍କ ଧୋକା ଦେବାକୁ ଚାହୁଁନାହଁ । ତେଣୁ ତମେ ଆସନ ବାଣ୍ଟିବାକୁ ଚାହୁଁନାହଁ । ବିଜେପି ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବାବେଳେ ତୁମେ ହିନ୍ଦୁତ୍ବକୁ ରୋକୁଛ । ତୁମ ଅହକାଂର ରହିବ ନାହିଁ । ତେବେ ପୂର୍ବରୁ ମଧ୍ୟ ଅଧିର କହିଥିଲେ କି, ଆମେ ତାଙ୍କୁ ଭିକ ମାଗୁନାହୁଁ । ସେ ନିଜେ କହିଥିଲେ କି, ଗଠବନ୍ଧନ କରିବା ପାଇଁ । ବିଜେପି ହିନ୍ଦୁତ୍ୱକୁ ନେଇ ରାଜନୀତି କରୁଥିବା ବେଳେ ତୁମେ ହିନ୍ଦୁତ୍ୱ ରୋକିବାକୁ ନେଇ ରାଜନୀତି କରୁଛ । ତୁମର ଓ ବିଜେପି ମଧ୍ୟରେ ଭିତିରିଆ ବୁଝାମଣା ଚାଲିଛି ବୋଲି ସେ ମମତାଙ୍କ ନାମରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ