Masthead

CHSE ରେକର୍ଡ ସପ୍ଲାୟର୍ ପୁରେନ୍ଦ୍ର ସେଠୀ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବନ୍ଧାହେଲେ CHSE ରେକର୍ଡ ସପ୍ଲାୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ରେକର୍ଡ ସପ୍ଲାୟର ପୁରେନ୍ଦ୍ର ସେଠୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଭୁବନେଶ୍ବରରେ ୨ଟି ଓ ଜଗତସିଂହପୁର ପୈତୃକ ଘରେ ରେଡ୍ ହୋଇଥିଲା । ସରକାରୀ କାର୍ଯ୍ୟାଳୟ ଓ ପଟିଆ ସ୍ଥିତ ଘର, ଭୁବନେଶ୍ବର କାନନ ବିହାର ସ୍ଥିତ ୪ ମହଲା ଘରେ ରେଡ୍ ହୋଇଥିଲା । ଭୁବନେଶ୍ବର ସାମନ୍ତରାପୁର ଅଫିସ ଓ ଜଗତସିଂହପୁର କେଉପଡ଼ା ସ୍ଥିତ ପୈତୃକ ବାସଭବନରେ ବି ଚଢ଼ାଉ ହୋଇଥିଲା । ପୁରେନ୍ଦ୍ରଙ୍କ ଘରୁ ଛାନଭିନ ବେଳେ ମିଳିଛି ୧୬ ବେନାମୀ ଜମି ପଟ୍ଟା । ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ରହିଛି ବହୁତଳ କୋଠା । ପାଖାପାଖି ୧୭ ଲକ୍ଷ ଟଙ୍କାର ବ୍ୟାଙ୍କ ଓ ବୀମା ଜମା ମଧ୍ୟ ଠାବ ହୋଇଛି । ନଗଦ ୧.୭୦ ଲକ୍ଷ ଟଙ୍କା ଓ ୨ଟି ଚାରିଚକିଆ ଯାନ ମଧ୍ୟ ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ କରାଯାଇଥିଲା । ଗିରଫ ପରେ ପୁରେନ୍ଦ୍ର ସେଠୀଙ୍କୁ ଆଜି କୋର୍ଟ ଚାଲାଣ କରାଯିବ। ରେଡରେ ୩ଜଣ ଡିଏସପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ , ୫ ଜଣ ଏସଆଇ ଓ ଅନ୍ୟ ଅଧିକାରୀ ସାମିଲ ଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ