Masthead

ମୁକୁଟ ପିନ୍ଧିବେନି ମହାରାଣୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନର ମହାରାଣୀ କାମିଲା । ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ବରଂ ତାଙ୍କ ପାଇଁ ୧୦୦ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଉଛି । ଲଣ୍ଡନ ସ୍ଥିତ ବକିଙ୍ଗହାମ୍ ପ୍ୟାଲେସ୍ ପକ୍ଷରୁ ଏହା ଘୋଷଣା କରାଯାଇଛି । ଭାରତ ସହିତ ସମ୍ପର୍କ ବିଗିଡିବା ଆଶଙ୍କାରେ ରାଜ ପରିବାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି ।

ଏହି ନିଷ୍ପତ୍ତି ପରେ କାମିଲାଙ୍କ ପାଇଁ ରାଣୀ ମେରୀଙ୍କର ୧୦୦ ବର୍ଷ ପୁରୁଣା ମୁକୁଟ ପ୍ରସ୍ତୁତ କରାଯାଉଛି । କାମିଲାଙ୍କୁ ରାଣୀ ଭାବେ ମାନ୍ୟତା ଦେବା ପାଇଁ ଚଳିତବର୍ଷ ମେ ୬ ରେ କ୍ୱିନ କନସର୍ଟ ଆୟୋଜନ କରାଯିବ । ରାଜ୍ୟାଭିଷେକ ପରେ କାମିଲାଙ୍କୁ କ୍ୱିନ କନସର୍ଟ ନାମରେ ଜଣାଯିବ । ରାଣୀ ଏଲିଜାବେଥ ଦ୍ୱିତୀୟ ଏହି ଘୋଷଣା କରିଥିଲେ । ୭୫ ବର୍ଷୀୟା କାମିଲାଙ୍କୁ ଡଚେସ୍ ଅଫ କର୍ଣ୍ଣୱାଲ କୁହାଯାଏ । ସେ କିଙ୍ଗ ଚାର୍ଲସ-୩ଙ୍କର ଦ୍ୱିତୀୟ ପତ୍ନୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା