Masthead

ଭୋଟ ପାଇଁ ୧୦୮ ଦୀପ ଜାଳି ଶପଥ ପାଠ

ଚୌଦ୍ୱାର (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପ୍ରଚାର ଶେଷ ହେବାକୁ କିଛି ଘଣ୍ଟା ଥିଲାବେଳେ ଆଜି ଆଠଗଡ ନିର୍ବାଚନମଣ୍ଡଳିର ମଙ୍ଗରାଜପୁର ପଂଚାୟତ ରେ ନିର୍ବାଚନ ଆଚରଣ ଵିଧି ନିୟମ ନୀତି ଖୁଲମଖୁଲା ଉଲଂଘନ ହେଉଥିବାର ଜଣାପଡିଛି । ଏହି ପଂଚାୟତରେ ସୁପ୍ରସିଦ୍ଧ ଡମଣୀପୀଠରେ ହଜାର ହାଜର ମହିଳା ଦୀପଜାଳି ବିଜେଡିର ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସପକ୍ଷରେ ଭୋଟ ଦେବା ପାଇଁ ଶପଥ ପାଠ କରିବା ଘଟଣା ଦେଖିବାକୁ ମିଳିଛି । ଏହି ପୀଠରେ ୧୦୮ ଦୀପ ଜାଳିବା ସହିତ ମାଆଙ୍କ ନିକଟରେ ସମସ୍ତ ମହିଳା ରାଜା ସ୍ୱାଇଁଙ୍କୁ ଜିତାଇବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।

ଏହି ଘଟଣା ଖୁଲମଖୁଲା ଚାଲିଥିଲା ବେଳେ ସେଠାରେ ପୁଲିସ ପ୍ରଶାସନ ଉପସ୍ଥିତ ଥିବାର ଦେଖାଯାଇଥିଲା । ଏହି ଘଟଣା ଜଣାପଡିବା ପରେ ନିର୍ବାଚନ କମିଶନ ଗାଡି ସେଠାରେ ପହଂଚି ଥିଲା । କିଛି ସମୟ ତଦନ୍ତ ପରେ ସେମାନେ ସେଠୁ ଚାଲିଯାଇଥିଲେ । ବାସ୍ତବରେ ରଣେନ୍ଦ୍ର ସ୍ୱାଇଁ ବିକାଶକୁ ପଥେଇ କରି ନିର୍ବାଚନ ନଲଢ଼ି ମାଆଙ୍କ ଆଶୀର୍ବାଦରେ ବୈତରଣୀ ପାର ପାଇଁ ଉଦ୍ୟମକୁ ବିଜେପି ନିନ୍ଦା କରିବା ସହିତ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିଥିବାର ଜଣାପଡିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା