Masthead

ବଳ ଗୋଟାଉଛି ସିଜେପି, ବିଗିଡିଲାଣି ୱାଙ୍ଗଚୁକ୍ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶର ବଡ଼ ବଡ଼ ରାଜନୌତିକ ଦଳକୁ ପଛରେ ପକାଇ ଚର୍ଚ୍ଚାର କକ୍ରୋଜ୍ ଜନତା ପାର୍ଟି । ନୂଆଦିଲ୍ଲୀ ଯନ୍ତ୍ରର ମନ୍ତ୍ରରେ ଶକ୍ତି ପ୍ରର୍ଦଶନ କରିଚାଲିଛି ସିଜେପି । ନା ଅଛି ବ୍ୟବସ୍ଥାକୁ ଖାତିର ନା ଅଛି ଖରା, ବର୍ଷା, କାକରକୁ ଡର । ପାର୍ଟିର ବନିଛି ଗୋଟିଏ ସ୍ୱର ଗାଦି । ସୁପ୍ରିମକୋର୍ଟଙ୍କର ଗୋଟିଏ ଟିପଣୀ ସୋସିଆଲ ମିଡିଆରୁ ସୃଷ୍ଟି କରିଦେଇଥିଲା ଗୋଟିଏ ଦଳ । ଯାହାର ନାମ କକ୍ରୋଚ୍ ଜନତା ପାର୍ଟି (ସିଜେପି) ପାଲଟିଯାଇଥିଲା । ତାହା ଏବେ ଆନ୍ଦୋଳନରେ ପରିବର୍ତ୍ତନ ହୋଇଯାଇଛି । ଦେଶର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା ଓ ଶିକ୍ଷାରେ ସ୍ୱଚ୍ଛତା ଆଣିବା ଦାବିରେ ସଂଗଠନ ଲମ୍ବା ସମୟ ଧରି ଆନ୍ଦୋଳନ ଜାରି ରଖିଛି ।
ଦେଶର ଶିକ୍ଷା ବ୍ୟବସ୍ଥାକୁ ସୁଦୃ୍ୟ କରିବା କଥା କହି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଛି ଏହି ଦଳ । ଏହି ଆନ୍ଦୋଳନକୁ ସାରା ଦେଶରୁ ସର୍ମଥନ ମିଳୁଛି । ଆନ୍ଦୋଳନକୁ ସମର୍ଥନ ଜଣାଇ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣାରେ ବସିଲେଣି । ଯାହାକୁ ନେଇ ୱାଙ୍ଗଚୁକ କହିଛନ୍ତି ଯେ, ତାଙ୍କ ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ । ଏହାର ଉଦ୍ଦେଶ୍ୟ ହେଉଛି ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ସହ ଉତ୍ତର ଦାୟିତ୍ୱ ସୁନିଶ୍ଚିତ କରିବା। ଆସନ୍ତା ୨୦ ଜୁଲାଇରେ ସଂସଦ ପର୍ୟ୍ୟନ୍ତ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ସେପଟେ କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ ଦିପକେଙ୍କ ଦାବୀ, ସରକାର ଆମ ଦାବୀ ଉପରେ ଶୀଘ୍ର ପଦକ୍ଷେପ ନିଅନ୍ତୁ । ଯଦି ଆମ ଦାବି ପୂରଣ ନହୁଏ, ତେବେ ଦେଶବ୍ୟାପୀ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବା ନେଇ ଦେଇଛନ୍ତି ଚେତାବନୀ। ସେପଟେ ସିଜେପିକୁ ସର୍ମଥନ ଜଣାଇ ଅନଶନରେ ବସିଥିବା କାରଣରୁ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରେ ଲାଗିଛି ।

ସୂଚନା ଅନୁଯାୟୀ ଆନେ୍ଦାଳନର ଏହି ଛଅ ଦିନ ମଧ୍ୟରେ ୱାଙ୍ଗଚୁକଙ୍କର ୫କିଲୋଗ୍ରାମରୁ ଅଧିକ ଓଜନ ହ୍ରାସ ପାଇବା ସହ ରକ୍ତଚାପ ଓ ରକ୍ତରେ ସର୍କରା ସ୍ତରରେ ପ୍ରଭାବ ପଡ଼ିଛି। ହେଲେ ସେ ଆନ୍ଦୋଳନ ଜାରି ରଖିଛନ୍ତି ସିଜେପି ପାର୍ଟିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବେକାରୀ ସମସ୍ୟା, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ରୋକ୍, ପ୍ରଶ୍ନପତ୍ର ଲିକ୍ ରେ ବ୍ରେକ୍ , ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା, ନିର୍ବାଚନ ସଂସ୍କାରକୁ ପ୍ରଥମିତା ରହିଛି । ସିଜେପି ଲୋକଙ୍କର ସ୍ୱର ହେବାକୁ ଚାହୁଁଛି, ଯେଉଁମାନଙ୍କୁ ବ୍ୟବସ୍ଥା ଅବହେଳା କରିଆସିଛି। ଏହାର ଘୋଷଣାପତ୍ରରେ ନ୍ୟାୟପାଳିକା, ନିର୍ବାଚନ ଆୟୋଗର ସଂସ୍କାର, ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଏବଂ ସ୍ୱଚ୍ଛ ଶାସନ ଭଳି ବିଷୟକୁ ସ୍ଥାନିତ କରିଛି।

ଏହାରି ଭିତରେ ଜୁଲାଇ ୨୦୨୬ ସୁଦ୍ଧା ଏହି ପାର୍ଟି ଗଠନକୁ ପ୍ରାୟ ଦେଢ଼ ମାସ ପୂରଣ ହୋଇଛି। ଏତେ କମ୍ ସମୟ ମଧ୍ୟରେ ଏହା ସୋସିଆଲ ମିଡିଆ ଏବଂ ସାର୍ବଜନୀନ ଆଲୋଚନାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ତଥ୍ୟ ଅନୁଶାରେ, ଏହାର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ହ୍ୟାକ୍ ସହ ନିଲମ୍ବିତ ହେବା ପୂର୍ବରୁ ଏହାର ପ୍ରାୟ (୨୧.୯ ମିଲିୟନ୍) ଫଲୋଅର୍ସ ଥିଲେ। ବର୍ତ୍ତମାନ ୮୨.୧ ହଜାର ଫୋଲଅର୍ସ ଅଛନ୍ତି । ଭବିଷ୍ୟତରେ ପାର୍ଟି ଯୁବକ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଆନ୍ଦୋଳନ ଜାରି ରଖିବା ସହ ସାରା ଦେଶରେ ନିଜର ସଂଗଠନକୁ ବିସ୍ତାର କରିବାକୁ ଯୋଜନା କରିଛି ସିଜେପି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ୨୦ତମ ପାଳି 🔴 ସେବାରେ ବିଳମ୍ବ ହେଲେ ତଣ୍ଡ ଗଣିବେ ଅଫିସର 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ