Masthead

ଅମରିନ୍ଦରଙ୍କୁ ଟାଣୁଛି ବିଜେପି, କଂଗ୍ରେସ କହିଲା ସୁବିଧାବାଦୀ

ପଞ୍ଜାବ (ବଡ଼ ଖବର ବ୍ୟୁରୋ):  ପଞ୍ଜାବରେ କଂଗ୍ରେସ ଦଳ ଭିତରେ କିଛି ଦିନ ଧରି ରାଜନୈତିକ ଛକାପଞ୍ଝା ଲାଗିରହିଲା । କେଇ ଦିନ ତଳେ ଦଳ ଭିତରେ କେନ୍ଦ୍ରୀୟ ନେତୃତ୍ୱ ତାଳି ପକା ସମାଧାନ କରିଥିଲେ ମଧ୍ୟ କୁହୁଳି ଥିବା ନିଆଁ ଜଳି ଉଠିଲା । ବରିଷ୍ଠ ନେତା ତଥା ଦୁଇ ଥର ମୁଖ୍ୟମନ୍ତ୍ରୀ ଅମରିନ୍ଦରସିଂ ସବୁ କଳ୍ପନା ଜଳ୍ପନାରେ ଅନ୍ତ ଘଟାଇ କଂଗ୍ରେସ ଛାଡ଼ିଲେ । ଯାହା ଆଶା କରାଯାଉଥିଲା ତାହା ହିଁ ହେଲା ।    କ୍ୟାପ୍‌ଟେନ ଅମରିନ୍ଦର ସିଂହ ନିଜର ଏକ ନୂତନ ଦଳ ଗଢ଼ିବା ଏବଂ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ସହ ମେଣ୍ଟ କରିବାର ସମ୍ଭାବନା ବିଷୟରେ ପ୍ରକାଶ କରିବାର ଦିନକ ପରେ ବୁଧବାର କଂଗ୍ରେସ ତାଙ୍କୁ ‘ବିଶ୍ବାସଘାତକ’ ଓ ‘ସୁବିଧାବାଦୀ’ ବୋଲି କହିଛି  ।

ବିଜେପି ତାଙ୍କୁ ଜଣେ ସଚ୍ଚା ‘ଦେଶଭକ୍ତ’ ବୋଲି ଅବିହିତ କରିଛି। ସୂଚନାଯୋଗ୍ୟ  ଅନୁସାରେ ଅମରିନ୍ଦର ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କ ସହ ବିବାଦ ପରେ ଗତମାସରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।  ଦଳ ଚରଣଜିତ୍ ସିଂହ ଚନ୍ନିଙ୍କ ମୁଖ୍ୟମନ୍ତ୍ରୀ ଗାଦିରେ ବସାଥିଲା। ଏହାପରେ ପରବର୍ତ୍ତୀ ନିର୍ବାଚନରେ ଜିତି ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇଦେବି ନାହିଁ ବୋଲି ପ୍ରତିଜ୍ଞା କରିଥିବା କ୍ୟାପ୍‌ଟେନ ଅମରିନ୍ଦର ସିଂହ ନିଜର ଏକ ଦଳ ଗଠନ କରିବାକୁ ଘୋଷଣା କରିଥିବା ବେଳେ କଂଗ୍ରେସ ତାଙ୍କୁ ବିଶ୍ବାସଘାତକ ଓ ସୁବିଧାବାଦୀ ବୋଲି କହିଛି।

ଅପରପକ୍ଷେ ବିଜେପି ସାଧାରଣ ସମ୍ପାଦକ ତଥା ଦଳର ରାଜ୍ୟ ପ୍ରଭାରୀ ଦୁଷ୍ୟନ୍ତ ଗୌତମ ବୁଧବାର ଯେକୌଣସି ଜାତୀୟତାବାଦୀ ଚିନ୍ତାଧାରା ସମନ୍ବିତ ଦଳ ବା ‌ନେତାଙ୍କ ପାଇଁ ବିଜେପିର ଦ୍ବାର ସବୁବେଳେ ଉନ୍ମୁକ୍ତ ବୋଲି କହିଥିଲେ। ତା’ଛଡ଼ା ଅମରିନ୍ଦର ହେଉଛନ୍ତି ଜଣେ ପୂର୍ବତନ ସୈନିକ ଓ ଦେଶଭକ୍ତ। ତେଣୁ ତାଙ୍କ ସହ ହାତ ମିଳେଇବା ପାଇଁ ଆମେ ଉତ୍ସୁକ ‌ବୋଲି ଗୌତମ କହିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ