Masthead

ଗ୍ରୀଷ୍ମ ଆରମ୍ଭରୁ ପାଣି ସଙ୍କଟ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଗ୍ରୀଷ୍ମ ଆରମ୍ଭରୁ ପିଇବା ପାଣିର ସଙ୍କଟ । ପୋଖରୀ ପାଣି ସାହା ଭରସା । ମେଗା ପାନୀୟ ଜଳ ପ୍ରକଳ୍ପ କାଗଜ କଲମରେ ସମ୍ପୂର୍ଣ୍ଣ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ବଜାରପୁର ପଂଚାୟତର ଷଣ୍ଢଗଡା ଗାଁରେ । ।ଗାଁରେ ପ୍ରାୟ ୪୦୦ ପରିବାର । ବର୍ତ୍ତମାନ ପିଇବା ପାଣି ପାଇଁ ପୋଖରୀ ଉପରେ ନିର୍ଭର କରୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଏଠାରେ ସରକାରଙ୍କ ପକ୍ଷରୁ ମେଗା ପିଇବା ପାଣି ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଥିବା ଦାବି କରାଯାଇଛି।

କିନ୍ତୁ ଏହା କେବଳ କାଗଜ କଲମରେ ସମ୍ପୂର୍ଣ ବୋଲି ଉଲେଖ ଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଅଲଗା । ପାଇପ ପଡିଛି ପାଣି ଟ୍ୟାପ ଲାଗିଛି । ପାଣି ଆସିବାରେ ପାଇଁ ଦୀର୍ଘ ବର୍ଷହେବ ଗାଁ ଲୋକ ଚାତକ ପରି ଅନାଇ ବସିଛନ୍ତି। ଗାଁରେ ଏପର୍ଯ୍ୟନ୍ତ ପାଇପ ଲାଇନ ଠିକ ଭାବେ କାମ କରୁନାହିଁ ଓ ଘରେ ଘରେ ପାଣି ପହଞ୍ଚିପାରୁନାହିଁ। ଅନେକ ସ୍ଥାନରେ ନଳ ଲାଗିଥିଲେ ମଧ୍ୟ ଗୋଟିଏ ବୁନ୍ଦ ପାଣି ମଧ୍ୟ ବାହାରୁନାହିଁ। ଗ୍ରାମବାସୀମାନେ ଅଭିଯୋଗ କରୁଛନ୍ତି ଯେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଫଳରେ ପ୍ରକଳ୍ପ କାମ ଠିକ ଭାବେ ହୋଇନାହିଁ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ ଲୋକମାନେ ଏହାର କୌଣସି ସୁଫଳ ପାଉନାହାନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଉଛି। ପାଣି ଅଭାବର ସବୁଠାରୁ ଅଧିକ ପ୍ରଭାବ ମହିଳା ଓ ଶିଶୁମାନଙ୍କ ଉପରେ ପଡ଼ୁଛି। ସେମାନେ ପ୍ରତିଦିନ ଦୂର ଦୂର ଯାଇ ପୋଖରୀରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି। ପୋଖରୀର ଅଶୁଦ୍ଧ ପାଣି ପିଇବାରୁ ଗ୍ରାମରେ ବିଭିନ୍ନ ରୋଗ ବ୍ୟାପିବାର ଆଶଙ୍କା ବଢ଼ିଛି । ଏହା ସମ୍ପର୍କରେ ଗ୍ରାମବାସୀମାନେ ବାରମ୍ବାର ପ୍ରଶାସନ ଓ ସମ୍ବନ୍ଧିତ ବିଭାଗକୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସଫଳ ପଦକ୍ଷେପ ନିଆ ଯାଇନାହିଁ। ଏହାର ପରିଣାମରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାକୁ ପହଞ୍ଚିଛି। ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ଶୀଘ୍ର ପିଇବା ପାଣି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ନାହିଁ ତେବେ ସେମାନେ ଆଗାମୀ ଦିନରେ ଆମରଣ ଅନଶନ ଆରମ୍ଭ କରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି