Masthead

ଏମିତି ବି ଆସେ ମୃତ୍ୟୁ

ବିନିକା (ବଡ଼ ଖବର ବ୍ୟୁରୋ): ଏମିତି ବି ଆସେ ମୃତ୍ୟୁ । ଅଧ ଘଣ୍ଟା ବ୍ୟବଧାନରେ ମାଆ ଓ ପୁଅଙ୍କ ମୃତ ଘଟିଛି । ଏପରି ହୃଦୟ ବିଦାରକ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ଗ୍ରାମରେ ଘଟିଛି । ସହଲା ଗ୍ରାମର ବ୍ୟବସାୟୀ ରମେଶ ବାରିକଙ୍କ ସକାଳେ ଆକସ୍ମିକ ଭାବେ ମୃତ୍ୟୁ ଘଟିଥିବା ବେଳେ ଅଧ ଘଣ୍ଟା ନ ପୁରୁଣୁ ତାଙ୍କ ମାତା ବିଲାଶ ବାରିକ ଆଖି ବୁଜିଲେ । ଏକା ସାଙ୍ଗରେ ଗୋଟିଏ ଜୁଇରେ ମାଆ ଓ ପୁଅର ଅନ୍ତିମ ସତ୍କାର ହୋଇଯାଇଛି ।

ଏହି ହୃଦୟ ବିଦାରକ ଖବର ଅଞ୍ଚଳରେ ପ୍ରଘଟ ହେବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ପୁଅ ଏକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ହୋଇ ଘରକୁ ଆସି ଘରେ ଥିଲେ । ଆଜି ସକାଳେ ତାଙ୍କର ମୃତ୍ୟ ଘଟିଥିଲା । ଏହି ଖବର ତାଙ୍କ ମାଆ ଜାଣିବାର ଅଧ ଘଣ୍ଟା ପରେ ମାଆର ବି ଆକସ୍ମିକ ଭାବେ ଜୀବନ ଚାଲି ଯାଇଥିଲା । ଏହି ଦୁଃଖଦ ଖବର ଗାଁରେ ପ୍ରଘଟ ହେବା ପରେ ସହଲା ଗ୍ରାମରେ ଶୋକାକୂଳ ପରିବେଶ ଖେଳି ଯାଇଛି । ମାଆ ପୁଅ ଦୁହିଁ ଙ୍କ ଶବ ଏକା ସାଙ୍ଗରେ ଜଲିଥିଲା । ପରିବାର ଲୋକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ତାଙ୍କ ନାତି ମୁଖାଗ୍ନି ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି